ଥାନାରେ ପଶିଲେ, ପିଟିଲେ, ଭାଙ୍ଗିଲେ, ପଳେଇଲେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ
ଭୁବନେଶ୍ୱର

କେଉଁ ମଫସଲର ଥାନା ନୁହେଁ । ରାଜଧାନୀ ଭୁବନେଶ୍ୱରର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଥିବା ଥାନା ଭିତରେ ପଶି ପୁଲିସକୁ ବାଡ଼ିଆ ପିଟା କରିବାକୁ କିଏ ସାହସ କରିପାରିବ? କେଉଁମାନଙ୍କର ଏମିତି ସାହସ ହୋଇପାରେ ଯେ, ପୁଲିସ ବାବୁଙ୍କ ମୁନ୍ଦ ଫଟେଇ ପାରିବେ? ପୁଲିସଙ୍କୁ ନିର୍ଧୁମ୍‌ ବାଡ଼େଇବେ? ଥାନା ଭିତରେ ଲଙ୍କାକାନ୍ଦ ଭିଆଇବେ? ହାଜତ ଭିତରୁ ଲୋକଙ୍କୁ ଟାଣିଆଣି ପିଟିବେ? ଆଉ ୨୦ ଘଣ୍ଟା ପରେ ବି ପୁଲିସ ହାତବାନ୍ଧି ବସିବ କାହାକୁ ଗିରଫ ନକରି? କମିଶନର କହିବେ, ସିସି ଟିଭି ଫୁଟେଜ୍‌ ଆଧାରରେ ଦୁର୍ବୃତ୍ତମାନଙ୍କୁ ଗିରଫ କରାଯିବ, କାହାରିକୁ ଛଡ଼ାଯିବ ନାହିଁ ।
କେଉଁମାନଙ୍କର ଏଭଳି ସାହସ ହୋଇପାରେ, ଯେଉଁମାନେ ଶହୀଦ୍‌ନଗର ଥାନାରେ ଲଙ୍କାକାନ୍ଦ ଭିଆଇ ଆରାମ୍‌ରେ ଖସିଯାଇ ପାରିବେ? ଅନ୍ୟ କୌଣସି ଦଳ ସହ ଏହି ଅପରାଧୀମାନେ ସମ୍ପୃକ୍ତ ଥିଲେ ଏତେବେଳକୁ ଶାସକ ବିଜୁ ଜନତା ଦଳ ରେ-ରେ କାରରେ କମ୍ପାଇ ସାରନ୍ତାଣି ମେଦିନୀ । ଆଉ କେଉଁ ଦଳ ସହ ଏହି ଅପରାଧୀମାନେ ସଂପୃକ୍ତ ଥିଲେ ସକାଳୁ ପୁଲିସ ସେମାନଙ୍କୁ ଗିରଫ କରିସାରନ୍ତାଣି । ଯେଉଁ ନାମ ପୁଲିସ ଅଧିକାରୀ ଏତଲାରେ ଉଲ୍ଲେଖ କରିଛନ୍ତି, ସିଏ ଶାସକ ବିଜୁ ଜନତା ଦଳ ସହ ସମ୍ପୃକ୍ତ । ସେହି ଅପରାଧୀ ଏହି ଲଙ୍କାକାନ୍ଦର ନେତୃତ୍ୱ ନେଇଥିଲେ ସେ ବିଜୁ ଯୁବବାହିନୀର ଜଣେ ଛାମୁଆଁ ନେତା । ଯେଉଁମାନେ ଥାନା ଭିତରେ ପୁଲିସଙ୍କୁ ବାଡ଼ାବାଡ଼ି କରି ଭଙ୍ଗାରୁଜା କରିଥିଲେ ସେମାନେ ସମସ୍ତେ ବିଜୁ ଯୁବ ବାହିନୀର ସଦସ୍ୟ । ଏଥିପାଇଁ ବଦ୍‌ନାମ ମୁନ୍ଦାଉଛି ବିଜୁ ଜନତା ଦଳ । ବିଜୁ ଯୁବ ବାହିନୀକୁ କୁହାଯାଉଛି ବିଜୁ ଗୁନ୍ଦା ବାହିନୀ, କେବଳ ଏଭଳି କାନ୍ଦ କାରଖାନା ପାଇଁ ।
ଏହା ଏକ ଟ୍ରେଲର୍‌ ମାତ୍ର । ନିର୍ବାଚନ ସମୟରେ ବିଜୁ ଯୁବ ବାହିନୀର ହିଂସାକାନ୍ଦ ବଢ଼ିବ ବୋଲି ଆଜିର ଘଟଣାରୁ ଆଶଙ୍କା ପ୍ରକାଶ କରିଛନ୍ତି ଦୁଇ ପ୍ରମୁଖ ବିରୋଧୀ ଦଳ ।
ରବିବାର ବିଳମ୍ବିତ ରାତିରେ ବିଜୁ ଯୁବ ବାହିନୀର ବହୁ ସମର୍ଥକ ପହଞ୍ଚô ଥିଲେ ସହିଦନଗର ଥାନାରେ । ଗନ୍ଦଗୋଳର ସୂତ୍ର ଥିଲା ଭିଏସ୍‌ଏସ୍‌ ନଗରର ଜିଏଲ୍‌ କଲୋନୀ । ରବିବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ଗାଡ଼ି ସାଇଡ୍‌ ମରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିଲା ଗନ୍ଦଗୋଳ । ପ୍ରଥମେ ବଚସା, ତା’ପରେ ମାର୍‌ପିଟ୍‌ । ପୁଲିସ ପିସିଆର୍‌ ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚô ତିନିଜଣଙ୍କୁ ଉଠାଇ ଆଣିଥିଲା ।

ଭ୍ୟାନ୍‌ ଥାନାରେ ପହଞ୍ଚôବା ବେଳକୁ ପ୍ରକାଶ ତି୍ରପାଠୀଙ୍କ ନେତୃତ୍ୱରେ ଯୁବବାହିନୀ ସମର୍ଥକମାନେ ପହଞ୍ଚô ଯାଇଥିଲେ ଥାନାରେ । ପାଲଟା ଏତଲା ଦେବା ପାଇଁ ଆସିବା କହି ସେମାନେ ପଶିଥିଲେ ଥାନା ଭିତରେ । ଗାଡ଼ିରେ ଥିବା ତିନି ଯୁବକଙ୍କୁ ସେମାନେ ଘୋଷାଡ଼ି ଆଣି ପୁଲିସ ଆଗରେ ପିଟିପିଟି ଭିତରକୁ ନେଇଥିଲେ । ପୁଲିସ ବାଧା ଦେଇଥିଲା । ମାଡ଼ ଖାଉଥିବା ତିନି ଯୁବକ ଜୀବନ ବିକଳରେ ଥାନା ହାଜତ ଭିତରକୁ ପଶିଯାଇଥିଲେ । କିନ୍ତୁ ଶାସନ କ୍ଷମତା ପଛରେ ଥିବାରୁ ଏହି ଯୁବବାହିନୀର ସଦସ୍ୟମାନେ କାହାକୁ କାହିଁକି ଖାତିର କରିବେ? ଡର କାହାକୁ, ଭୟ କାହାକୁ, ନବୀନ ଅଛନ୍ତି ଚଉ ବାହାକୁ ।
ପୁଲିସ ଅବଶ୍ୟ ବାଧା ଦେଇଥିଲା । ଥାନା ଭିତରେ ଯୁବକଙ୍କୁ ପ୍ରକାଶଙ୍କ ଯୁବବାହିନୀ ମାଡ଼ ମାରୁଥିବା ଦେଖି ସବ୍‌ ଇନ୍ସପେକ୍ଟର ଅଭୟ ପତି ବାଧା ଦେଇଥିଲେ । କିନ୍ତୁ ଯୁବବାହିନୀର ଗୁନ୍ଦାମାନେ ପତିଙ୍କ ମୁନ୍ଦକୁ ଚେୟାର୍‌ରେ ପିଟି ଦେଇଥିଲେ । ତଳେ ପଡ଼ିଯାଇଥିଲେ ଅଭୟ । ତାଙ୍କ ମୁନ୍ଦ ଫାଟି ଯାଇଥିବା ଦେଖି ଆଇଆଇସି ବିରଞ୍ଚô ପତି ଧାଇଁ ଆସିଥିଲେ । କିନ୍ତୁ ତାଙ୍କୁ ବି ଛାଡ଼ି ନଥିଲେ ଯୁବବାହିନୀର ଗୁନ୍ଦାମାନେ । ଧକ୍କା ମାରି ତାଙ୍କୁ ବି ତଳେ ପକାଇ ଦେଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ଲଙ୍କାକାନ୍ଦ । ଥାନାର ଟେଲିଫୋନ୍‌, ସିସି ଟିଭି, ଟେଲିଭିଜନ, ଚୌକି, ଟେବୁଲ୍‌ ଭାଙ୍ଗି ପକାଇ ଥିଲେ । ଘଣ୍ଟାଏ କାଳ ଥାନା ଭିତରେ ଚାଲିଥିଲା ଗୁନ୍ଦାଙ୍କ ରାଜ୍‌ । କିନ୍ତୁ କାହିଁକି ଅଧିକ ଫୋର୍ସ ସେଠାରେ ପହଞ୍ଚô ନଥିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବୋଧହୁଏ ଏଥିପାଇଁ କୌଣସି ଉପର ସ୍ତରରୁ ପୁଲିସକୁ ନିଦେ୍ର୍ଦଶ ଆସିସାରିଥିବା ସନେ୍ଦହ କରାଯାଉଛି ।
ବିଜୁ ଯୁବବାହିନୀର ଉପଦେଷ୍ଟା ପ୍ରକାଶ ତି୍ରପାଠୀ ରବିବାର ରାତିରେ ଶହୀଦ ନଗର ଥାନାରେ ଯେଉଁ କାନ୍ଦକାରଖାନା କଲେ, ଏହା ରାଜ୍ୟ ପୁଲିସ ଏବଂ ବିଶେଷକରି କମିଶନରେଟ୍‌ ପୁଲିସର ଅସହାୟତା ଏବଂ ରାଜନୈତିକ ବଚସ୍କରତାକୁ ସମ୍ପୂର୍ଣ୍ଣ ପଦାରେ ପକାଇ ଦେଇଛି । ବିଜୁ ଯୁବବାହିନୀ ଗଠନ କରିଛନ୍ତି ସରକାର । ସେମାନଙ୍କୁ କରଦାତାଙ୍କ ପଇସାରୁ ମାସିକିଆ ଭତ୍ତା ଦିଆଯାଉଛି । ଶହଶହ କୋଟି ଟଙ୍କା ବଜେଟ୍‌ ବ୍ୟବସ୍ଥା କରିଛନ୍ତି ବିଜୁ ଯୁବ ବାହିନୀ ସକାଶେ । ସରକାରୀ ପଇସାରେ ପ୍ରତିପାଳିତ ଏହି ଗୁନ୍ଦାମାନେ ପୁଲିସକୁ ମଧ୍ୟ ବାଦ୍‌ ଦେଉ ନାହାନ୍ତି । ଏବେ ପୁଲିସ କମିଶନର ଜରୁର୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଉଳି ହେଉଛନ୍ତି । ପୁଲିସ ବିଭାଗଟି ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ । ବିଜୁ ଯୁବ ବାହିନୀ ରଖାଯାଇଛି ମହାରାଷ୍ଟ୍ରର ବଡ଼ ପୁଲିସ ପଦରୁ ଅବସର ନେଇଥିବା ଏବଂ ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜଦ ଟକଟରେ ଲଢ଼ିବାକୁ ଯାଉଥିବା ଅରୁପ ପଟନାୟକଙ୍କ ଦାୟିତ୍ୱରେ । ଅରୁପଙ୍କ ଗୁନ୍ଦା ବାହିନୀ ନବୀନଙ୍କ ପୁଲିସ ବାହିନୀକୁ ଭଲ ଭାବେ ସାବାଡ଼ କରିଦେଇଛନ୍ତି ଥାନା ଭିତରେ । ଏଭଳି ଘଟଣା ଆଗକୁ ଅନେକ ଦେଖିବାକୁ ମିଳିବ ବୋଲି ଆଶଙ୍କା ପ୍ରକାଶ କରାଯାଉଛି । ବଡ଼ ବିଚିତ୍ର କଥା, ବିଜୁ ଜନତା ଦଳର କୌଣସି ନେତା ଏହାକୁ ନିନ୍ଦା କରି ନାହାନ୍ତି କିମ୍ବା ପ୍ରତିକି୍ରୟା ଦେବାକୁ ଆସୁ ନାହାନ୍ତି । ଅପମାନିତ ପୁଲିସର କେବଳ ଗୁନ୍ଦାବାହିନୀକୁ ବରଦାସ୍ତ କରିବା ଛଡ଼ା ଆଉ କୌଣସି ଚାରା ନାହିଁ । ଅନ୍ୟ କେହି ହୋଇଥିଲେ, କେତେ ତତ୍ପର ହୋଇ ଉଠିଥାନ୍ତା କମିଶନରେଟ୍‌ ପୁଲିସ ସତେ?
ଗୁନ୍ଦାଗର୍ଦ୍ଦି ପାଇଁ ନବୀନଙ୍କୁ ଦାୟୀ କଲେ ଧର୍ମେନ୍ଦ୍ର
ସହିଦନଗର ଘଟଣା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭଲ ମଉକା ମିଳିଲା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିବା ଲାଗି । ଆଜି ବିଜୁ ଜନତା ଦଳର କର୍ମୀମାନେ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କୁ ରେଳ ଅଡିଟୋରିଅମ୍‌ରେ ବିରୋଧ କରିଥିଲେ । ପୁଲିସକୁ ଏହାର ସୂଚନା ମିଳିଥିଲା । କିନ୍ତୁ ସେମାନେ ଅସହାୟତା ବ୍ୟକ୍ତ କରିଥିଲେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସରକାରଙ୍କୁ ବ୍ୟଙ୍ଗ କରି ସେ କହିଛନ୍ତି ଯେ, ଯେଉଁଠି ପୁଲିସ ସୁରକ୍ଷିତ ନୁହେଁ, ଥାନା ଭିତରେ ମାଡ଼ ଖାଉଛି, ଅଥଚ ଶାସକ ଦଳର ଗୁନ୍ଦା ବୋଲି ଅପରାଧୀଙ୍କୁ ଗିରଫ କରିପାରୁ ନାହିଁ, ସେକ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀଙ୍କ ସୁରକ୍ଷା ନିହାତି ବିପଦରେ ପଡ଼ିବ । ଧର୍ମେନ୍ଦ୍ର ଏହାକୁ କି ପ୍ରକାର ଶାସନ ବୋଲି ପ୍ରଶ୍ନ କରିଛନ୍ତି ସରକାରଙ୍କୁ । କହିଛନ୍ତି, ଏଭଳି ଗୁନ୍ଦାଗର୍ଦ୍ଦି ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ । ଓଡ଼ିଶାର ଲୋକଙ୍କ ପାଖରେ ନବୀନ ବାବୁଙ୍କୁ ଉତ୍ତର ଦେବାକୁ ପଡ଼ିବ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପୁଲିସ ସୁରକ୍ଷିତ ନୁହଁନ୍ତି । ରବିବାର ରାତିରେ ବିଜୁ ଛାତ୍ର ଜନତା ଦଳ ଓ ବିଜୁ ଯୁବ ବାହିନୀର ନେତାମାନେ ରାଜଧାନୀର ପ୍ରାଣକେନ୍ଦ୍ର ସହିଦନଗର ଥାନା ଭିତରେ ପୁଲିସକୁ ମରଣାନ୍ତକ ଆକ୍ରମଣ କଲେ । ଆକ୍ରମଣର ଭିଡିଓ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । ଏହାପରେ ବି ପୁଲିସ ଅପରାଧୀଙ୍କୁ ଗିରଫ ନକରି ହାତବାନ୍ଧି ବସିଛି । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଓ ପୁଲିସକୁ ଯଦି ଗୁନ୍ଦାବାହିନୀ ହାତରେ ଟେକି ଦିଆଯାଏ, ତେବେ ଏଭଳି ଜଘନ୍ୟ ପରିସ୍ଥିତି ସୃଷ୍ଟି ହେବାକୁ ବାଧ୍ୟ । ଏହାହିଁ ଭୁଶୁଡ଼ି ପଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତିର ପ୍ରମାଣ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*