ଦିଲ୍‌ ମୋ ମାନେନାର ସୁଟିଂ ସରିଲା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ପ୍ରାୟ ଦେଢ଼ ବର୍ଷ ଧରି ତିଆରି ଚାଲିଥିବା ଓଡ଼ିଆ ସିନେମା ‘ଦିଲ୍‌ ମୋର ମାନେନା’ର ସମସ୍ତ ସୁଟିଂ ଶେଷ ହୋଇଥିବା ଜଣାଯାଇଛି । ଏହା ଆଗାମୀ ବର୍ଷ ଜାନୁଆରୀରେ ରିଲିଜ୍‌ ହେବ ବୋଲି ଜଣାଯାଇଛି । ‘ଦିଲ୍‌ ମୋ ମାନେନା’ ଏକ ଟିନ୍‌ଏଜ୍‌ ଲଭ୍‌ଷ୍ଟୋରି ବୋଲି କୁହାଯାଉଛି । ଏଥିରେ ପ୍ରଥମ ଥର ପାଇଁ ଓଲିଉଡର ଦୁଇ ୟଙ୍ଗ୍‌ ଷ୍ଟାର୍‌ ସ୍ୱରାଜ ଓ ଶିବାନୀ ପ୍ରଥମ ଥର ଲାଗି ଏକାଠି ଆସୁଛନ୍ତି । ସ୍ୱରାଜ ଓ ଶିବାନୀଙ୍କ ବ୍ୟତୀତ ମିହିର ଦାସ, ଗୁଡୁ, ସରୋଜ ଦାସ ଏବଂ ଅମର ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।
ଏହି ସିନେମାର ନିଦେ୍ର୍ଦଶନା ଦାୟିତ୍ୱରେ ଅଛନ୍ତି ବରିଷ୍ଠ ନିଦେ୍ର୍ଦଶକ ହିମାଂଶୁ ପରିଜା(ଚନ୍ଦୀ) । ଶିଶୁ କଳାକାର ଭାବେ ସ୍ୱରାଜ ଓ ଶିବାନୀ ଆଗରୁ ନିଦେ୍ର୍ଦଶକ ହିମାଂଶୁ ପରିଜାଙ୍କ ସହ କାମ କରିଥିଲେ ବି ନାୟକ-ନାୟିକା ଭାବେ ପ୍ରଥମ ଥର ଲାଗି ଏହି ସିନେମାରେ ତାଙ୍କ ନିଦେ୍ର୍ଦଶନାରେ କାମ କରିବାର ସୁଯୋଗ ପାଇଛନ୍ତି । ରାକେଶ ବାପୁନ୍‌ ଏହି ସିନେମାର ପ୍ରଯୋଜନା କରୁଛନ୍ତି । ପ୍ରେମ ଆନନ୍ଦ ଏହାର ସଙ୍ଗୀତ ନିଦେ୍ର୍ଦଶକ । ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି ହିମାଳୟ ପୃଷ୍ଟି । ସଂଳାପ ଲେଖିଛନ୍ତି ବିଜୟ ରାଉଳ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*