ଦକ୍ଷିଣ କୋରିଆରେ ଭାରତୀୟଙ୍କୁ ମୋଦୀଙ୍କ ସମ୍ବୋଧନ:୧୫ ବର୍ଷରେ ଶ୍ରେଷ୍ଠ ୩ ଦେଶ ମଧ୍ୟରେ ଭାରତ ସାମିଲ ହେବା ଆମର ଲକ୍ଷ୍ୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ସିୟଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱୀଦିବସୀୟ ଗସ୍ତରେ ଗୁରୁବାର ଦକ୍ଷିଣ କୋରିଆରେ ପହଞ୍ଚôଛନ୍ତି । ଏଠାରେ ପହଞ୍ଚô ସେ ଭାରତୀୟ ସଂପ୍ରଦାୟଙ୍କୁ ସମ୍ବୋଧିତ କରିଥିଲେ । “ଆସନ୍ତା ୧୫ ବର୍ଷ ମଧ୍ୟରେ ଭାରତକୁ ବିଶ୍ୱର ୩ ଶ୍ରେଷ୍ଠ ଦେଶ ମଧ୍ୟରେ ସାମିଲ କରିବା ଆମର ଲକ୍ଷ୍ୟ । ବିଶ୍ୱରେ ମାହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶକୁ ଆମେ ପ୍ରସାର କରିବା ଉଚିତ୍‌ । ଶୁକ୍ରବାର ମୋତେ ଏଠାରେ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ । ଏହା ମୋର ନୁହେଁ, ଅଧିକନ୍ତୁ ୧୩୦ କୋଟି ଭାରତୀୟ ଏବଂ ବିଦେଶରେ ରହୁଥିବା ୩ କୋଟି ଭାରତୀୟଙ୍କ ପକ୍ଷରୁ ମୁଁ ଏହାକୁ ନେବାକୁ ଆସିଛି” ବୋଲି ଏହି ଅବସରରେ ମୋଦୀ କହିଥିଲେ ।
ମୋଦୀ ହେଉଛନ୍ତି ଦକ୍ଷିଣ କୋରିଆରେ ଶାନ୍ତି ପୁରସ୍କାର ପାଇବାକୁ ଥିବା ୧୪ତମ ବ୍ୟକ୍ତି । ୧୯୮୮ ମସିହାରେ ସଫଳତାପୂର୍ବକ ସିଓଲ ଅଲମ୍ପିକ୍‌ ଆୟୋଜନ କରାଯିବା ପରଠାରୁ ଏହି ପୁରସ୍କାର ପ୍ରଦାନ କରାଯିବା ଆରମ୍ଭ କରାଯାଇଛି । ଏହି ଗସ୍ତ ଅବସରରେ ସେ ଦକ୍ଷିଣ କୋରିଆଠାରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତିକୁ ଅନାବୃତ କରିଥିଲେ ।
ନିର୍ବାଚନ ପୂର୍ବରୁ ଦକ୍ଷିଣ କୋରିଆ ଗସ୍ତକୁ ମୋଦୀଙ୍କର ଶେଷ ଗସ୍ତ ବୋଲି ଅନୁମାନ କରାଯାଉଛି । ମୋଦୀ ଅଳ୍ପ କିଛି ଦିନ ମଧ୍ୟରେ ଭୁଟାନ ଗସ୍ତ କରିବେ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଦୁଇ ଦେଶ ମଧ୍ୟରେ ଏନେଇ କିଛି ତାରିଖ ଧାର୍ଯ୍ୟ ହୋଇନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*