ଦିଲ୍ଲୀରେ ସଂକଳ୍ପ ଯାତ୍ରା ଆରମ୍ଭ କଲେ ଶାହା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଦିଲ୍ଲୀର ଶାଲୀମାର ବାଗ ଅଞ୍ଚଳସ୍ଥ ରାମଲୀଳା ମଇଦାନରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା ବୁଧବାର ସଂକଳ୍ପ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଅବସରରେ ଗୃହମନ୍ତ୍ରୀ ନିଜେ ମଧ୍ୟ ପାଖାପାଖି ଦେଢ କିଲୋମିଟର ପାଦରେ ଚାଲିଥିଲେ । ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏବଂ ଦିଲ୍ଲା ଭାଜପା ଅଧ୍ୟକ୍ଷ ମନୋଜ ତିୱାରୀ ଥିଲେ । “ଆଜିଠାରୁ ଅଭିଯାନ ଆରମ୍ଭ ହୋଇଛି । ଭାଜପା କାର୍ଯ୍ୟକର୍ତ୍ତା ଗାନ୍ଧୀଙ୍କ ମୁଲ୍ୟବୋଧକୁ ଦେଶର ପ୍ରତ୍ୟେକ ଲୋକଙ୍କ ନିକଟରେ ପହଞ୍ଚାଇବା ସକାଶେ କାର୍ଯ୍ୟ କରିବେ । ଆସନ୍ତା ୧୫ ଦିନ ଯାଏ ଭାଜପାର ଜନପ୍ରତିନିଧିମାନେ ୧୫୦ କିମି ଯାଏ ପଦଯାତ୍ରା କରି ଗାନ୍ଧିଜୀଙ୍କ ସିଦ୍ଧାନ୍ତକୁ ସ୍ଥାପନ କରିବାର କାମ କରିବେ” ବୋଲି ଶାହା ସୂଚନା ଦେଇଥିଲେ । ସେ ଆହୁରି କହିଥିଲେ ଯେ, ଆଜି ଗାନ୍ଧୀ ଜୟନ୍ତୀ ଦିନ ପୁରା ଦେଶ ସେହି ମହାପୁରୁଷଙ୍କୁ ସ୍ମରଣ କରୁଛି । ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପୁରା ଦେଶ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ଅଟେ । ତେଣୁ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଜନତାଙ୍କ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନେଇଥିଲେ । ମହାତ୍ମା ଗାନ୍ଧୀ ପୁରା ବିଶ୍ୱରେ ଭାରତୀୟ ମୂଲ୍ୟବୋଧକୁ ପ୍ରତିଷ୍ଠା କରାଇପାରିଥିଲେ । ଗାନ୍ଧୀଙ୍କ ବିଚାର ଆଜି ମଧ୍ୟ ସେତିକି ପ୍ରାସଙ୍ଗିକ, ଯେପରି ଏହା ସ୍ୱାଧୀନତା ପୂର୍ବରୁ ରହିଥିଲା । ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦା ଗାନ୍ଧିଜୀଙ୍କ ବିଚାର ଚରିତାର୍ଥ କରିବାକୁ ଚେଷ୍ଟା କରିଛନ୍ତି । ସ୍ୱଚ୍ଛତାକୁ ଜନ ଆନେ୍ଦାଳନ ବନାଇବାର କାର୍ଯ୍ୟ ସ୍ୱାଧୀନତା ପରେ ପ୍ରଥମ ପ୍ରଧାମନ୍ତ୍ରୀଭାବେ ମୋଦୀ କରାଇ ଦେଖାଇଛନ୍ତି ବୋଲି ଶାହା କହିଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଖୋଲା ଶୌଚ ମୁକ୍ତ ଅଭିଯାନ ସଫଳ ହୋଇଥିବା କଥା କହିଥିଲେ । ଏବେ ସରକାର ପ୍ଳାଷ୍ଟିକ୍‌ରୁ କିପରି ବଡ ମାତ୍ରାରେ ଡିଜେଲ ଉତ୍ପନ୍ନ ହେବ ସେ ଦିଗରେ କାର୍ଯ୍ୟ କରିବେ । ଦିଲ୍ଲୀରେ ଏଥିନେଇ ଏକ ପ୍ଳାଣ୍ଟ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଦିଲ୍ଲୀ ଭାଜପା ଅଧ୍ୟକ୍ଷ ମନୋଜ ତିୱାରୀ ଏହି ଅବସରରେ ସରକାର ସଂକଳ୍ପ ଯାତ୍ରାକୁ ଖୁବ୍‌ ଗୁରୁତ୍ୱ ଦେଉଛନ୍ତି ବୋଲି କହିବା ସହ ସେମାନେ ଏବେ ଗାଁକୁ ଗାଁକୁ ଯାଇ ଗାନ୍ଧିଜୀଙ୍କ ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବେ ବୋଲି କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*