ତିହାର ଜେଲରେ ଶିବକୁମାରଙ୍କୁ ଭେଟିଲେ କୁମାରସ୍ୱାମୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ: ନୂଆଦିଲ୍ଲୀ
ମନିଲନ୍ଦି୍ରିଂ ମାମଲାରେ ଗିରଫ ହୋଇଥିବା କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ସୋମବାର ଭେଟିଛନ୍ତି କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ । ତିହାର ଜେଲ୍‌ରେ ଏହି ଭେଟଘାଟ ସମୟରେ କୁମାରସ୍ୱାମୀ କହିଛନ୍ତି ଯେ,ରାଜନୈତିକ ପ୍ରସଙ୍ଗ ଭିନ୍ନ ଏବଂ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ଭିନ୍ନ ।
କୁମାରସ୍ୱାମୀ କହିଛନ୍ତି ଯେ, ଶିବକୁମାରଙ୍କ ସହ ଏହା ମୋର ଭୋଟ୍‌ଘାଟ ଥିଲା । ଶିବକୁମାର ଏବେ ରାଜନୈତିକ ପରିଶୋଧର ସମ୍ମୁଖିନ ହେଉଛନ୍ତି । ମୁଁ ତାଙ୍କ ମନୋବଳକୁ ବଢାଇବା ପାଇଁ ଏଠାକୁ ଆସିଛି । ସେ ମାନସିକ ସ୍ତରରେ ବେଶ ମଜବୁତ ଅଛନ୍ତି, ଆମେ ସମସ୍ତେ ମିଳିମିଶି ତାଙ୍କ ପାଇଁ ଲଢିବୁ । ସୂଚନାଯୋଗ୍ୟ ଯେ, ମନିଲନ୍ଦି୍ରଂ ମାମଲାରେ ଗିରଫ ହୋଇଥିବା ଶିବକୁମାରଙ୍କ ଜେଲ ମିଆଦକୁ ଅକ୍ଟୋବର ୨୫ ପର୍ଯ୍ୟନ୍ତ କୋର୍ଟ ବଢାଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*