ଦାନ୍ତିଆମୁହାଁ ଆରଆଇ ଅଫିସ ଗୃହ ଉଦଘାଟିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଚିତ୍ରଡା

ମୟୂରଭଞ୍ଜ ଜିଲ୍ଲା ମୋରଡା ତହସିଲ ଅଧୀନ ଦାନ୍ତିଆମୁହାଁ ଆରଆଇ ଅଫିସ ଗୃହ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ୩୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଗୃହ ନିର୍ମିତ ହୋଇଥିବା ଜଣାପଡିଛି । ଉକ୍ତ ଉଦଘାଟନ ଉତ୍ସବକୁ ଭାରପ୍ରାପ୍ତ ମୋରଡା ତହସିଲଦାର ସମ୍ବିତ ସଂଗ୍ରାମଜିତ ସାହୁ, ଦାନ୍ତିଆମୁହାଁ ଆରଆଇ ଦିପ୍ତେନ୍ଦୁ କୁମାର ଦେ, ଏଆରଆଇ ଫୁଲମଣି ହାଁସଦା ପ୍ରମୁଖ ଆୟୋଜନ କରିଥିବା ବେଳେ ତହସିଲ କର୍ମଚାରୀ ଅନିରୁଦ୍ଧ ପ୍ରଧାନ, ଗଗନ ମିଶ୍ର, ସୁରେଇଡିହି ଆରଆଇ ଜ୍ୟୋତିରୂପା ପାତ୍ର, ଚିତ୍ରଡା ଏଆରଆଇ ରୂପଶ୍ରୀ ରାଉତ, ମୋହନପୁର ଏଆରଆଇ ମୋନାଲି ମୋନାଲିସା ପ୍ରମୁଖ ସହଯୋଗ କରିଥିଲେ । ସରପଞ୍ଚ ହରି ସିଂ, ଜିଲ୍ଲାପରିଷଦ ସଭ୍ୟ ଶିରିଶ ଚନ୍ଦ୍ର ମହାନ୍ତ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା, ଅଙ୍ଗନୱାଡି ଶିଶୁ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ । ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ କହିଥିଲେ ଯେ ପର୍ଯ୍ୟାୟକ୍ରମେ କର୍ମଚାରୀ ପଦ ପୂରଣ କରାଯିବ ଏବଂ ଶୀଘ୍ର ମୋରଡା ତହସିଲ ଅଫିସ ଗୃହ ନିର୍ମାଣ କରାଯିବ । ସଫଳ କାର୍ଯ୍ୟକ୍ରମ ପାଇଁ ତହସିଲଦାର ସମ୍ବିତ ସଂଗ୍ରାମଜିତ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*