ଥାଇଲାଣ୍ଡ ପାରାବ୍ୟାଡ଼ମିଣ୍ଟନ: ଭାଗ ନେଉଛନ୍ତି ୩ ଓଡ଼ିଆ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ପୁଣି ବିଶ୍ୱ ପ୍ରତିଯୋଗିତାରେ ନିଜ ଚମକ ଦେଖାଇବାର ସୁଯୋଗ ପାଇଛନ୍ତି ଓଡ଼ିଆ ପାରାବ୍ୟାଡ଼ମିଣ୍ଟନ ଖେଳାଳି । ସୋମବାରରୁ ଥାଇଲାନ୍ଦର ରାଜଧାନୀ ବ୍ୟାଙ୍କକଠାରେ ଥିବା ଇନେ୍ଦାର ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଥାଇଲାନ୍ଦ ଓପନ ପାରାବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା । ବିଭିନ୍ନ ଦେଶରୁ ୨୪୫ଜଣ ପ୍ରତିଯୋଗୀ ଏଥିରେ ଭାଗ ନେବା ପାଇଁ ପହଞ୍ଚିଛନ୍ତି । ଓଡ଼ିଶାର ୩ଜଣ ଖେଳାଳି ପ୍ରମୋଦ ଭଗତ, ଦିଲେଶ୍ୱର ରାଓ ଓ ଦୀପ ରଞ୍ଜନ ବିଶୋଇ ଭାରତ ପାଇଁ ପଦକ ଜିତିବାର ଆଶା ନେଇ ସେଠାକୁ ଯାଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଗତ ବିଶ୍ୱ ପାରାବ୍ୟାଡ଼ମିଣ୍ଟନରେ ଚମ୍ପିଆନ ହୋଇ ପ୍ରମୋଦ ପ୍ରଥମ ଭାରତୀୟ ଭାବରେ ଟୋକିଓ ପାରାଅଲିମ୍ପିକ୍‌ ସକାଶେ ଯୋଗ୍ୟତା ଅର୍ଜନ କରିସାରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*