ଦଶହରା ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ: ସାଲେପୁର

ସାଲେପୁର ଅଞ୍ଚଳରେ ଦଶହରା ପୂଜା ଉତ୍ସବ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାପାଇଁ ତହସିଲ ପ୍ରଶାସନ ପକ୍ଷରୁ ତହସିଲଦାର ପଦ୍ମଜା ଦାଶଙ୍କ ଅଧ୍ୟକ୍ଷତାରେ ସାଲେପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସାଲେପୁର ଅଞ୍ଚଳର ସମସ୍ତ ପୂଜା କମିଟିର କର୍ମକର୍ତ୍ତାମାନେ ଯୋଗଦେଇ ଦଶହରା ପର୍ବକୁ ଆଡମ୍ବର ସହକାରେ ପାଳନ କରିବା ପାଇଁ ସମସ୍ତ ପ୍ରକାର ନିଷ୍ପତ୍ତି ନିଆଯାଇଥିଲା । ବିଶେଷ କରି ପାର୍ବଣ ଋତୁରେ ଯେପରି ବିଦୁ୍ୟତ୍ କାଟ ନହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ବିଦୁ୍ୟତ୍ ବିଭାଗକୁ ପରାମର୍ଶ ଦିଆଯାଇଥିଲା । ସେହିପରି ସହରରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ହାତକୁ ନିଆଯିବ ବୋଲି ସାଲେପୁର ଏସ୍ଡିପିଓ ସୁରେଶ ଦାସ, ଆଇଆଇସି ଦେବେନ୍ଦ୍ର କୁମାର ମଲ୍ଲିକ ଗୁରୁତ୍ୱ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହିପରି ପରିବେଶକୁ ସୁସ୍ଥ ଓ ନିର୍ମଳ ରଖିବା ପାଇଁ ସାଲେପୁର ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ନିବେଦନ କରାଯାଇଥିଲା । ଅପର ପକ୍ଷରେ ପାର୍ବଣ ଋତୁ ଅବସରରେ ଉଭୟ ଦିନ ଓ ରାତିରେ ସାଲେପୁର ସହରରେ ଲୋକ ସମାଗମ ଅଧିକ ହେଉଥିବାରୁ ବିଭିନ୍ନ ଛକମାନଙ୍କରେ ବିଶୁଦ୍ଧ ପାନୀୟ ଜଳ ରଖିବା ପାଇଁ ଗ୍ରାମ୍ୟ ପାନୀୟ ଜଳ ପରିମଳ ବିଭାଗକୁ ନିଦେ୍ର୍ଦଶ ଦିଆଯାଇଥିଲା । ବୈଠକରେ ସମସ୍ତ ପୂଜା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ହୋଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*