ଦାବି ପୂରଣ ନହେଲେ ନଭେମ୍ବର ୪ରେ ବିଶାଳ ଆନେ୍ଦାଳନ କରିବାକୁ ଗାଁସାଥୀଙ୍କ ନିଷ୍ପତ୍ତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଗତ ୨୦୦୮ରେ ଆମ ରାଜ୍ୟ ସରକାର ଲକ୍ଷେ ବେକାରୀଙ୍କୁ ନିଯୁକ୍ତି ପ୍ରଦାନ ଦାବିରେ ସୃଷ୍ଟି କଲେ ‘ଗାଁସାଥୀ’ ପଦବୀ । ବିଗତ ୧୧ ବର୍ଷ ଧରି ପ୍ରଦାନ କଲେ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି । ନିର୍ବାଚନ ପୂର୍ବରୁ ୫ମ ପାଳିର ସରକାର ଆସିଲେ ନିୟମାନୁଯାୟୀ କାର୍ଯ୍ୟ ପାଉନଥିବା ରାଜ୍ୟର ସମସ୍ତ ଗାଁସାଥୀ (ମେଟ୍)ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କର୍ପସ ପାଣ୍ଠି ଗଠନ କରାଯାଇ, ସେମାନଙ୍କୁ ସଠିକ୍ ଏକ ନିୟମ ବଳରେ ବେକାରୀ ଭତ୍ତା ପ୍ରଦାନର ବ୍ୟବସ୍ଥା କରାଯିବ । ମାତ୍ର ଦୁଃଖ ଓ ପରିତାପର ବିଷୟ ଏହିକି ଯେ, ୫ ପାଳିର ସରକାର ବହୁ ମତରେ ଆସିବା ପରେ ଭୁଲିଗଲେ ପୂର୍ବ ପ୍ରତିଶ୍ରୁତି ।
ଏଣୁ ଏବେ ଗାଁସାଥୀ (ମେଟ୍) ବିଜେପୁର ଉପ ନିର୍ବାଚନରେ ପ୍ର·ର ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍ କରି ଆଲୋଚନା ସହିତ ପ୍ରଶାସନିକ ସମାଧାନ ତୁରନ୍ତ ଆଶା ରଖିବେ ବୋଲି ସଂଘର ମିଳିତ ନିଷ୍ପତ୍ତି ହୋଇଛି । ଏଥି ସହିତ ଚଳିତ ଅକ୍ଟୋବର ୨୦ ତାରିଖ ସୁଦ୍ଧା ୩୦ ଜିଲ୍ଲାର ଜିଲ୍ଲାପାଳ ଓ ପିଡ଼ି, ଡ଼ିଆରଡ଼ିଏଙ୍କ ଜରିଆରେ ଏ ବାବଦରେ ରାଜ୍ୟର ମାନନୀୟ ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କୁ ଅବଗତ କରାଯିବ । ଚଳିତମାସ ୨୧ ତାରିଖ ସୁଦ୍ଧା ଯଦି ରାଜ୍ୟ ସରକାର ଗାଁସାଥୀ (ମେଟ୍)ଙ୍କ ଯଥାର୍ଥ ଦାବି ବାବଦରେ କିଛି ଆଶୁ ସମାଧାନ ନହୁଏ, ତେବେ ଆସନ୍ତା ନଭେମ୍ବର ୪ ତାରିଖ ଦିନ ରାଜ୍ୟ ବିଧାନସଭା ଆଗରେ ଗାଁସାଥୀଙ୍କର ୫୦ ହଜାରରୁ ଉଦ୍ଧ୍ୱର୍ ଗାଁସାଥୀ ଏକ ବିଶାଳ ରାଲି ଓ ଆନେ୍ଦାଳନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି ରଖିବେ ବୋଲି ଆଜି ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଉକ୍ରଳ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ପ୍ରକାଶ କରିଛି । ସୂଚନା ଅନୁସାରେ ନଭେମ୍ବର ୪ ତାରିଖ ସକାଳ ୯ ଘଟିକାରୁ ଭୁବନେଶ୍ୱରସ୍ଥିତ ରାମ ମନ୍ଦିର ସାମ୍ନାରୁ ୫୦ ହଜାରରୁ ଉଦ୍ଧ୍ୱର୍ ଗାଁସାଥୀ ଏକତ୍ରିତ ହୋଇ ଏକ ବିଶାଳ ଶୋଭାଯାତ୍ରା ଜରିଆରେ ବିଧାନସଭା ବ୍ୟାରିକେଡ଼ ଯାଏ ଯିବେ । ଏଠାରେ ସୂଚନାଯୋଗ୍ୟ ଯେ ଏହି ଆନେ୍ଦାଳନକୁ ଲକ୍ଷ୍ୟରେ ରଖି ଚଳିତ ବର୍ଷ ଅକ୍ଟୋବର ୨୩ ତାରିଖ ଦିନ ରାଜ୍ୟର ପଶ୍ଚିମାଞ୍ଚଳର ୧୦ଟି ଜିଲ୍ଲାର ବ୍ଲକ ଏବଂ ଜିଲ୍ଲା କମିଟି ସଭ୍ୟସଭ୍ୟାଙ୍କୁ ନେଇ ଏକ ସ୍ୱତନ୍ତ୍ର ସାଂଗଠନିକ କର୍ମଶାଳା କରିବା ଲାଗି ଆଜି ସମୂହ ନିଷ୍ପତ୍ତି ନିଆଯାଇଛି । ସେଠାରେ ସଂଘର ଦାବି ଜଣାଇବା ସହିତ, ଦାବି ପୂରଣ ଯାଏ ଶାନ୍ତିପୂର୍ଣ୍ଣ ଗଣଧାରଣାରେ ବସି ରହିବେ । ଉକ୍ତ କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣ ଭାବେ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଓ ସମାଧାନ ଯାଏ ·ଲୁ ରହିବ ବୋଲି ସଂଘର ରାଜ୍ୟ ସଭାପତି ସୌଭାଗ୍ୟ ମିଶ୍ର ସୂଚନା ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*