ତୋଘଲକ ନୀତି: ଭାଙ୍ଗ, ପୁଣି ଗଢ, ଯାହା ପଇସା ଖର୍ଚ୍ଚ ହେଉଚି ହଉ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ବ୍ରିଟିଶ ଇତିହାସକାରମାନେ ଆମ ଦେଶର ଶାସକମାନଙ୍କୁ ଭାରି ହୀନ ଦୃଷ୍ଟିରେ ଦେଖୁଥିଲେ । ନହେଲେ ମହମ୍ମଦ ବିନ୍‌ ତୋଘଲକ୍‌ଙ୍କୁ ଆଡ଼ବାୟା ବୋଲି କଦାପି କହିନଥାନ୍ତେ । ମୋଗଲ ଆକ୍ରମଣ ଭୟରେ ସେ ରାଜଧାନୀ ଦିଲ୍ଲୀରେ ଦଉଲତାବାଦ୍‌ ଉଠାଇ ନେଇଥିଲେ । ପୁଣି ପାଣି ସୁବିଧା ନ ହେବାରୁ ଦଉଲତାବାଦରୁ ଫେରି ଆସିଲେ ଦିଲ୍ଲୀକୁ । ଏଇଟା କୁଆଡେ ପାଗଳର ଲକ୍ଷଣ ।
ମାତ୍ର ଆମ ସରକାର ଯାହାସବୁ କରୁଛନ୍ତି ତୋଘଲକଙ୍କ ଠାରୁ କେଉଁ ଗୁଣରେ କମ୍‌ ନୁହେଁ । ଗୋଟିଏ ଉଦାହରଣ ଦେବା ।
ଓମ୍‌ଫେଡ୍‌ ଛକରେ ଡିଭାଇଡରରେ ୟୁ-ଟର୍ଣ୍ଣର ସୁଯୋଗ ନଥିଲା । ୟୁ-ଟର୍ଣ୍ଣଟି ଥିଲା ରେଳଭବନ ନିକଟରେ । ସରକାର ସେହି ବାଟଟି ଦୁର୍ଘଟଣା ଆଶଙ୍କାରେ ବନ୍ଦ କରିଦେଲେ । ଖୋଲିଲେ ଓମ୍‌ଫେଡ୍‌ କାରଖାନା ପାଖରେ । ସେଇଟି ରାସ୍ତା ଯାଇଛି ମଞ୍ଚେଶ୍ୱର ରେଳଡବା କାରଖାନା ଆଡ଼କୁ । ସେଇ ଘୂରାଣି ବାଟରେ ଗଜପତି ନଗର ଦେଇ ଆଚାର୍ଯ୍ୟବିହାରକୁ ଯିବା ଲାଗି ମଧ୍ୟ ରାସ୍ତା ଅଛି ।
ଆଡ଼ବାୟା ସରକାର ଓମ୍‌ଫେଡ୍‌ ଛକରେ ନୂଆ ୟୁ-ଟର୍ଣ୍ଣ ପାଇଁ ଡିଭାଇଡର କାଟିଦେଲେ । ଡମଣା ଆଡ଼ୁ ଜୟଦେବ ବିହାରକୁ ଆସୁଥିବା ଗାଡ଼ି ଅଟକିଲା ସେଇଠି । ଦି’ପଟ ଫାଙ୍କା ହବା ପରେ ଟ୍ରାଫିକ୍‌ ପୁଲିସ୍‌ ଛାଡୁଥିଲା ଗାଡ଼ି । ଭାରି ଦହଗଞ୍ଜ । ପୁଣି ମନକୁ କ’ଣ ଆସିଲା କେଜାଣି ସେହି ବାଟ ବନ୍ଦ କରିଦିଆଗଲା । ଗଲା ପୂଜା ସମୟରେ ପୁଣି ଖୋଲି ଦିଆଗଲା । କିଛି ଦିନ ଚାଲିବା ପରେ ପୁଣି ମନକୁ କି ବୁଦ୍ଧି ଘାରିଲା କେଜାଣି ବ୍ୟାରିକେଡ୍‌ ଦେଇ ଯିବା ଆସିବା ବନ୍ଦ କରିଦେଲେ ସରକାର । ଅର୍ଥାତ୍‌ ଯେଉଁମାନେ ଡମଣା ଆଡୁ ବିଡିଏ ଆଡକୁ ଯିବାକୁ ଚାହିଁବେ, ସେମାନେ ନାଲକୋ ଛକରେ ୟୁ-ଟର୍ଣ୍ଣ ନେବେ । କିଛି ଦିନ ପରେ ପୁଣି ବନ୍ଧକ ହଟାଇ ନେଲେ ସରକାର । ଏବେ ଆଉ ଥରେ ନୂଆ ଡିଭାଇଡର ବନାଇ ୟୁ-ଟର୍ଣ୍ଣ ନବା ବାଟ ବନ୍ଦ କରିଦିଆଯାଇଛି ।
ଗୋଟିଏ ଜାଗାରେ ଯଦି ଏତେଥର ଭଙ୍ଗା-ଗଢା ହୁଏ, ତେବେ ସେଥିପାଇଁ ପଇସା ଖର୍ଚ୍ଚ ହେଉଛି ନା ନାହିଁ । କିନ୍ତୁ ହାତରୁ କ’ଣ ଯାଉଛି ଯେ? ଆଡ଼ବାୟା ନୀତିର ଏଭଳି ଉଦାହରଣ ପ୍ରବଳ ଏହି ରାଜଧାନୀ ଭିତରେ । ଯିବା ଆସିବା ଲୋକଙ୍କ ଆଖିରେ ସରକାରଙ୍କ ପାଗଳାମି ଧରାପଡିଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*