‘ଦିୱାନା ମସ୍ତାନା-୨’ରେ ଅନୀଲ ଓ ଗୋବିନ୍ଦାଙ୍କ ସହ ନଜର ଆସିବେ ଜନ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

୧୯୯୭ରେ ମୁକ୍ତିଲାଭ କରିଥିବା ଅନୀଲ କପୁର ଏବଂ ଗୋବିନ୍ଦାଙ୍କ ଅଭିନୀତ ଫିଲ୍ମ ‘ଦିୱାନା ମସ୍ତାନା’ର ଦ୍ୱିତୀୟ ପାର୍ଟ ପ୍ରସ୍ତୁତ ହେବାକୁ ଯାଉଛି । ଏସମ୍ପର୍କରେ ଅନୀଲ କପୁର ଏକ ରିଆଲିଟି ସୋ’ ଜରିଆରେ ସୂଚନା ଦେଇଛନ୍ତି । ଶୁଣିବାକୁ ମିଳିଛି ଯେ, ଏହି ଫିଲ୍ମରେ ଜନ୍‌ ଆବ୍ରାହମ୍‌ଙ୍କୁ ମଧ୍ୟ ଅଭିନୟର ସୁଯୋଗ ମିଳିଛି । କଥା କ’ଣ କି, ଏକ ସୋ’ ସମୟରେ ଗୋବିନ୍ଦା ଓ ଅନୀଲ ବହୁ ଦିନ ପରେ ପରସ୍ପରକୁ ଭେଟିଥିଲେ । ଏହି ସମୟରେ ଦୁହେଁ ଦୁହିଁଙ୍କର କାମକୁ ପ୍ରଶଂସା କରିବା ସହ ଖୁବ୍‌ଶୀଘ୍ର ‘ଦିୱାନା ମସ୍ତାନା’ର ଦ୍ୱିତୀୟ ପାର୍ଟ ବଡ଼ପରଦାକୁ ଆସିବ ବୋଲି ଘୋଷଣା କରିଛନ୍ତି । ଏଥିସହିତ ଅନୀଲ କହିଛନ୍ତି ଯେ, ଏହି ଫିଲ୍ମରେ ଗୋବିନ୍ଦା ଏବଂ ଜନ୍‌ ଆବ୍ରାହମ୍‌ ମଧ୍ୟ ଏକାଠି କାମ କରିବେ । ଏହା ବ୍ୟତୀତ ରବୀନା ଟନ୍ଦନ ମଧ୍ୟ ପୂର୍ବପରି ‘ଦିୱୋନା ମସ୍ତାନା-୨’ରେ ଅଭିନୟର ସୁଯୋଗ ପାଇବେ ବୋଲି ଶୁଣିବାକୁ ମିଳିଛି । ଯଦିଓ ଅନୀଲ କପୁର ଏବଂ ଗୋବିନ୍ଦା ଶେଷ ଥର ପାଇଁ ଫିଲ୍ମ ‘ସଲାମ-ଏ-ଇସ୍କ’ରେ ଅଭିନୟ କରିଥିଲେ, ତେବେ ଉଭୟଙ୍କ ଭୂମିକାରେ କୌଣସି ଲିଙ୍କ୍‌ ରହିନଥିଲା ।
ଜନ୍‌ଙ୍କ ଆଗାମୀ ପ୍ରେଜେକ୍ଟ ମଧ୍ୟରେ ରହିଛି ‘ପାଗଲପନ୍ତୀ’, ‘ହେରାଫେରୀ-୩’ ଏବଂ ‘ମୁମ୍ବାଇ ସାଗା’ । ସୂଚନା ଥାଉ ଯେ, ‘ପାଗଲପନ୍ତୀ’ ଏବଂ ‘ମୁମ୍ବାଈ ସାଗା’ରେ ଅନୀଲ ଓ ଜନ୍‌ଙ୍କୁ ଏକାଠି ସ୍କ୍ରୀନ୍‌ ସେୟାର୍‌ କରୁଥିବାର ଦେଖିବାକୁ ପାଇବେ ଦର୍ଶକେ । ଏହାପୂର୍ବରୁ ଉଭୟଙ୍କୁ ‘ୱେଲକମ୍‌-୨’, ‘ରେସ୍‌-୨’ରେ ଦେଖିବାକୁ ମିଳିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*