ତିର୍ତ୍ତୋଲ ନଯାଇ ହାଥରସ ଚାଲିଗଲେ କି ଛୁରିଆ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏବେ ସମସ୍ତେ ବାଉଳି ହଉଚନ୍ତି ଯେ, ସ୍ନେହାଙ୍ଗିନୀ ଛୁରିଆ ଗଲେ କୁଆଡେ? ତାଙ୍କୁ ଖୋଜିବାର କାରଣ ଅଛି । ବିଧାନସଭା ଚାଲିଥିବା ବେଳେ କଂଗ୍ରେସ ସହ ସ୍ୱର ମିଳାଇବାକୁ ଯାଇ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଏକ ଜବରଦସ୍ତ ଧମକ ଦେଇଥିଲେ । ଏହି ଧମକଟା ରାଜ୍ୟ ପଦ୍ମ ସଭାପତି ସମୀର ମହାନ୍ତିଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ନା ଡାଇରେକ୍ଟ ମୋଦୀଙ୍କ ପାଇଁ ଥିଲା, ତାହା ନେଇ ଭାରି ତର୍ଜମା ବି ହେଇଥିଲା ।
ହାଥରସ ହଉଚି ୟୁପିର । ଜଣେ ନାବାଳିକାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିଲା । ଜିଲା ପୁଲିସ୍‌ ଓ ପ୍ରଶାସନ ଢିଲା ମାରିଥିଲେ । କିନ୍ତୁ କଂଗ୍ରେସ ଅନ୍ୟକିଛି ଆତଙ୍କୀ ସଂସ୍ଥାଙ୍କ ସହ ହାତ ମିଳାଇ ଦଙ୍ଗା ଭିଆଇବାର ଚକ୍ରାନ୍ତ କରିବା ପରେ ଜଣାପଡିଥିଲା । ରାଜନୈତିକ ଫାଇଦା ନବା ପାଇଁ ରାହୁଲ ଓ ପି୍ରୟଙ୍କା ଧାଇଁ ଯାଇଥିଲେ ହାଥରସ୍‌ । ଏମିତିକି ରାସ୍ତା ଉପରେ ପଡିଯାଇଥିଲେ ପପୁ ।
କିନ୍ତୁ ସ୍ନେହାଙ୍ଗିନୀଙ୍କୁ ୟୁପି ଘଟଣାଟି ଭାରି ବାଧିଥିଲା । ତାଙ୍କ ହୃଦୟ କମ୍ପିଯାଇଥିଲା । କିନ୍ତୁ ମଲା! ହାଥରସ୍‌ ନଯାଇ ଦିଲ୍ଲୀ ଯିବା ପାଇଁ ବାହାରି ପଡିଥିଲେ ସିଏ । ଆମମାନଙ୍କୁ ଲାଗିଲା ଯେ ଯୋଗୀଙ୍କୁ ନୁହେଁ ଡାଇରେକ୍ଟ ମୋଦୀଙ୍କୁ ଧମକ । ବିଜୁ ମହିଳାବାହୀନି ଦିଲ୍ଲୀ ଗଗନ ପବନ କମ୍ପେଇ ଦେବେ ବୋଲି ଘୋଷଣା ବି କରିଥିଲେ ବିଧାୟିକା ।
ୟା’ଭିତରେ ୨୫ କିଲୋମିଟର ଦୂର କଟକରେ ଏକ ବଡ଼ ଲଜ୍ଜାଜନକ ଘଟଣା ଘଟିଚି । ଜଣେ ୧୫ବର୍ଷୀୟା ବାଳିକାକୁ ଦି’ଜଣ ପିଶାଚ ଗୋଟିଏ କୁକୁଡା ଫାର୍ମରେ ୨୨ଦିନ ବଳାକ୍ରାର କରିବା ଘଟଣା ଜଣାପଡିବା ପରେ ହଇଚଇ ସୃଷ୍ଟି ହେଇଚି । ୨୨ଦିନ ଅପହରଣ କରି ବଳାକ୍ରାର କରିବା କିଛି ଛୋଟିଆ କଥା ନୁହେଁ । ପୁଲିସ୍‌ କ’ଣ କରୁଥିଲା ବୋଲି ବି ପ୍ରଶ୍ନ ଉଠିଲାଣି ।
କିନ୍ତୁ ଦିଲ୍ଲୀ ଯିବାକୁ ବାହାରିଥିବା ସ୍ନେହାଙ୍ଗିନୀ ଦିଦି ଆଉ କୁଆଡେ ପଳେଇଲେ କି? କାହିଁକି ତାଙ୍କର ସ୍ୱର ଶବ୍ଦ ଶୁଭୁନାହିଁ । ଅନ୍ତତଃ ତିର୍ତ୍ତୋଲ ଉପନିର୍ବାଚନ ଥିବାରୁ ପୀଡିତାଙ୍କ ପରିବାର ପାଖକୁ ତୁରନ୍ତ ଧାଇଁ ଯିବାର କଥା ଥିଲା । ତେଣୁ ଲୋକେ ଚର୍ଚ୍ଚା କଲେଣି ଯେ, ଦିଦି ଆମର ଡାଇରେକ୍ଟ ହାଥରସ ଚାଲିଯାଇଥିବାରୁ ତିର୍ତ୍ତୋଲ ଫେରିପାରୁନାହାଁନ୍ତି । ହେଲା ସ୍ନେହାଙ୍ଗିନୀ ସିଆଡେ ପଳେଇଚନ୍ତି, କିନ୍ତୁ ଶଙ୍ଖ ଦଳରେ ଆଉ କଉଁ ନାରୀ ନେତ୍ରୀ ନାହାଁନ୍ତି କି? ଏଇ ବେଳରେ ଏକାବେଳକେ ସମସ୍ତେ ଚୁପ୍‌ ହେଇଯିବା, ଆମକୁ କାହିଁକି ହଜମ ହଉନି ।
ଶଙ୍ଖ ଜମାନାରେ ନାବାଳିକାଙ୍କଠୁ ଆରମ୍ଭ କରି ବୟସ୍କା ମହିଳା ପର୍ଯ୍ୟନ୍ତ କାହାର ଆଉ ଭଲ ଦଶା ଅଛି? ଆମ ବିରୋଧୀ ଦଳ ଯେମିତି, ଶାସକ ଦଳ ବି ସେମିତି । କାହାକୁ କହିବା । ନିଜ କପାଳରେ କର ମାରିବା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*