ତେଜପ୍ରତାପଙ୍କ ରାଗ ଦମ୍‌ ଅଛି ତ ସାମ୍ନାକୁ ଆସନ୍ତୁ ପିଏମ୍‌-ସିଏମ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ପାଟନା

ରାଜଦ ସୁପି୍ରମୋ ଲାଲୁ ପ୍ରସାଦଙ୍କ ବଡ଼ପୁଅ ତେଜପ୍ରତାପ ଏବେ ରାଗରେ ପଞ୍ଚମ । ସେ ବାପାଙ୍କ ଜେଲ ଯିବା ଘଟଣାକୁ ଏକ ରାଜନୈତିକ ଷଡଯନ୍ତ୍ର ବୋଲି ଅଭିଯୋଗ କରିବା ସହ ଖୁବ୍‌ଶୀଘ୍ର ଏହା ବିରୋଧରେ ଆନେ୍ଦାଳନ କରିବ ବୋଲି ଘୋଷଣା କରିଛନ୍ତି ।
ତେଜପ୍ରତାପ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ କୁମାରଙ୍କୁ ଟାର୍ଗେଟରେ ନେଇଛନ୍ତି । ସେ କହିଛନ୍ତି ଯେ, ଏମାନଙ୍କ କାମ ହେଉଛି ପଛପଟୁ ଛୁରା ମାରିବା । ଧମକଭରା କଣ୍ଠରେ ସେ କହିଛନ୍ତି ଯେ, ଯଦି ଦମ୍‌ ଅଛି ସେମାନେ ସାମ୍ନାକୁ ଆସନ୍ତୁ । ତେଜପ୍ରତାପ ଏବଂ ତେଜସ୍ୱି ତାଙ୍କୁ ଚିରି ଦେବେ । ସେ ଆହୁରି କହିଛନ୍ତି ଯେ, ଭାଜପା ଏବଂ ବଜରଙ୍ଗ ଦଳର ଲୋକମାନେ ଚାହୁଁନାହାନ୍ତି ଜଣେ ଗରିବର ପୁଅ ଚୌକିରେ ବସୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*