ଦଳିତ ହୋଇଥିବାରୁ ତିନିଥର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇପାରିଲି ନାହିଁ: ଜି. ପରମେଶ୍ୱର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ବାଙ୍ଗାଲୋର
କର୍ଣ୍ଣାଟକରେ ଜଦଧ-କଂଗ୍ରେସ ଗଠବନ୍ଧନ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ରହିଥିବା ତଥା କଂଗ୍ରେସ ନେତା ଜି. ପରମେଶ୍ୱର ଆଣିଛନ୍ତି ଏକ ସାଙ୍ଘାତିକ ଅଭିଯୋଗ । ସେ କହିଛନ୍ତି ଯେ, ମୁଁ ଦଳିତ ହୋଇଥିବାରୁ ତିନି ତିନି ଥର ମୋତେ ମୁଖ୍ୟମନ୍ତ୍ରୀ ପଦରୁ ଦୂରେଇ ରଖାଗଲା ।
ଦାବଣଗେରେ ଠାରେ ଆୟୋଜିତ ଦଳିତ ସମୁଦାୟର ଏକ ରାଲିରେ ଭାଗ ନେବାକୁ ଆସିଥିବା ପରମେଶ୍ୱର କହିଛନ୍ତି ଯେ, ମୁଁ ଦଳିତ ହୋଇଥିବାରୁ ଦଳ ମୋତେ ଗୁରୁତ୍ୱ ଦେଇନଥିଲା । ବାରମ୍ବାର ମୁଖ୍ୟମନ୍ତ୍ରୀ ଚୌକି ନିକଟରେ ମୁଁ ପହଞ୍ଚି ଥିଲେ ମଧ୍ୟ ମୋତେ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ଦିଆଯାଇନଥିଲା । ମୁଁ ଏବେ ବାଧ୍ୟରେ ଉପ-ମୁଖ୍ୟମନ୍ତ୍ରୀ ପଦରେ ବସିଛି । ହେଲେ ଏହି ପଦ ପାଇଁ ମୁଁ ସାମାନ୍ୟ ଇଚ୍ଛୁକ ନୁହେଁ । ସେ ଖାଲି ନିଜ କଥା ନୁହେଁ ଦଳରେ ଥିବା ଅନ୍ୟ ନେତାଙ୍କ କଥା ମଧ୍ୟ ଉଠାଇଥିଲେ । ସେ କହିଥିଲେ ଯେ, କଂଗ୍ରେସ ଦଳ ଅନ୍ୟ ଦଳିତ ନେତାଙ୍କୁ ମଧ୍ୟ ବଡ଼ ସୁଯୋଗ ଦେଉନାହିଁ । ଆମେ ସବୁ ଦଳିତ ଉତ୍ପିଡନର ଶୀକାର ହୋଇଛୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*