ଦିଲ୍ଲୀର ଅନାଜ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ: ୪୩ ମୃତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ରାଜଧାନୀରେ ଉପହାର ସିନେମା ଅଗ୍ନିକାନ୍ଦର ପ୍ରାୟ ୨୨ ବର୍ଷ ପରେ ଏକ ବଡଧରଣର ଅଗ୍ନିକାନ୍ଦ ଘଟିଛି । ରବିବାର ସକାଳେ ଦିଲ୍ଲୀର ରାଣୀ ଝାନ୍ସୀ ରୋଡ଼ରେ ଥିବା ଅନାଜ ମନ୍ଦିର ଜନବସତିପୂର୍ଣ୍ଣ ଅଞ୍ଚଳରେ ଚାଲୁଥିବା ଏକ ଫ୍ୟାକ୍ଟି୍ରରେ ଭୟାବହ ଅଗ୍ନିକାନ୍ଦ ଘଟି ଅନୁ୍ୟନ ୪୩ ଜଣଙ୍କର ମୃତୁ୍ୟ ଘଟିଛି । ଚାରି ମହଲା ବିଶିଷ୍ଠ ଏହି କାରଖାନାରେ ନିଆଁ ଲାଗିବା ଯୋଗୁଁ ପ୍ରାୟ ୧୬ ଜଣ ଲୋକ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କୁ ଲୋକ ନାୟକ ଜୟପ୍ରକାଶ (ଏଲଏନ୍‌ଜେପି) ହସ୍‌ପିଟାଲ, ହିନ୍ଦୁ ରାଓ ଏବଂ ରାମ ମନୋହର ଲୋହିୟା ହସ୍‌ପିଟାଲ, ଲେଡି ହାର୍ଡିଂ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନାରୁ ଜଣାପଡ଼ିଛି । ମୃତାହତମାନେ ଶ୍ରମିକ ଶ୍ରେଣୀର ଏବଂ ଅଧିକାଂଶ ବିହାରର ବାସିନ୍ଦା ଥିଲେ । ନିଅାଁରେ ପୋଡି ହୋଇ ୪-୫ ଜଣ ପ୍ରାଣ ହରାଇଥିବାବେଳେ ଅଧିକାଂଶ ଶ୍ରମିକ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ହସପିଟାଲ ସୂତ୍ରରୁ ପ୍ରକାଶ । ସେହିପରି କିଛି ଆହତ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତୁ୍ୟସଂଖ୍ୟା ବଢିବାର ଆଶଙ୍କା କରାଯାଉଛି ।
ରିପୋର୍ଟ ଅନୁସାରେ, ରବିବାର ଭୋର ୫ଟା ସମୟରେ ହଠାତ୍‌ ଉକ୍ତ ଚାରିମହଲା କୋଠା ଘରେ ନିଆଁ ଲାଗିଯାଇଥିଲା । ଏହି ସମୟରେ ପ୍ରାୟ ସମସ୍ତ ଶ୍ରମିକ ଶୋଇଥିଲେ । ଏହି କୋଠା ଘରେ ଛୋଟ ଛୋଟ ଫ୍ୟାକ୍ଟ୍ରି ଚାଲୁଥିଲା, ପ୍ଳାଷ୍ଟିକ୍‌ ବ୍ୟାଗ୍‌ ତିଆରି ହେବା ସାଙ୍ଗକୁ ବିଭିନ୍ନ ସାମଗ୍ରୀର ପ୍ୟାକେଜିଂ ମଧ୍ୟ ଏଠାରେ ହେଉଥିଲା । ତେଣୁ ନିଅାଁ ଏହିସବୁ ଦହନଶୀଳ ସାମଗ୍ରୀରେ ଲାଗି ବ୍ୟାପିଯାଇଥିଲା । ଏହାସହ ପ୍ରବଳ ଧୁଅାଁ ମଧ୍ୟ ଉତ୍ପନ୍ନ ହୋଇଥିଲା । ଏହି ଧୁଅାଁ ଗ୍ରହଣ କରି ଅନେକ ଲୋକ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ । ଏହାଛଡା କାରଖାନାର ବିଭିନ୍ନ ମହଲାକୁ ଯିବା ପାଇଁ ଗୋଟିଏମାତ୍ର ବାଟ ଥିଲା, ଯାହାକି ଅତ୍ୟନ୍ତ ସଂକୀର୍ଣ୍ଣ ଥିଲା । ଉକ୍ତ ବାଟରେ ଜଣେରୁ ଦୁଇ ଜଣ ଲୋକ ଯିବା ଆଦୌ ସମ୍ଭବ ନଥିଲା । ସେହିପରି କୋଠାର ମୁଖ୍ୟ ଗେଟ୍‌ରେ ତାଲା ପଡିଥିବାରୁ ଲୋକେ ବାହାରକୁ ମଧ୍ୟ ଆସିପାରି ନଥିଲେ । ଲୋକଙ୍କ ଚିକ୍ରାର ଶୁଣି ସ୍ଥାନୀୟ ଲୋକେ ଆସି କୋଠାର ଗେଟ୍‌ ଭାଙ୍ଗି ଦେଇଥିଲେ । ଏହାପରେ କିଛି ଲୋକ ବାହାରକୁ ଆସିପାରିଥିଲେ ।

ଭୋର ୫.୨୨ ସମୟରେ ଅଗ୍ନିକାନ୍ଦ ସମ୍ପର୍କରେ ଅଗ୍ନିଶମ ବିଭାଗ ଖବର ପାଇବା ପରେ ଘଟଣାସ୍ଥଳକୁ ୩୦ଟି ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ଦୀର୍ଘ ଘଣ୍ଟାର ପ୍ରୟାସ ପରେ ନିଅାଁକୁ ଆୟତ୍ତ କରିପାରିଥିଲା ଅଗ୍ନିଶମ ବାହିନୀ । ଏହାସହ ବାହିନୀ କୋଠା ମଧ୍ୟକୁ ପଶି ଅନେକ ଲୋକଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା ।
ଗଣମାଧ୍ୟମକୁ ଦିଲ୍ଲୀ ଫାୟାର୍‌ ସର୍ଭିସ୍‌ର ଚିଫ୍‌ ଫାୟାର୍‌ ଅଫିସର୍‌ ଅତୁଲ ଗର୍ଗ କହିଛନ୍ତି ଯେ, ୬୦୦ ବର୍ଗଫୁଟ୍‌ ସ୍ଥାନରେ ନିଆଁ ଲାଗିଥିଲା ବେଳେ ଭିତର ଭାରି ଅନ୍ଧାର ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା । ଏପର୍ଯ୍ୟନ୍ତ ୫୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ଏହି ଅଘଟଣରେ ନିଆଁ ଧାସରେ ବହୁ ଶ୍ରମିକ ଆହତ ହୋଇଛନ୍ତି ଏବଂ ଅନ୍ୟ କେତେଜଣ ଚେତା ହରାଇଛନ୍ତି । ନିଆଁ ଲାଗିଥିବା କାରଖାନାରେ ସ୍କୁଲ ବ୍ୟାଗ୍‌, ବୋତଲ, ଏବଂ ଅନ୍ୟାନ୍ୟ ଜିନିଷ ରଖାଯାଇଥିଲା । ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନଥିଲା ବେଳେ ଏହା ବିଦୁ୍ୟତ୍‌ ସର୍ଟ ସର୍କିଟ ଯୋଗୁଁ ହୋଇଥାଇପାରେ ବୋଲି ଦିଲ୍ଲୀ ପୁଲିସ୍‌ ପିଆର୍‌ଓ ଏମ୍‌ଏସ୍‌ ରନ୍ଧାୱା କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍‌ କରି ଅନାଜ ମନ୍ଦି କାରଖାନାରେ ଘଟିଥିବା ଦୁର୍ଘଟଣା ଅତ୍ୟନ୍ତ ଭୟାବହ ଅଟେ ବୋଲି କହିଥିଲେ । ମୃତକଙ୍କ ପରିବାରକୁ ମୋର ସମବେଦନା ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି । ଆହତଙ୍କୁ ସମସ୍ତପ୍ରକାର ଚିକିତ୍ସା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏହି ଘଟଣାରେ ଶୋକ ପ୍ରକାଶ କରିଥିଲେ ।
କୋଠା ମାଲିକ ଗିରଫ
ରବିବାର ଅନାଜ ମନ୍ଦି କାରଖାନାର ମାଲିକ ରେହାନକୁ ପୁଲିସ୍‌ ଗିରଫ କରିଥିବା ଜଣାପଡିଛି । ପୁଲିସ୍‌ ରେହାନଙ୍କ ବିରୋଧରେ ଆଇପିସିର ଧାରା ୩୦୪ ଅନ୍ତର୍ଗତ ମାମଲା ରୁଜୁ କରିଛି । ଏହି ଭୟାବହ ଅଗ୍ନିକାନ୍ଦ ଘଟଣାରେ ପୁଲିସ୍‌ ରେହାନଙ୍କ ମ୍ୟାନେଜର ଫୁରକାନକୁ ମଧ୍ୟ ଗିରଫ କରି ଜେରା କରୁଛି ।
ଆଘାତ ସତ୍ତ୍ୱେ ବଞ୍ଚାଇଲେ ୧୧ ଜୀବନ
ଦିଲ୍ଲୀ ଅନାଜ ମନ୍ଦି କାରଖାନାରେ ଅଗ୍ନିକାନ୍ଦରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି କିଛି ଲୋକ । ଦମକଳ ବାହିନୀର ପ୍ରୟାସରେ କିଛି ଲୋକଙ୍କୁ ଉକ୍ତ କାରଖାନାରୁ ଉଦ୍ଧାର କରାଯାଇଛି । ଏହି ଉଦ୍ଧାରକାର୍ଯ୍ୟବେଳେ ଦମକଳକର୍ମୀ ରାଜେଶ ଶୁକ୍ଳା ଯେଉଁ ଅଦମ୍ୟ ସାହାସ ଦେଖାଇଥିଲେ ତାହା ଖୁବ୍‌ ପ୍ରଶଂସନୀୟ । ଉଦ୍ଧାର କାର୍ଯ୍ୟବେଳେ ନିଜ ପାଦରେ ଆଘାତ ପାଇଥିବା ସତ୍ତ୍ୱେ ଶୁକ୍ଳା ନିଜ ଜୀବନକୁ ପରବାୟ ନକରି ଜଳନ୍ତା କୋଠା ମଧ୍ୟରେ ପ୍ରବେଶ କରି ଅନୂ୍ୟନ ୧୧ ଜଣ ଲୋକଙ୍କୁ ବଞ୍ଚାଇ ଦେଇଥିବା ଜଣାପଡିଛି । ଆହତ ହେବା ପରେ ବି ସେ ଉଦ୍ଧାର କାର୍ଯ୍ୟ ଶେଷ ଯାଏ କାମ କରିଥିଲେ । ପରେ ତାଙ୍କୁ ଏନଏଲଜେପି ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାକୁ ତାଙ୍କୁ ସାକ୍ଷାତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଆସିଥିଲେ । ଏହି ଅବସରରେ ଜୈନ ଶୁକ୍ଳା ‘ପ୍ରକୃତ ହିରୋ’ ଭାବେ ଅଭିହିତ କରିଥିଲେ । ଶୁକ୍ଳା ଲୋକଙ୍କୁ ବିଭିନ୍ନ ଅଗ୍ନିକାନ୍ଦ ସଂପର୍କରେ ସଠିକ୍‌ ତଥ୍ୟ ସହ ଶୀଘ୍ର ସୂଚନା ପ୍ରଦାନ କରିବାକୁ ନିବେଦନ କରିଥିଲେ । ଏହାଦ୍ୱାରା ଅଧିକ ଲୋକଙ୍କୁ ବଞ୍ଚାଯାଇପାରିବ ବୋଲି ସେ କହିଥିଲେ ।
ମାଜିଷ୍ଟ୍ରେଟ୍‌ ଯାଞ୍ଚ୍‌ ଆଦେଶ
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ଅନାଜ ମନ୍ଦି ଅଗ୍ନିକାନ୍ଦ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ଯାଞ୍ଚ୍‌ କରିବା ଲାଗି ଆଦେଶ ଦେବା ସହ ସାତ ଦିନ ମଧ୍ୟରେ ରିପୋର୍ଟ ଦେବା ଲାଗି ନିଦେ୍ର୍ଦଶ ଦେଇଛନ୍ତି । ରିପୋର୍ଟ ଆସିବା ପରେ ପ୍ରକୃତ ଦୋଷୀଙ୍କୁ କଠୋର ଦନ୍ଦ ଦିଆଯିବ ବୋଲି କେଜ୍ରିୱାଲ କହିଛନ୍ତି । ଘଟଣାସ୍ଥଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏଲଏନ୍‌ଜିପି ହସ୍‌ପିଟାଲ ଯାଇ ଆହତଙ୍କ ସ୍ୱାସ୍ଥ୍ୟ କଥା ପଚାରି ବୁଝିଥିବା ଜଣାପଡ଼ିଛି । ସୂଚନା ଥାଉ ଯେ, ଉକ୍ତ ଅଗ୍ନିକାନ୍ଦରେ ଗୁରୁତର ଆହତ ହୋଇଥିବା ଅଧିକାଂଶ ଶ୍ରମିକ ଏଲ୍‌ଏନ୍‌ଜିପି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ମୃତକଙ୍କ ପରିବାରଙ୍କୁ ୧୯ ଲକ୍ଷ ସହାୟତା
ଦିଲ୍ଳୀର ଅନାଜ ମନ୍ଦି ଅଞ୍ଚଳରେ ରବିବାର ଘଟିଥିବା ଭୟାବହ ଅଗ୍ନିକାନ୍ଦରେ ଏପର୍ଯ୍ୟନ୍ତ ୪୩ ଜଣଙ୍କ ମୃତୁ୍ୟ ହୋଇଯାଇଥିବା ବେଳେ ଦମକଳ ବାହିନୀ ଏପର୍ଯ୍ୟନ୍ତ ୫୨ ଲୋକଙ୍କୁ ଉଦ୍ଧାର କରିଥିବା ସୂଚନା ରହିଛି । ଏହି ଅଘଟଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା ଉକ୍ତ ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିବା ସହ ଯଥା ସମ୍ଭବ ସହାୟତା ଲାଗି ନିଦେ୍ର୍ଦଶ ଦେଇଛନ୍ତି ।
ମୃତକଙ୍କ ପରିବାରବର୍ଗଙ୍କୁ ୧୦ ଲକ୍ଷ ଲେଖାଏଁ ଏବଂ ପ୍ରତ୍ୟେକ ଆହତଙ୍କୁ ୧ ଲକ୍ଷ ଟଙ୍କାର ଆର୍ଥôକ ସହାୟତା ରାଶି ଯୋଗାଇ ଦେବା ସହ ସେମାନଙ୍କର ନିଶୁଳ୍କ ଚିକିତ୍ସା ଯୋଗାଇ ଦେବା ଲାଗି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ମୃତକଙ୍କ ପରିବାରବର୍ଗଙ୍କୁ ୨ ଲକ୍ଷ ଲେଖାଏଁ ଏବଂ ଗୁରୁତର ଆହତଙ୍କୁ ୫୦ ହଜାର ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଏହାଛଡ଼ା ଭାଜପାର ପ୍ରଦେଶ ଅଧ୍ୟକ୍ଷ ମନୋଜ ତିୱାରୀ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ୫ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୨୫ ହଜାର ଲେଖାଏଁ ଅନୁକମ୍ପାମୂଳକ ରାଶି ପ୍ରାଦନ କରିବେ ବୋଲି ଘୋଷଣା କରିଛନ୍ତି । ସେହିପରି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ବିହାର ରାଜ୍ୟର ମୃତକଙ୍କ ଲାଗି ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଫଳରେ ପ୍ରତି ମୃତକଙ୍କ ପରିବାର ମୋଟ ୧୯ ଲକ୍ଷ ଟଙ୍କା ହାସଲ କରିବେ ।
ବାହାର ପଟୁ ଝୁଲୁଥିଲା ତାଲା
ଘଟଣା ସମ୍ପର୍କରେ ଦମକଳ ବାହିନୀର ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ଉଦ୍ଧାର ଲାଗି ଯିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକେ ଚେତାଶୂନ୍ୟ ହୋଇ ପଡ଼ିଥିେଲେ ଏବଂ କିଛି ଆହତ ମଧ୍ୟ ଥିଲେ । ବିଲ୍ଡିଂ ବାହାର ପଟୁ ତାଲା ଝୁଲୁଥିଲା । ତାଲାକୁ ଭାଙ୍ଗି ଭିତରେ ପ୍ରବେଶ କରିଥିଲେ ଅଗ୍ନିିଶମ ବାହିନୀ ଲୋକଙ୍କୁ ଉଦ୍ଧାର କରିଥିଲେ । ପ୍ରାୟ ୬୦୦ ସ୍କୋୟାର୍‌ ଫୁଟ୍‌ ଅଞ୍ଚଳରେ ନିର୍ମିତ ଏହି କାରଖାନା ବିଲ୍ଡିଂଟିରେ ଆଶ୍ଚର୍ଯ୍ୟଜନକ ଭାବେ ଗୋଟିଏ ସିଡି ରହିଥିଲା । ଏଠାରେ ଯାଆଆସ ଲାଗି ସଂକୀର୍ଣ୍ଣ ରାସ୍ତା ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା ବୋଲି ଅଧିକାରୀ ଜଣକ କହିଛନ୍ତି ।
ବିନା ଏନ୍‌ଓସି ଚାଲୁଥିଲା ଫ୍ୟାକ୍ଟ୍ରି
ଫାୟାର ସେଫ୍ଟି ଅଧିକାରୀ ଜଣକ କହିଛନ୍ତି ଯେ, ବିଲ୍ଡିଂ ର ଛାତରେ କବାଟ ମଧ୍ୟ ବନ୍ଦ ଥିଲା । ଦମକଳ ବାହିନୀ ଏହି କବାଟକୁ ଭାଙ୍ଗି ୫୫-୬୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ । ଦିଲ୍ଲୀର ଯେଉଁ ସ୍ଥାନରେ ଏହି ଅଗ୍ନିକାନ୍ଦ ଘଟିଛି ତାହା ଏକ ଜନବସତି ଅଞ୍ଚଳ ଥିଲା ଏବଂ ଫ୍ୟାକ୍ଟ୍ରିକୁ ଏନ୍‌ଓସି ମଧ୍ୟ ମିଳିନଥିବା ଜଣାପଡ଼ିଛି । ଏହାଛଡା କୋଠାରେ ଅଗ୍ନି ନିର୍ବାପକ ଯନ୍ତ୍ର ନଥିଲା । ନିଅାଁ ଲାଗିବା ଅବସ୍ଥାରେ କୋଠା ମଧ୍ୟରୁ କିପରି ବାହାରକୁ ବାହାରି ହେବ, ସେଥିଲାଗି କୌଣସି ବ୍ୟବସ୍ଥା ହୋଇନଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*