ଦିବାରାତ୍ର ଟେଷ୍ଟରେ ଧୋନୀ ହୋଇପାରନ୍ତି ଭାଷ୍ୟକାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : କୋଲକାତା

ମହେନ୍ଦ୍ର ସିଂ ଧୋନୀ ଏବେ ଆଉ ଟେଷ୍ଟ ମ୍ୟାଚ୍‌ ଖେଳୁନାହାଁନ୍ତି । ଟେଷ୍ଟରୁ ସେ ଅବସର ନେଇସାରିଛନ୍ତି । ସେ ସୀମିତ ଓଭର ମ୍ୟାଚ୍‌ ଖେଳୁଥିଲା ବେଳେ ତାହା ମଧ୍ୟ ଗତ ବିଶ୍ୱକପ୍‌ ପରଠାରୁ ଖେଳିନାହାନ୍ତି । ତେବେ କି୍ରକେଟକୁ ଭିନ୍ନ ଭାବେ ଧୋନୀ ଫେରିବେ ବୋଲି କୁହାଯାଉଛି । ବାଂଲାଦେଶ ବିପକ୍ଷ କୋଲକାତା ଟେଷ୍ଟ ମ୍ୟାଚ୍‌ ଭାରତର ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ହେବା ପାଇଁ ଯାଉଛି । ଧୋନୀ ସେହି ମ୍ୟାଚ୍‌ରେ ଅତିଥି ଭାଷ୍ୟକାର ହେବେ ବୋଲି ଖବର ମିଳିଛି । ଖେଳର ପ୍ରଥମ ଦିନ ଧୋନୀ ଅତିଥି ଭାବରେ ଯୋଗଦେଇ ଟେଲିଭିଜନ ଭାଷ୍ୟକାର ଦାୟିତ୍ୱ ତୁଲାଇବେ ବୋଲି ଜୋରଦାର ଚର୍ଚ୍ଚା ଏଠାରେ ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*