ଦୀର୍ଘଙ୍କ ଚିକିତ୍ସାରେ ଅର୍ଥ ବାଧକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ଧର୍ମଗଡ଼

ଅର୍ଥାଭାବ ଯୋଗୁଁ ଦୀର୍ଘ ମାଝୀର ଚିକିତ୍ସା ହୋଇପାରୁ ନାହିଁ । ବାପା ମିରଗୁ ମାଝି ଜଣେ ଦିନମଜୁରିଆ । କଳାହାନ୍ଦି ଜିଲ୍ଲାର ଦୁର୍ଗମ ଅଞ୍ଚଳ ଥୁଆମୁଳ ରାମପୁର ବ୍ଳକର ମୁନ୍ଦିଘାଟୀ ଗ୍ରାମ । ଏ ଗାଁର ଲୋକେ ସହର ଦେଖି ନାହାନ୍ତି । ଶିକ୍ଷା କ’ଣ ଜାଣନ୍ତି ନାହିଁ । ବଣ ପାହାଡରେ ଏମାନଙ୍କ ଦିନ ଯାଏ । ପୋଡ଼ୁ ଚାଷ କରି ଜଙ୍ଗଲରୁ କନ୍ଦମୂଳ ସଂଗ୍ରହ କରି ବଞ୍ଚନ୍ତି । ଗୁଣିଗାରେଡି ଉପରେ ବିଶ୍ୱାସ କରନ୍ତି । ପୁଅ ଦୀର୍ଘ ମାଝୀର ଗୋଡରେ ଛୋଟିଆ ଘା’ ହୋଇଥିଲା । ବାପା ମା’ ଜଙ୍ଗଲିଆ ଔଷଧପତ୍ର ଓ ଗୁଣିଗାରେଡି କରି ଦୁଇ ବର୍ଷ ପର୍ଯ୍ୟନ୍ତ ଘରେ ରଖିଥିଲେ । ପିଲାଟିର ଘା’ ବଢି ପାଦରୁ ଜଙ୍ଗ ଯାଏଁ ସମ୍ପୂର୍ଣ୍ଣ ପଚି ପୂଜ ବାହାରୁଥିବା ବେଳେ ବାପା ପାଖରେ ଅର୍ଥ ନ ଥିବାରୁ କୌଣସି ଡାକ୍ତରଖାନାକୁ ନେଇ ପାରୁ ନାହିଁ । ଜଣେ କାର୍ଯ୍ୟରତ ଯୁବ ସାମ୍ବାଦିକଙ୍କ ସହାୟତାରେ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଜୟପାଟଣା ଡାକ୍ତରଖାନା ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିଲେ । ହେଲେ ଭବାନୀପାଟଣା ଡାକ୍ତରଖାନାରେ ଦେଖାଇଲା ପରେ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲକୁ ରେଫର କରିଥିଲେ । ହେଲେ ତାଙ୍କର ଅଧିକ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଅର ଚିକିତ୍ସା ପାଇଁ ଅସହାୟ ବାପା ଅନୁରୋଧ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*