ଦୁଇଦିନିଆ ‘ପଲି ଫେଷ୍ଟ-୨୦୧୯’ ଉଦ୍‌ଘାଟିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
କଳିଙ୍ଗ ଷ୍ଟାଡିୟମ୍‌ରେ ରାଜ୍ୟ ସରକାରଙ୍କର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅନ୍ତର୍ଗତ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିଦେ୍ର୍ଦଶାଳୟ ଆନୁକୂଲ୍ୟରେ ଦୁଇଦିନିଆ ରାଜ୍ୟସ୍ତରୀୟ ‘ପଲି ଫେଷ୍ଟ-୨୦୧୯’ ଉଦ୍‌ଘାଟିତ ହୋଇଯାଇଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ‘ପଲି ଫେଷ୍ଟ’ ଅନୁଷ୍ଠିତ ହେଉଛି । ଏହି ‘ପଲି ଫେଷ୍ଟ’ର ମୁଖ୍ୟ ଲକ୍ଷ୍ୟ ହେଉଛି ରାଜ୍ୟର ସମସ୍ତ ସରକାରୀ ଓ ବେସରପାରୀ ପଲିଟେକ୍‌ନିକ୍‌ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ମନୋଭାବ ଓ ଉଚ୍ଚ ଆକାଂକ୍ଷା ସୃଷ୍ଟି କରିବା । ଏହି ଉଦ୍‌ଘାଟନୀ ଉତ୍ସବରେ କ୍ରୀଡ଼ା ଓ ଯୁବସେବା, ପର୍ଯ୍ୟଟନ ବିଭାଗ ଶାସନ ସଚିବ ବିଶାଳ କୁମାର ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ପଲି ଫେଷ୍ଟ-୨୦୧୯’ର ଶୁଭାରମ୍ଭ କରିଥିଲେ । ଶ୍ରୀ ଦେବ ତାଙ୍କ ଅଭିଭାଷଣରେ କହିଲେ ଯେ ଏହିଭଳି ଫେଷ୍ଟ ପଲିଟିକ୍‌ନିକ୍‌ ଓ ଡିପ୍ଲୋମା ଛାତ୍ରଛାତ୍ରୀମାନଙ୍କ ପ୍ରତିଭାର ବିକାଶ ନିମନ୍ତେ ଅତ୍ୟନ୍ତ ଆବଶ୍ୟକ । ଉଦ୍‌ଘାଟନୀ ଉତ୍ସବରେ ଓଏସ୍‌ଡିଏ ସିଇଓ ତଥା ନିୟୋଜନ ନିଦେ୍ର୍ଦଶାଳୟର ନିଦେ୍ର୍ଦଶକ ରାଜେଶ ପ୍ରଭାକର ପାଟିଲ ଏହି ‘ପଲି ଫେଷ୍ଟ-୨୦୧୯’ର ଉଦେ୍ଦଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଅଲୋକପାତ କରିଥିଲେ ।
ଉତ୍ସବରେ ରାଜ୍ୟର ଛଅଗୋଟି ଜୋନ କଟକ, ବାଲେଶ୍ୱର, ବ୍ରହ୍ମପୁର, ରାଉରକେଲା, ଖୋର୍ଦ୍ଧା ଓ ପୁରୀର ପଲିଟେକ୍‌ନିକ୍‌ ଶିକ୍ଷାନୁଷ୍ଠାନର ୮୬୨ ଜଣ ଛାତ୍ରଛାତ୍ରୀ ମାର୍ଚ୍ଚପାଷ୍ଟ କରି ଅଭିବାଦନ ଜଣାଇବା ପରେ ଶପଥ ନେଇଥିଲେ । ଏହ ‘ପଲି ଫେଷ୍ଟ’ରେ ୨୭୪ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ସମୁଦାୟ ୩୩ଟି ସରକାରୀ ଓ ୫୬ଟି ବେସରକାରୀ ପଲିଟେକ୍‌ନିକ୍‌ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି ‘ପଲି ଫେଷ୍ଟ-୨୦୧୯’ ଭାଗ ନେଇଛନ୍ତି । ଏହି ଦୁଇଦିନ ‘ପଲି ଫେଷ୍ଟ-୨୦୧୯’ର ପ୍ରଥମ ଦିବସରେ ଫୁଟବଲ, କ୍ରିକେଟ, ଆଥଲେଟିକ୍‌, ବ୍ୟାଡ୍‌ମିଣ୍ଟନ, ଭଲିବଲ ଆଦି ପ୍ରତିଯୋଗିତା ସହ ତର୍କ, ପ୍ରବନ୍ଧ, କୁଇଜ୍‌, ଡ୍ରାମା, ସୋଲୋ ଡ୍ୟାନ୍ସ ଭଳି ସାଂସ୍କୃତିକ ପ୍ରତିଯୋଗିତା ଆୟୋଜନ କରଯାଇଛି । ଏହି ସବୁ ପ୍ରତିଯୋଗିତା ଦୁଇଦିନ ଧରି ଚାଲିବ । ଫେବୃଆରୀ ୨୬ ତାରିଖ ଦିନ ଆଇଟିଆଇର ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ‘ଆଇଟିଆଇ ଫେଷ୍ଟ’ କଳିଙ୍ଗ ଷ୍ଟାଡିୟମ୍‌ରେ ସକାଳ ୮ଟାରେ ଉଦ୍‌ଘାଟିତ ହେବାର କାର୍ଯ୍ୟକ୍ରମ ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*