ଦାମି କାରରେ ହେଉଥିଲା ଗଞ୍ଜେଇ ଚାଲାଣ ୩ କାର, ୧୩୫ କେଜି ଗଞ୍ଜୋଇ, ୪ ମୋବାଇଲ ଓ ୫୫ ହଜାର ଟଙ୍କା ଜବତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଚାକ ଚକ୍ୟ କାର । ଗୋଟିଏ କି ଦୁଇଟି ନୁହେଁ, ତିନି ତିନୋଟି ଦାମି କାର ରାଜଧାନୀ ଦେଇ ଯିବାବେଳେ ବ୍ଲକିଂ କିମ୍ବା ଚେକିଂ କରୁଥିବା ପୁଲିସ ଅଧିକାରୀମାନେ ମଧ୍ୟ ଗାଡିକୁ ଅଟକାଇବାକୁ ସାହାସ କରିବେ ନାହିଁ କାଳେ ଭିଭିଆଇପିମାନେ ଯାଉଥିବେ କି । ନିଶା ବ୍ୟବସାୟୀମାନେ ଏହିଭଳି ଢ଼ଙ୍ଗରେ କମିଶନରେଟ୍ ପୁଲିସକୁ ଚକମା ଦେଇ କରୁଛନ୍ତି ନିଶା କାରବାର । ଖାଲି ସେତିକି ନୁହେଁ ରାଜଧାନୀର ଛାତି ଉପରେ କମିଶନରେଟ୍ ପୁଲିସ ଚ୍ୟାଲେଞ୍ଜ ଦେଇ ଏଭଳି କାରବାର କରୁଛନ୍ତି । ବେପାରୀମାନେ ଅବକାରୀ ବିଭାଗକୁ ହାତରେ ରଖି ବିଭିନ୍ନ ତରିକା ଆପଣାଇ ବହୁ ଅଭିନବ ଉପାୟରେ ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନସୁଗାର, ଗଞ୍ଜେଇକୁ କାର, ବାଇକ, ବସ ସହାୟତାରେ କନ୍ଧମାଳ, କୋରାପୁଟ ଓ ମାଲକାନାଗିରି ଜିଲ୍ଲାରୁ ଭାୟା ଭୁବନେଶ୍ୱର ଦେଇ ବାଲେଶ୍ୱର, କଲିକତା, ମୁମ୍ବାଇ, ଦିଲ୍ଲୀକୁ ଚାଲାଣ କରୁଛନ୍ତି । ସେହିଭଳି ଗତ ୨ ଦିନ ତଳେ ଅବକାରୀ ବିଭାଗ ଟିମ ଭରତପୁରର ଏକ ଫାର୍ମ ଭିତରୁ ୯୩ କେଜି ଗଞ୍ଜେଇ ଜବତ କରିଥିବା ବେଳେ ଏକ ବୋଲେରୋ ଗାଡି ଓ ତାର ଡ୍ରାଇଭରକୁ ଗିରଫ କରିଥିଲା । ହେଲେ ୨ ମାଷ୍ଟର ମାଇନ୍ଦ ବାଘା ଓ ତାର ସହଯୋଗୀ ଅବକାରୀ ବିଭାଗକୁ ହାତଗୁଞ୍ଜା ଦେଇ ଫେରାର ହୋଇଯାଇଥିଲେ । ପୁଣି ୨ ଦିନ ନ ଜାଉଣୁ ପୁଣି ସୋମବାର ଦିନ ସନ୍ଧ୍ୟା ସମୟରେ ୩ଟି ଦାମି କାରରେ ୧୩୫ କେଜି ଗଞ୍ଜେଇ ଚାମ୍ବର ଭିତରେ ପୁରାଇ କନ୍ଧମାଳରୁ ଭୁବନେଶ୍ୱର ଆସୁଥିବା ବେଳେ ତମାନେ୍ଦା ପୁଲିସ ଓ କମିଶନରେଟ ପୁଲିସର କୁ୍ୟଏଟି ଟିମ କଳିଙ୍ଗ ବିହାର ଛକରେ ମାଡି ବସିଛନ୍ତି । ଫଳରେ ୬ ଜଣ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୫୫ ହଜାର ଟଙ୍କା, ୪ଟି ମୋବାଇଲ, ୩ଟି କାର ଓ ୧୩୫ କେଜି ଗଞ୍ଜେଇ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ କନ୍ଧମାଳ ଜିଲ୍ଲାର, ଶିବସମ୍ଭୁ ଦିଗାଲ, କୁନା ପ୍ରଧାନ, ମଧ୍ୟମ ବେହେରା, ଦୀପକ ବେହେରା, ସଂଗ୍ରାମ ନାୟକ ଓ ପରିଖିତ ସାହୁ । ମଙ୍ଗଳବାର ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ । ସୂଚନାଯୋଗ୍ୟ ଯେ, ସୋମବାର ସନ୍ଧ୍ୟା ୮ଟା ସମୟରେ କନ୍ଧମାଳରୁ ୩ଟି କାରରେ ଗଞ୍ଜେଇ ଲୋଡ଼ ହୋଇ ଭୁବନେଶ୍ୱର ଆସୁଥିବା କମିଶନରେଟ ପୁଲିସର କୁ୍ୟଏଟି ଟିମର ମୁଖ୍ୟ ଶୁଭେନ୍ଦୁ ସାହୁଜାଣିବାକୁ ପାଇଥିଲେ । ଖବର ପାଇବାପରେ ଶ୍ରୀ ସାହୁ ଟିମ ନେଇ ତମାନେ୍ଦାରେ ପହଞ୍ଚିବା ସହ ତମାନେ୍ଦା ପୁଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ଉଭୟେ ମିଳିତ ଭାବେ ଏକ ଟିମ କଳିଙ୍ଗ ବିହାର ଓ ଆଉ ଏକ ଟିମ ପାତ୍ରପଡ଼ା ଭଗବାନପୁର ରାସ୍ତାରେ ଛପି ବସିଥିଲେ । ସେହି ସମୟରେ ୩ଟି କାର ତମାନେ୍ଦାରୁ କଳିଙ୍ଗ ବିହାର ଦେଇ ଭରତପୁରକୁ ଯିବା ସମୟରେ ଟିମ ୪ ଦିଗରୁ ଘେରି ଯାଇଥିଲା । ଫଳରେ ଟିମ ୩ଟି କାରକୁ ଜବତ କରିବା ୬ ଜଣଙ୍କୁ ଗିରଫ କରିଛି । ତାହାସହ କାର ଭିତରୁ ୫୦ ଲକ୍ଷ ଟଙ୍କାର ୧୩୫ କେଜି ଗଞ୍ଜେଇ, ୫୫ ହଜାର ଟଙ୍କା, ୪ ଟି ମୋବାଇଲ ଫୋନ ଜବତ କରିଛି । ବାକି ୩ ଜଣ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଏହି ଘଟଣାରୁ ଜଣାପଡ଼ୁଛି ଅବକାରୀ ବିଭାଗ ୨ ବର୍ଷ ପରେ ଥରେ ରେଡ଼ କଲା ପରେ ମୁଖ୍ୟଙ୍କୁ ଛାଡିଦେଇଥିଲା । ଫଳରେ ଏହି ବେପାରୀମାନେ ଛୋଟ ଛାଡି ପରେ ବଡ଼ ବେପାର କରିବାର ପ୍ଲାନିଂକୁ ରାସ୍ତାରେ ପନ୍ଦ କରିଦେଇଛି କମିଶନରେଟ ପୁଲିସ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*