ତୁମ୍ବା ଉନ୍ନୟନ ସଂସ୍ଥାରେ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ପାତ୍ରପୁର

ପାତ୍ରପୁର ବ୍ଲକ ଅଧିନସ୍ଥ ତୁମ୍ବା, ବୁରାତାଲ ଓ ଆଙ୍କୁଲି ପଞ୍ଚାୟତରେ ତିତିଲି ପରଠାରୁ ଆଜି ପର୍ଯ୍ୟନ୍ତ କି କି ପଦକ୍ଷେପ ଦିଆଯାଇଛି ସ୍ଥିତି ସମୀକ୍ଷା କରିଥିଲେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟି.ଡି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକରେ ଉପଜିଲ୍ଲାପାଳ ସିନେ୍ଧ ଦତ୍ତାତ୍ରେୟ ଭାଉ ସାହେବ, ତହସିଲଦାର ଡ.ଶ୍ରୀନିବାସ ବେହେରା, ବିଡିଓ ପ୍ରକାଶ ଚନ୍ଦ୍ର ଦାସ ପ୍ରମୁଖ ମଞ୍ଚାସୀନ ଥିବାବେଳେ ଜିଲ୍ଲାପାଳ ସମସ୍ତ ବିଭାଗୀୟ ପଦାଧିକାରୀମାନଙ୍କୁ ପଚାରି ସ୍ଥିତି ପରଖିଥିଲେ । ପ୍ରାୟ ବିଭାଗରେ ସନ୍ତୋଷଜନକ ଉତ୍ତର ନପାଇ ଜିଲ୍ଲାପାଳ କ୍ଷୁବ୍ଧ ହୋଇଥିବାବେଳେ ନିର୍ଦ୍ଧାରଣ ସମୟରେ କାର୍ଯ୍ୟ ସମ୍ପାଦନା କରିବା ପାଇଁ ତାଗିଦ କରିଥିଲେ । ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ରର ଓ ବିଦ୍ୟାଳୟମାନଙ୍କରେ ଗୃହ ନିର୍ମାଣ ଶେଷ କରିବା, ପାନୀୟ ଜଳ ଯୋଗାଇବା, ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଗୁରୁ ଦାୟିତ୍ୱ ପ୍ରଦାନ କରିଥିବାବେଳେ ତୁମ୍ବା ଡାକ୍ତରଖାନାରେ ବାୟୋମେଟି୍ରକ ଲଗାଇ ଡାକ୍ତରଙ୍କ ଉପସ୍ଥିତିକୁ ତଦାରଖ କରିବା ପାଇଁ ପାତ୍ରପୁର ଇନ୍ଚାର୍ଜଙ୍କୁ ଉପଦେଶ ଦେଇଥିଲେ । ପୁରୁଣା ଐତିହ୍ୟ ରହିଥିବା ପର୍ଶୁରାମ ମୂର୍ତ୍ତିକୁ ଉପଯୁକ୍ତ ସ୍ଥାନରେ ସ୍ଥାପନ କରିବା ପାଇଁ ତହସିଲଦାରଙ୍କୁ ସ୍ଥାନ ନିରୂପଣ କରିବା ପାଇଁ ଜିଲ୍ଲାପାଳଙ୍କୁ କହିଥିବାବେଳେ ସିଆରପିମାନଙ୍କୁ ଉପଯୁକ୍ତ କାର୍ଯ୍ୟରେ ବିନିଯୋଗ କରିବା ପାଇଁ ସ୍ୱତନ୍ତ୍ର ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*