ଦିବାରାତ୍ର ଟେଷ୍ଟ: ଶତକ ମାରିଲେ ୱର୍ଣ୍ଣର ଓ ମାରନସ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ: ଆଡିଲେଡ୍‌

ପାକିସ୍ତାନ ବିପକ୍ଷରେ ଘରୋଇ ଅଷ୍ଟ୍ରେଲିଆ ଦିବାରାତ୍ର ଟେଷ୍ଟର ପ୍ରଥମ ଦିନ ଦୃଢ଼ ସ୍ଥିତିରେ ପହଞ୍ଚିଛି । ପ୍ରଥମ ଦିନର ଖେଳ ଶୁକ୍ରବାର ସରିଲା ବେଳକୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୧ ୱିକେଟରେ ୩୦୨ ରନ୍‌ ସଂଗ୍ରହ କରିଛି । ଦଳର ଏହିି ବଢ଼ିଆ ସ୍ଥିତି ସମ୍ଭବ ହୋଇଛି ଡେଭିଡ୍‌ ୱର୍ଣ୍ଣର ଏବଂ ମାରନସ୍‌ଙ୍କ ଚମକ୍ରାର ଶତକ କାରଣରୁ । ଲଗାତାର ଦ୍ୱିତୀୟ ଟେଷ୍ଟରେ ଏହି ୨ ଖେଳାଳି ମାରିଛନ୍ତି ଶତକ । ୱର୍ଣ୍ଣର ଗତ ସପ୍ତାହରେ ୧୫୪ ରନ୍‌ ବ୍ରିସବେନ୍‌ ଟେଷ୍ଟରେ ସ୍କୋର କରିଥିଲେ । ଫ୍ଲଡ୍‌ ଲାଇଟରେ ଦୁର୍ବଳ ପାକିସ୍ତାନୀ ବୋଲିଂ ଆଟାକ୍‌ ବିପକ୍ଷରେ ୱର୍ଣ୍ଣର ଧୂଆଁଦାର ବ୍ୟାଟିଂ କରିଥିଲେ । ସ୍ପିନର ୟାସିରଙ୍କ ବଲରେ ଗୋଟିଏ ସିଙ୍ଗଲ ନେଇ ୧୫୬ ବଲରୁ ନିଜ ୨୩ତମ ଟେଷ୍ଟ ଶତକ ସେ ହାସଲ କରିଥିଲେ । ଶୁକ୍ରବାର ଖେଳ ବନ୍ଦ ରହିଲା ବେଳେ ଡେଭିଡ୍‌ ୧୯ ଚୌକା ସହ ୨୨୮ ବଲରୁ ୧୬୬ ରନ୍‌ ସ୍କୋର କରିଥିଲେ । ସେହିପରି ମାରନସ୍‌ ୨୦୫ ବଲରୁ ୧୭ ଚୌକା ସହ ୧୨୬ ରନ୍‌ କରି ଖେଳୁଥିଲେ । ପ୍ରଥମ ଦିନ କେବଳ ଗୋଟିଏ ୱିକେଟ ଜୋ ବର୍ଣ୍ଣସ୍‌ ଭାବରେ ପଡ଼ିଥିଲା । ସେ ୪ ରନ୍‌ କରିଥିଲା ବେଳେ ସାହିନ୍‌ ଆଫ୍ରିଦିଙ୍କ ବଲରେ ଆଉଟ୍‌ ହୋଇଥିଲେ । ଏହି ୨ ଖେଳାଳି ଦ୍ୱିତୀୟ ୱିକେଟରେ ଏ ଯାଏଁ ବିଶାଳ ୨୯୬ ରନ୍‌ ଯୋଗ କରି ସାରିଲେଣି ।
୧୦ ବର୍ଷ ପରେ ପାକିସ୍ତାନରେ ଟେଷ୍ଟ
ଦୀର୍ଘ ୧୦ ବର୍ଷ ହେଲାଣି ପାକିସ୍ତାନ ମାଟିରେ କୌଣସି ଟେଷ୍ଟ ମ୍ୟାଚ୍‌ ଖେଳାଯାଇ ନାହିଁ । ୨୦୦୯ ମାର୍ଚ୍ଚ ୩ ତାରିଖରେ ଲାହୋର ଠାରେ ଶ୍ରୀଲଙ୍କା ଦଳ ଉପରେ ଆତଙ୍କବାଦୀ ହମଲା ହେବା ପରଠାରୁୂ ଆଉ ସେଠାରେ ଟେଷ୍ଟ ହୋଇନାହିଁ । ତେବେ ସେହି ଶ୍ରୀଲଙ୍କା ଏବେ ପ୍ରଥମ ଦଳ ଭାବରେ ପାକିସ୍ତାନରେ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଯାଉଛି । ଦୀର୍ଘ ୧୦ ବର୍ଷ ପରେ ଆସନ୍ତା ମାସରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟର ଟେଷ୍ଟ ସିରିଜ୍‌ ଅନୁଷ୍ଠିତ ହେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*