ଦୁଇଟି ମିଷ୍ଟ୍ରୀ-ଥ୍ରୀଲର ଫିଲ୍ମରେ ଆସୁଛନ୍ତି ଇମ୍ରାନ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଇମ୍ରାନ୍‌ ହାସ୍‌ମୀଙ୍କ ଅଭିନୀତ ଫିଲ୍ମ ‘ଦି ବଡି’ର ରିଲିଜ୍‌ ଡେଟ୍‌ ଏଇ ନିକଟରେ ଘୋଷଣା କରାଯାଇଛି । ସସ୍ପେନ୍ସ ଓ ଥ୍ରୀଲରରେ ଭରପୁର ଏହି ଫିଲ୍ମ ଆସନ୍ତା ମାସ ୧୩ ତାରିଖରେ ରିଲିଜ୍‌ ହେବାକୁ ଯାଉଛି । ଇମ୍ରାନ୍‌ ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଫିଲ୍ମ ସହ ଜଡ଼ିତ ଫୋଟକୁ ସେୟାର କରି ଏହି ସୂଚନା ନିଜ ଫ୍ୟାନ୍ସଙ୍କୁ ଦେଇଛନ୍ତି । ‘ଦି ବଡି’ରେ ଋଷି କପୁର, ଶୋଭିତା ଧୂଳିପାଲା ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ।
ମୋହନ୍‌ଲାଲ ଷ୍ଟାରର୍‌ ‘ଦୃଶ୍ୟମ୍‌’ର ନିଦେ୍ର୍ଦଶନା କରିଥିବା ଜିତୁ ଯୋସେଫ୍‌ ‘ଦି ବଡି’ ଫିଲ୍ମ ଜରିଆରୁ ବଲିଉଡରେ ପ୍ରବେଶ କରୁଛନ୍ତି । ସ୍ପାନିସ୍‌ ଥ୍ରୀଲର୍‌ ଫିଲ୍ମରୁ ପ୍ରେରିତ ଏହି ଫିଲ୍ମକୁ ଅଜୁର ଏଣ୍ଟରଟେନ୍‌ମେଣ୍ଟ ପ୍ରଡୁ୍ୟସ୍‌ କରୁଛି । ଫିଲ୍ମର କାହାଣୀ ଅନୁଯାୟୀ, ଇମ୍ରାନ୍‌ ହାସ୍‌ମୀ ଏଭଳି ଏକ ସ୍ୱାମୀଙ୍କ ଭୂମିକା ନିଭାଉଛନ୍ତି, ଯିଏ କି ନିଜ ପତ୍ନୀଙ୍କ ଶବର ସନ୍ଧାନରେ ଅଛନ୍ତି । ସେହିପରି ଜଣେ ପୁଲିସ୍‌ ଅଧିକାରୀଙ୍କ ଭୂମିକାରେ ଋଷି କପୁରଙ୍କୁ ଏଥିରେ ଦେଖିବାକୁ ପାଇବେ ଦର୍ଶକ ।
ଏଥିସହିତ ଇମ୍ରାନ୍‌ ହାସ୍‌ମୀଙ୍କ ହାତରେ ରହିଛି ଡାଇରେକ୍ଟର ରୂମୀ ଜାଫର୍‌ଙ୍କ ଫିଲ୍ମ ‘ଚେହେରେ’ । ଏଥିରେ ଇମ୍ରାନ୍‌ଙ୍କ ବ୍ୟତୀତ ଅମିତାଭ୍‌ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି । ୨୪ ଅପ୍ରିଲ ୨୦୨୦କୁ ରିଲିଜ୍‌ ଅପେକ୍ଷାରେ ଥିବା ଏହି ଫିଲ୍ମଟି ମଧ୍ୟ ମିଷ୍ଟ୍ରୀ-ଥ୍ରୀଲର ଫିଲ୍ମ ଅଟେ । ଏଥିରେ ରିୟା ଚକ୍ରବର୍ତ୍ତୀ, ସିର୍ଦ୍ଧାନ୍ତ କପୁର, ଧୃତମାନ୍‌ ଚକ୍ରବର୍ତ୍ତୀ, ରଘୁବୀର ଯାଦଭ୍‌ ଏବଂ ଅନୁ କପୁରଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*