ଦଳୀୟ ଇସ୍ତାହାରରେ ସାମିଲ ହେବ ଓଡ଼ିଶା ବିକାଶ ସମାବେଶର ପ୍ରସ୍ତାବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଜ୍ୟର ପ୍ରଗତି ତଥା ତୃଣମୂଳ ସ୍ଥରରେ ଚିରସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ଓଡିଶା ବିକାଶ ସମାବେଶ ଜରିଆରେ ପଞ୍ଚାୟତ ଲୋକ ପ୍ରତିନିଧି, ଗୋଷ୍ଠୀ ସ୍ତରୀୟ ନେତୃବୃନ୍ଦ, ବୁଦ୍ଧିଜୀବୀ, ତୃଣମୂଳ ସ୍ତରର ସାମାଜିକ କର୍ମୀ, ଶିକ୍ଷାବିତ୍ତ, ବ୍ୟବସାୟ ପ୍ରତିଷ୍ଠାନର ପ୍ରତିନିଧିମାନେ ରାଜ୍ୟର ବିଭିନ୍ନ ବିକାଶ ଦିଗ ସମ୍ପର୍କରେ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ଜୀବିକା ଓ ଖାଦ୍ୟ ସୁରକ୍ଷା ପାଇଁ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ସହ ପଶୁ, ମତ୍ସ୍ୟ ପାଳନ ଦିଗଗୁଡିକୁ ଗୁରୁତ୍ୱ ଦେବା, ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ଯୋଜନା ଦେଶାନ୍ତର ହେଉଥିବା ହିତାଧିକାରୀ ରାଜ୍ୟ ତଥା ରାଜ୍ୟ ବାହାରେ ପୋଟେବିଲିଟି ବ୍ୟବସ୍ଥା, କୃଷି ଭିତ୍ତିକ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ, ସାମାଜିକ କାର୍ଯ୍ୟକ୍ରମ ଓ ସେବା କ୍ଷେତ୍ରରେ ଭୁତଳ ଜଳ ବ୍ୟବହାର ଉପରେ ନିୟନ୍ତ୍ରଣ, ଶୌଚାଳୟ ନିର୍ମାଣ ପାଇଁ ଆବଶ୍ୟକତା ଅନୁସାରେ ବ୍ୟୟ ବରାଦ ଓ ବ୍ୟବହାର ଉପରେ ଗୁରୁତ୍ୱାରୋପ, ମଳପଙ୍କ ପରିଚାଳନାକୁ ଗୁରୁତ୍ୱ, ତୃଣମୂଳ ସ୍ତରର ସ୍ୱାସ୍ଥ୍ୟ ସେବାରେ ଉନ୍ନତିକରଣ ସହ ଅପପୁଷ୍ଟି ପାଇଁ ପଦକ୍ଷେପ, ତିନିରୁ ପାଞ୍ଚ ବର୍ଷ ବୟସର ଶିଶୁ ଏବଂ ୧୫ ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଶିକ୍ଷା ଅଧିକାର ଆଇନ୍‌ ପରିସର ଭୁକ୍ତ ଓ ଏହି ଆଇନାନୁସାରେ ଏହାର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା, ଗୋଷ୍ଠୀ ସ୍ତରୀୟ ଜ୍ଞାନ କୌଶଳ ସହ ବିଶ୍ୱ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ସହ ସମନ୍ୱୟ ଆଣିବା ଆଦି ଦାବି ଉପସ୍ଥାପିତ ହୋଇଥିଲା । ରାଜ୍ୟରେ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା, ପଞ୍ଚାୟତି ରାଜ ବ୍ୟବସ୍ଥା ଆଦିର ସ୍ଥିତି ସମ୍ପର୍କରେ ଉପସ୍ଥିତ ପ୍ରତିନିଧିମାନେ ଆଶଙ୍କା ବ୍ୟକ୍ତ କରିବା ସହ ଏହା ରାଜ୍ୟର ବାସ୍ତବ ବିକାଶ ପାଇଁ ସତକଙ ଘଣ୍ଟି ବୋଲି ମତ ବ୍ୟକ୍ତ କରିଥିଲେ । ଏହା ବ୍ୟତୀତ ଆମ ସମାଜର ମହିଳା, ଅନୁସୂଚିତ ଜାତି, ଜନଜାତି, ଭିନ୍ନକ୍ଷମ, ବରିଷ୍ଠ ନାଗରୀକ ଆଦିମାନଙ୍କ ଭଳି ଅବହେଳିତ ଗୋଷ୍ଠୀ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମଧ୍ୟ ଦାବି ଉପସ୍ଥାପନ କରାଯାଇଥିଲା । ପଞ୍ଚାୟତ ସଂପ୍ରସାରଣ ଆଇନ୍‌ ଓ ଜଙ୍ଗଲ ଅଧିକାର ଆଇନ୍‌ ଅନୁସାରେ ସମସ୍ତ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଓ ପଞ୍ଚାୟତ ନିର୍ବାଚନ ବ୍ୟବସ୍ଥାରେ ଭିନ୍ନକ୍ଷମମାନଙ୍କ ପାଇଁ ଆସନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା, ସୁଶାସନ କ୍ଷେତ୍ରରେ ପଞ୍ଚାୟତ ରାଜ ବ୍ୟବସ୍ଥାରେ ପ୍ରତି ଗ୍ରାମକୁ ଗ୍ରାମସଭାର ମାନ୍ୟତା ଦେବା, ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଗ୍ରାମସଭାର ଆୟୋଜନ କରିବା, ସହରାଞ୍ଚଳ ସ୍ୱାୟତଶାସନ ବ୍ୟବସ୍ଥାରେ ୱାର୍ଡ ସଭାକୁ କାର୍ଯ୍ୟକାରୀ କରିବା ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ସଶକ୍ତ କରିବା ସହ ଜଳବାୟୁ ପରିବର୍ତ୍ତନର ବିଭିନ୍ନ ଦିଗଗୁଡିକ ସହ ସାମଗ୍ରିକ ବିକାଶ ଲକ୍ଷ୍ୟ ସହ ସମ୍ମିଳୀତ କରିବା ଆଦି ଦାବି ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉତ୍ଥାନ କରିଥିଲେ ।
ବିଜୁ ଜନତା ଦଳର ମୁଖପାତ୍ର ସୁଲୋଚନା ଦାସ, ଭାରତୀୟ ଜନତା ଦଳର ଇସ୍ତାହାର କମିଟି ସଦସ୍ୟ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଓଡିଶା ପ୍ରଦେଶ କଂଗ୍ରେସ କମିଟୀ ସଦସ୍ୟ ଡ. ଲିଆକତ୍‌ ଅଲ୍ଲୀ, ସିପିଆଇ(ଏମ୍‌)ର ଜନାର୍ଦ୍ଦନ ପତି ଏବଂ ସିପିଆଇ(ଏମ୍‌ଏଲ୍‌)ର ରାଧାକାନ୍ତ ସେଠୀ ପ୍ରମୁଖ ଉପସ୍ଥିତ ରହି ସମସ୍ତ ପ୍ରମୁଖ ଦାବି ଗୁଡିକୁ ଗ୍ରହଣ କରିବା ସହ ନିଜ ନିଜ ଦଳୀୟ ଇସ୍ତାହାରରେ ସାମିଲ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
୨୦୧୬ ମସିହାରେ ଆରମ୍ଭ ହୋଇଥିବା ଓଡିଶା ବିକାଶ ଅଭିଯାନ ଅନ୍ତର୍ଗତ ଓଡିଶା ବିକାଶ ସମାବେଶ ରାଜ୍ୟର ସାମାଜିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ସରକାର, ଗଣମାଧ୍ୟମ ଏବଂ ବ୍ୟବସାୟ ପ୍ରତିଷ୍ଠାନମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ପୂର୍ବକ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ପାଇଁ ସୁଯୋଗ ସୃଷ୍ଟି କରିଛି । ୨୦୧୮ ମସିହା ଅଗଷ୍ଟ ମାସରେ ଅନୁଷ୍ଠିତ ହୋଇଥିବା ଏହି ସମାବେଶ ଦ୍ୱିତୀୟ ସଂସ୍କରଣରେ ରାଜ୍ୟ ତଥା ରାଜ୍ୟ ବାହାରୁ ୨୬୦୦ରୁ ଊଦ୍ଧ୍ୱର୍ ପ୍ରତିନିଧିମାନେ ଯୋଗଦେଇ ପାଞ୍ଚୋଟି ପ୍ରମୁଖ ବିକାଶ କ୍ଷେତ୍ର ଅନ୍ତର୍ଗତ ୨୦ଟି ବିଷୟ ବସ୍ତୁ ସମ୍ପର୍କିତ ବିକାଶ ନକ୍ସା ପ୍ରସ୍ତୁତିରେ ସହଯୋଗ କରିଥିଲେ । ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଉକ୍ତ ନିଷ୍କର୍ସଗୁଡିକୁ ରାଜ୍ୟର ବିଭିନ୍ନ ରାଜନୈତିକ ଦଳମାନଙ୍କ ନିର୍ବାଚନୀ ଇସ୍ତାହାରରେ ପ୍ରକାଶ କରିବା ପାଇଁ ଏକ କର୍ମଶାଳା ସିୱାଇଏସ୍‌ଡି ପରିସରରେ ଅନୁଷ୍ଠିତ ହୋଇଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*