ଦିଗିଙ୍କ ବିବାଦୀୟ ବୟାନ,ଗେରୁଆ ବସ୍ତ୍ର ପିନ୍ଧୁଥିବା ଲୋକେ ମନ୍ଦିରରେ କରୁଛନ୍ତି ବଳାତ୍କାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଭୋପାଳ

ଭୋପାଳରେ ସାଧୁମାନଙ୍କୁ ସମ୍ବୋଧିତ କରିବା ସମୟରେ କଂଗ୍ରେସ ନେତା ତଥା ରାଜ୍ୟର ପୂର୍ବମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ ଏପରି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ଦେଶବ୍ୟାପୀ ରାଜନୀତି ସରଗରମ ହେବା ଆରମ୍ଭ ହେଲାଣି । ମଙ୍ଗଳବାର ଦିଗ୍‌ବିଜୟ କହିଛନ୍ତି ଯେ, ଗେରୁଆ ପୋଷାକଧାରୀ ବଳକ୍ରାର କରୁଛନ୍ତି, ମନ୍ଦିରରେ ବଳାତ୍କାର ହେଉଛି । ସେ କହିଛନ୍ତି ଯେ,ଆମ ସନାତନ ଧର୍ମକୁ ଯେଉଁମାନେ ବଦନାମ୍‌ କରୁଛନ୍ତି ତାଙ୍କୁ ଭଗବାନ କେବେ ବି କ୍ଷମା ଦେବେ ନାହିଁ ।
ଦିଗ୍‌ବିଜୟ କହିଛନ୍ତି ଯେ, ‘ବ୍ୟକ୍ତି ନିଜ ପରିବାର ଛାଡି ସାଧୁ ବନିଥାଏ । ଧର୍ମର ଆଚରଣ କରି ଆଧ୍ୟାତ୍ମିକ ଆଡ଼କୁ ମୁହାଁଇଥାଏ, ହେଲେ ଆଜି ଲୋକେ ଗେରୁଆ ବସ୍ତ୍ର ପିନ୍ଧି ଜଡିବୁଟି ବିକୁଛନ୍ତି । ଗେରୁଆ ବସ୍ତ୍ର ପିନ୍ଧାଯାଇ ବଳାତ୍କାର କରାଯାଉଛି । ମନ୍ଦିରରେ ବଳାତ୍କାର ହେଉଛି । କ’ଣ ଏହା ଆମର ଧର୍ମ? ଆମର ସନାତନ ଧର୍ମକୁ ଯେଉଁମାନେ ବଦନାମ୍‌ କରୁଛନ୍ତି, ତାଙ୍କୁ ଭଗବାନ ମଧ୍ୟ କ୍ଷମା ଦେବେ ନାହିଁ ।’
କଂଗ୍ରେସର ଏହି ବରିଷ୍ଠ ନେତା ଭାଜପାର ନାମ ନନେଇ କହିଛନ୍ତି ଯେ, ଜୟ ଶ୍ରୀରାମ ସ୍ଲୋଗାନକୁ ଗୋଟିଏ ଦଳ ନିଜ କବ୍‌ଜାରେ ରଖିଛି । ତେଣୁ ଆମକୁ ଜୟ ଶ୍ରୀରାମ ନୁହେଁ, ଜୟ ଶୀୟାରାମ କହିବାକୁ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋଟିଏ ଦଳର ଲୋକେ ମନ୍ଦିର ଏବଂ ମଠକୁ କବ୍‌ଜା କରୁଛନ୍ତି । ଦିଗିଙ୍କ ଏହି ବିବାଦୀୟ ବୟାନକୁ ନେଇ ଏବେ ବିଭିନ୍ନ ମହଲରୁ ପ୍ରତିକି୍ରୟା ଆସିବା ଆରମ୍ଭ ହେଲାଣି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*