ଦବଙ୍ଗ-୩ରେ ଦେଖିବାକୁ ମିଳିବନି କରିନାଙ୍କୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ହିଟ୍‌ ଫ୍ରାଞ୍ଚାଇଜ ‘ଦବଙ୍ଗର’ର ତୃତୀୟ ଫିଲ୍ମର ସୁଟିଂ ଏବେ ଆରମ୍ଭ ହେବାକୁ ଯାଉଛି । ପ୍ରଥମରୁ ଶୁଣିବାକୁ ମିଳୁଥିଲା କି, ଦବଙ୍ଗ -୨ରେ ‘ଫେଭିକଲ ସେ’ ଗୀତ ସୁପର ହିଟ୍‌ ହେବା ପରେ ଦବଙ୍ଗ-୩ରେ ମଧ୍ୟ ଏକ ସ୍ପେଶାଲ ଗୀତ ରହିବ ଓ ଏଥିରେ କରିନା କପୁର ଅଭିନୟ କରିବେ ।
କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ, କରିନା ଏହି ସ୍ପେଶାଲ ଗୀତରେ ରହିବେ ନାହିଁ । ଏ ବିଷୟରେ ପ୍ରଡ୍ୟୁସର ଅରବାଜ ଖାନଙ୍କୁ ପଚରା ଯିବାରୁ, ସେ ଏହାକୁ ମନା କରିଥିଲେ ଓ କହିଥିଲେ କି, କିଏ ରହିବ କିଏ ନ ରହିବ ସେ ଏ ବିଷୟରେ କୌଣସୀ ଘୋଷଣା କରିନାହାଁନ୍ତି ।
ଏହି ସିନେମାରେ ଦର୍ଶକ ସଲମାନ ଓ ସୋନାକ୍ଷୀଙ୍କ ଯୋଡିକୁ ପୁଣି ଥରେ ଦେଖିବାକୁ ପାଇବେ । ଏହାର ସୁଟିଂ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ସୁଟିଂ କରାଯିବ । ସଲମାନଙ୍କ ଦବଙ୍ଗ ଓ ଦବଙ୍ଗ-୨ ବ୍ଳକବଷ୍ଟର ହିଟ ଥିଲା । ଏଥିରେ ଅରବାଜଙ୍କୁ ସଲମାନଙ୍କ ସାନଭାଇ ଭୂମିକାରେ ଦେଖିବାକୁ ମିଳିଥିଲା ।
ଦୀର୍ଘ ୮ ବର୍ଷ ପୂର୍ବେ ରିଲିଜ ହୋଇଥିବା ଦବଙ୍ଗର ନିଦେ୍ର୍ଦଶନା ଦାୟିତ୍ୱରେ ଅଭିନବ କଶ୍ୟପ ଥିବା ବେଳେ, ଦ୍ୱିତୀୟ ଭାଗରେ ନିଦେ୍ର୍ଦଶନା ଦାୟିତ୍ୱ ଅରବାଜ ନେଇଥିଲେ । ଏବେ ଦବଙ୍ଗ-୩ର ନିଦେ୍ର୍ଦଶନା ଦାୟିତ୍ୱ ପ୍ରଭୁଦେବା ତୁଲାଇବେ । ଆଗରୁ ମଧ୍ୟ ସଲମାନ ଖାନ ପ୍ରଭୁଦେବାଙ୍କ ସହ ‘ୱାେଂଟଡ’ରେ କାମ କରିସାରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*