ଦିଲ୍ଲୀରେ ହେବ ନାହିଁ ଆପ୍‌-କଂଗ୍ରେସ ଗଠବନ୍ଧନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
୨୦୧୯ ଲୋକସଭା ନିର୍ବାଚନ ପାଇଁ ଦିଲ୍ଲୀର ୭ଟି ଆସନରୁ ୬ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି ଆପ୍‌ । ପୂର୍ବରୁ ଗଠବନ୍ଧନ ନେଇ ଆପ୍‌ ମୁଖିଆ ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ନେତୃତ୍ୱଙ୍କ ସହ ଆଲୋଚନା କରିଥିଲେ । ହେଲେ ଆଲୋଚନା ବିଫଳ ହୋଇଥିଲା । ତଥାପି ଆଶା ହରାଇନଥିଲେ କେଜ୍ରିୱାଲ । ହେଲେ ମଙ୍ଗଳବାର ଏହି ଚର୍ଚ୍ଚାରେ ବିରାମ ଘଟିଛି । କଂଗ୍ରେସ ସ୍ପଷ୍ଟ କରିଛି ଯେ, ଦିଲ୍ଲୀ ଲୋକସଭା ନିର୍ବାଚନ ପାଇଁ ଆପ୍‌ ସହ ହେବ ନାହିଁ ଗଠବନ୍ଧନ ।
ମଙ୍ଗଳବାର ସକାଳୁ ସକାଳୁ ଆପ୍‌ ଓ କଂଗ୍ରେସ ମଧ୍ୟରେ ସମ୍ଭାବିକ ଗଠବନ୍ଧନର ଚର୍ଚ୍ଚା ଯୋର ଧରିଥିଲା । ଏପରିକି ଆପ୍‌ କଂଗ୍ରେସକୁ ତିନୋଟି ଆସନ ଦେବାକୁ ମଧ୍ୟ ଆଗ୍ରହୀ ଥିବା କୁହାଯାଇଥିଲା । ମାତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ଦିଲ୍ଲୀ ଅଧ୍ୟକ୍ଷ ଶିଲା ଦୀକ୍ଷିତଙ୍କ ଦୀର୍ଘ ସମୟ ଧରି ଆଲୋଚନା ପରେ ଏହା ଜଣାପଡ଼ିଛିଯେ, କଂଗ୍ରେସ ନିର୍ବାଚନ ଏକାକୀ ଲଢିବ । ଶିଲା କହିଛନ୍ତି ଯେ, ବୈଠକରେ ସର୍ବସମ୍ମତି ଭାବେ ଏକାକୀ ନିର୍ବାଚନ ଲଢିବାର ନିଷ୍ପତ୍ତି ନିଆଯାଇଛି । ରାହୁଲ ଗାନ୍ଧୀ ମଧ୍ୟ କଂଗ୍ରେସ ଏକୁଟିଆ ନିର୍ବାଚନ ଲଢୁ ସେହି ସପକ୍ଷରେ ଯୁକ୍ତି ବାଢିଛନ୍ତି । ବୈଠକରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ଆପ୍‌ ସହ ଗଠବନ୍ଧନକୁ ନେଇ କଂଗ୍ରେସରେ ଭିନ୍ନମତ ସୃଷ୍ଟି ହୋଇଥିଲା । ଗୋଟିଏ ଗୋଷ୍ଠୀ ଆପ୍‌ ସହ ଗଠବନ୍ଧନ ପାଇଁ ଯୁକ୍ତି ବାଢୁଥିବା ବେଳେ ଅନ୍ୟ ବଡ଼ ଗୋଷ୍ଠୀ ଏହାକୁ ବିରୋଧ କରିଆସୁଥିଲା । ଏପରିକି ପୂର୍ବରୁ ମଧ୍ୟ ଶିଲା ଦୀକ୍ଷିତ୍‌ ଆପ୍‌ ସହ ବୁଝାମଣା ହେବ ନାହିଁ ବୋଲି କହିଥିଲା ବେଳେ ମଙ୍ଗଳବାର ବୈଠକ ପରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଫଳରେ ଏବେ ଦିଲ୍ଲୀରେ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*