ଦିବାରାତ୍ର ଟେଷ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ: ଗୋଲାପୀ ବଲ୍‌ରେ କଲେ ଅଭ୍ୟାସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଇନେ୍ଦାର

ଭାରତୀୟ କି୍ରକେଟ ଦଳ ନିଜର ପ୍ରଥମ ଗୋଲାପୀ ବଲ୍‌ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଯାଉଛି । କୋଲକାତାର ଇଡେନ ପଡିଆରେ ନଭେମ୍ବର ୨୨ ରୁ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଦିବାରାତ୍ର ହେବ ତଥା ଏହା ଗୋଲାପୀ ବଲ୍‌ରେ ଖେଳାଯିବ । ଏହି ଗୋଲାପୀ ବଲ୍‌ରେ ଖେଳିବାର ବିଶେଷ ଅଭିଜ୍ଞତା ଭାରତୀୟ ଖେଳାଳିଙ୍କ ନାହିଁ । ତେଣୁ ଦଳୀୟ ମ୍ୟାନେଜମେଣ୍ଟ ମଙ୍ଗଳବାର ଦିନ ଏଠାରେ ଏକ ବିଶେଷ ଗୋଲାପୀ ବଲ୍‌ରେ ଅଭ୍ୟାସ ଧାରାର ଆୟୋଜନ କରିଥିଲା । ପ୍ରଥମ ଟେଷ୍ଟ ଖେଳିବା ପାଇଁ ସୋମବାର ଏଠାରେ ପହଞ୍ଚିଥିବା ଭାରତୀୟ ଦଳ ମଙ୍ଗଳବାର ଆରମ୍ଭ କରିଛି ନେଟ୍ସ । ଅଧିନାୟକ ବିରାଟ କୋହଲି ନିଜ ଛୁଟି ପରେ ପୁଣି ଥରେ ଭାରତୀୟ ଦଳରେ ଯୋଗ ଦେଇଛନ୍ତି । ନେଟ୍ସରେ ସେ ପ୍ରଥମେ ଗୋଲାପୀ ବଲର ସାମ୍ନା କରିଥିଲେ । କେତୋଟି ବଲ୍‌ ସେ ମିସ୍‌ କରିଥିଲେ । ହେଲେ ଆଉ କେତୋଟିରେ ଲଗାଇଥିଲେ ନିଜର ଚିରାଚରିତଠାଣୀର ଆକର୍ଷଣୀୟ କଭର ଡ୍ରାଇଭ୍‌ । ତାଙ୍କ ପଛକୁ ଚେତେଶ୍ୱର ପୂଜାରା ଏବଂ ରାହାଣେ ମଧ୍ୟ ଗୋଲାପୀ ବଲ୍‌ରେ ଅଭ୍ୟାସ କରିଥିଲେ । ଦୁଇଜଣ ଯାକ ବଡ଼ ଜଗିରଖି ନେଟ୍ସରେ ଖେଳୁଥିବା ଦେଖିବାକୁ ମିଳିଥିଲା । ବିଶେଷ ସୁଇଂ ବଲ୍‌ରେ ହେଉନଥିଲା । ଭାରତୀୟ କି୍ରକେଟ ବୋର୍ଡ ବଲ୍‌ ପ୍ରସ୍ତୁତକାରୀ ସଂସ୍ଥା ଏସ୍‌ଜି ଠାରୁ ଗୋଲାପୀ ବଲ୍‌ କିଣିବାର ଅର୍ଡର ଦେଇଥିଲା । ତା’ମଧ୍ୟରୁ ପ୍ରଥମ ଦଫାରେ ଆସିଥିବା ବଲ୍‌ରେ ଖେଳାଳିମାନେ ମଙ୍ଗଳବାର ଅଭ୍ୟାସ କରିଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ବିଶ୍ୱରେ ଏଯାଏଁ ଯେଉଁ ୧୧ଟି ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଆୟୋଜିତ ହୋଇଛି ସେସବୁ କୁକାବୁରା ନହେଲେ ଡୁ୍ୟକର ଗୋଲାପୀ ବଲ୍‌ରେ ଖେଳାଯାଇଛି । ପ୍ରାୟ ତିନି ସିଜିନ ତଳେ ଦୁୁଲୀପ ଟ୍ରଫିରେ ଦିବାରାତ୍ର ମ୍ୟାଚ୍‌ ଖେଳାଯାଇଥିଲା ବେଳେ ସେଥିରେ ମଧ୍ୟ କୁକାବୁରା ଗୋଲାପୀ ବଲର ବ୍ୟବହାର ହୋଇଥିଲା । ଭାରତ କୋଲକାତା ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଏସଜିର ଗୋଲାପୀ ବଲ୍‌ରେ ଖେଳିବା ପାଇଁ ଚାହିଁବା ପଛରେ କାରଣ ଭାବେ ଦର୍ଶାଯାଇଛି ଯେ ଗୋଟିଏ ସିରିଜରେ ଗୋଟିଏ କମ୍ପାନୀର ବଲ୍‌ରେ ଖେଳିବାର ରହିଛି ନିୟମ ।
ଖେଳ ରୋଜ୍‌ ଦିନ ୧ଟାରୁ
ଐତିହାସିକ ଇଡେନ ପଡ଼ିଆରେ ଭାରତର ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ୨୨ ତାରିଖରୁ ଖେଳାଯିବ । ଶୀତ ଆସି ଯାଇଥିବା ଅବସ୍ଥାରେ ସନ୍ଧ୍ୟା ପରଠାରୁ ଏଠାରେ କାକର ପଡ଼ିବାର ମାତ୍ରା ଢେର ବଢ଼ିଯାଇଛି । ତେଣୁ ମ୍ୟାଚ୍‌ ସକାଶେ ବଲକୁ ଶୁଖିଲା କରି ରଖିବା କଷ୍ଟକର ହେବ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି । ଖାସ୍‌ ଏହାକୁ ଲକ୍ଷ୍ୟ କରି ଏହି ଦିବାରାତ୍ର ଟେଷ୍ଟର ଖେଳ ସମୟ ବିଶେଷ ଭାବରେ ଦୃଷ୍ଟି ଦିଆଯାଇ ନିର୍ଣ୍ଣୟ କରାଯାଇଛି । ୫ ଦିନ ଯାକ ଖେଳ ଦିନ ୧ଟାରୁ ଆରମ୍ଭ ହେବ । ଆଉ ପୂରା ୯୦ ଓଭରର ଖେଳ ରାତି ୮ଟା ସୁଧା ଶେଷ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏହି ଟେଷ୍ଟ ଆୟୋଜକ ବନିଥିବା ଘରୋଇ ସଂଘ ବଙ୍ଗଳା କ୍ରିକେଟ ଆସୋସିଏସନ୍‌ ମ୍ୟାଚ୍‌ ସମୟର ପରିବର୍ତ୍ତନ କାକର କାରଣରୁ କରିବା ସକାଶେ ଅନୁରୋଧ କରିଥିଲା । ଯାହାକୁ ମାନି ନେଇଛି ଭାରତୀୟ କ୍ରିକେଟ ବୋର୍ଡ । ଦିବାରାତ୍ର ଟେଷ୍ଟର ପ୍ରତ୍ୟେକ ଦିନ ଖେଳ ଦିନ ୧ଟାରୁ ଆରମ୍ଭ ହେବ । ପ୍ରଥମ ସେସନ ଦିନ ୩ଟାରେ ସରିବ । ୪୦ ମିନିଟର ବିରତି ପରେ ଦ୍ୱିତୀୟ ସେସନ୍‌ ୩ଟା ୪୦ରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୪୦ ପର୍ଯ୍ୟନ୍ତ ଚାଲିବ । ଶେଷ ସେସନ୍‌ ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇ ରାତି ୮ଟା ଯାଏଁ ଚାଲିବ । ଇଡେନ୍‌ ପଡ଼ିଆରେ ଏବେ ଅଧିକ କାକର ରାତି ସାଢ଼େ ୮ଟା ପରେ ପଡ଼ୁଥିବାରୁ ମ୍ୟାଚର ଏହି ଟାଇମିଂ ବୋଲରମାନଙ୍କ ଲାଗି ସାହାଯ୍ୟକାରୀ ବନିବ ବୋଲି ଅନୁମାନ କରାଯାଉଛି । ରୋଜ୍‌ ୫୦ ହଜାରରୁ ବେଶୀ ଦର୍ଶକ ଏହି ମ୍ୟାଚ୍‌ ଦେଖିବା ପାଇଁ ଆସିବା ପାଇଁ ବୋଲି ସିଏବି ବଡ଼ ଦୃଢ଼ତା ଦେଖାଇଛି ।

ଫେରୁଛନ୍ତି ଭୁବନେଶ୍ୱର: ମଙ୍ଗଳବାର ଭାରତୀୟ ଦଳର ନେଟ୍ସରେ ଆହତ କାରଣରୁ ଦଳରୁ ବାଦ ପଡିଥିବା ପେସ ବୋଲର ଭୁବନେଶ୍ୱର କୁମାର ଦେଖା ଦେଇଥିଲେ । ତେଣୁ ଅନୁମାନ କରାଯାଉଛି ଖୁବଶୀଘ୍ର ସେ ଦଳକୁ ଫେରିବେ ବୋଲି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*