ତ୍ରି-ରାଷ୍ଟ୍ରୀୟ ହକି : ନୁ୍ୟଜିଲାଣ୍ଡ ବିପକ୍ଷରେ ଭାରତ ବିଜୟୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : କାନବେରା

ଶର୍ମିଳା ଦେବୀ ବ୍ୟକ୍ତିଗତ ଦୁଇଟି ଗୋଲ କରିବା ଫଳରେ ଭାରତୀୟ ଜୁନିୟର ମହିଳା ହକି ଦଳ ଏଠାରେ ଚାଲିଥିବା ତ୍ରି-ରାଷ୍ଟ୍ରୀୟ ଜୁନିୟର ମହିଳା ହକି ପ୍ରତିଯୋଗିତାରେ ନୁ୍ୟଜିଲାନ୍ଦ ବିପକ୍ଷରେ ୪-୧ର ବିଜୟ ପାଇଛି । ଏହି ପ୍ରତିଯୋଗିତାର ଭାରତର ଏହା ତୃତୀୟ ମ୍ୟାଚ୍‌ । ଆଉ ନୁ୍ୟଜିଲାନ୍ଦ ବିପକ୍ଷରେ ଭାରତର ଏହା ଦ୍ୱିତୀୟ ଲଢେଇ । ପ୍ରଥମ ମ୍ୟାଚ୍‌ରେ ବି ଭାରତ ଜିତିଥିଲା । ଶନିବାର ମ୍ୟାଚ୍‌ରେ ଗୋଟିଏ ଗୋଲ୍‌ ଖାଇବା ପରେ ଭଲ ଖେଳି ମ୍ୟାଚକୁ ଫେରିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ୪ ଗୋଲ୍‌ ଦେଇ ଭାରତ ୪-୧ରେ ମ୍ୟାଚ୍‌ ଜିତିଛି । ଖେଳର ୪ର୍ଥ ମିନିଟ୍‌ରେ ନୁ୍ୟଜିଲାନ୍ଦର ସାନନ ଗୋଲ୍‌ ଦେଇ ଦଳକୁ ଆଗେଇ ଦେଇଥିଲେ । ହେଲେ ଶର୍ମିଳା ଦେବୀ ୧୨ ଓ ୪୩, ବୁ୍ୟୟୁଟି ଡୁଙ୍ଗଡୁଙ୍ଗ ୨୭ ଏବଂ ଲାଲରିନ୍‌ଡିକି ୪୮ତମ ମିନିଟ୍‌ରେ ଭାରତ ପକ୍ଷରୁ ଗୋଲ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*