ଦକ୍ଷିଣ ଆଫ୍ରିକା ଦଳକୁ ନେଇ ଆଶଙ୍କା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ବଲିଉଡ୍‌ ଗାୟିକା କନିକା କାପୁର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ନିଜ ଅବସ୍ଥାକୁ ନେଇ ଏବେ ବି ଆଶଙ୍କାରେ ଅଛି । କାରଣ କନିକା ସାମିଲ ଥିବା ବହୁ ଉତ୍ସବରେ ସେମାନେ ବି ଯୋଗଦେଇଥିଲେ । ହେଲେ ଏବେ ଦକ୍ଷିଣ ଆଫି୍ରକା କି୍ରକେଟ ଉପରେ ବଢିଛି ଆଶଙ୍କା । ଭାରତ ସହ ଦ୍ୱିତୀୟ ଏକଦିବସୀୟ ମ୍ୟାଚ ଖେଳିବାକୁ ଲକ୍ଷ୍ନୌର ଯେଉଁ ପାଞ୍ଚତାରକା ହୋଟେଲରେ ଦକ୍ଷିଣ ଆଫି୍ରକା ଦଳ ଥିଲା ସେହି ହୋଟେଲରେ କନିକା ମଧ୍ୟ ରହିଥିଲେ । ଦକ୍ଷିଣ ଆଫିକ୍ରା ଦଳ ଯେଉଁଠାରେ ରାତ୍ରୀ ଭୋଜନ କରିଥିଲା ସେହିଠାରେ କନିକା ମଧ୍ୟ ରାତ୍ରୀ ଭୋଜନ କରିଥିଲେ । କି୍ରକେଟରଙ୍କ ଉପସ୍ଥିତି ସମୟରେ କନିକା ମଧ୍ୟ ହୋଟେଲରେ ଥିବାର ସିସିଟିଭି ଫୁଟେଜ ପଦାକୁ ଆସିବା ପରେ ଦକ୍ଷିଣ ଆଫି୍ରକା ଖେଳାଳିମାନଙ୍କ ପାଇଁ ଆଶଙ୍କା ବଢିଛି । ଏହି ତଥ୍ୟ ଭାରତୀୟ କି୍ରକେଟ ବୋର୍ଡ ଏବଂ ଦକ୍ଷିଣ ଆଫି୍ରକା କି୍ରକେଟ ବୋର୍ଡକୁ ପ୍ରଦାନ କରାଯାଇଛି ବୋଲି ସ୍ଥାନୀୟ ଜଣେ ଅଧିକାରୀ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*