ତେଜସ୍ୱୀଙ୍କ ପୂର୍ବ ବଙ୍ଗଳାକୁ ଦେଖି ଚକିତ ହୋଇଗଲେ ସୁଶୀଲ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ପାଟନା
ଦୀର୍ଘ ଦିନର ଆଇନଗତ ଲଢେଇ ପରେ ବିହାରର ପୂର୍ବ ଉପମୁଖ୍ୟମନ୍ତ୍ରୀ ତଥା ରାଜଦ ନେତା ତେଜସ୍ୱୀ ଯାଦବ ଗତ ୮ ତାରିଖରେ ତାଙ୍କ ସରକାରୀ ବଙ୍ଗଳାକୁ ଖାଲି କରିଛନ୍ତି । ଏବେ ଏହି ବଙ୍ଗଳା ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀଙ୍କୁ ଦିଆଯାଇଛି । ଆଉ ମଙ୍ଗଳବାର ସୁଶୀଲ କୁମାର ପାଟନାର ଏହି ୫ ଦେଶରତ୍ନ ମାର୍ଗସ୍ଥିତ ବଙ୍ଗଳାରେ ପହଞ୍ଚିବା ପରେ ଚକିତ ହୋଇ ପଡିଥିଲେ । ବଙ୍ଗଳାକୁ ଦେଖି ତେଜସ୍ୱୀଙ୍କୁ କଟାକ୍ଷ କରିବାକୁ ଯାଇ କହିଥିଲେ ଯେ, ବଙ୍ଗଳାଟି ଏକ ୭ ତାରକା ହୋଟେଲ ଠାରୁ କିଛି କମ୍‌ ନୁହେଁ । ମୁଁ ଆଶା କରୁଛି ବଙ୍ଗଳାର ସାଜସଜ୍ଜା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଛି ।
ମୋଦୀ କହିଥିଲେ ମୋ ହିସାବରେ ରାଜଭବନ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ତୁଳନାରେ ଏହି ବଙ୍ଗଳାଟି ବେଶ ଭବ୍ୟପୂର୍ଣ୍ଣ । ବିଭିନ୍ନ ସୁବିଧା ପାଇଁ ୪ ରୁ ୫ କୋଟି ଟଙ୍କା ଏଥିରେ ଖର୍ଚ୍ଚ ହୋଇଥିବ । ଏହି ବଙ୍ଗଳାରେ ସବୁ ଜିନିଷ ନିଆରା ଅଟେ । ସୂଚନାଯୋଗ୍ୟ ଯେ, ପୂର୍ବ ମହାଗଠନବନ୍ଧନ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ସମୟରେ ତେଜସ୍ୱୀଙ୍କୁ ଏହି ବଙ୍ଗଳା ମିଳିଥିଲା । ହେଲେ ପରେ ଏନ୍‌ଡିଏ ସରକାର ଆସିବାରୁ ତାଙ୍କୁ ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା । ହେଲେ ତେଜସ୍ୱୀ ଏହି ବଙ୍ଗଳାକୁ ଛାଡିବାକୁ ଏକରକମ ନାରାଜ ଥିଲେ । ଯେଉଁ କାରଣରୁ ଦୀର୍ଘ ୧୮ ମାସ ଧରି ଆଇନଗତ ଲଢେଇ ଜାରି ରହିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*