ତିନି ନାୟକଙ୍କର ଥରଟିଏ ନାୟିକା ବନିଛନ୍ତି ଏଲିନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଓଲିଉଡର ଲୋକପ୍ରିୟ ନାୟିକା ଏଲିନା ଗତ ୫ ବର୍ଷ ହେଲା ବେଶ୍‌ ସକ୍ରିୟ ଅଛନ୍ତି ଅଭିନୟ କ୍ଷେତ୍ରରେ । ସେ ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ପ୍ରଯୋଜିତ ‘ଇଶ୍କ ତୁ ହି ତୁ’ରୁ ଓଲିଉଡରେ ଯାତ୍ରା ଆରମ୍ଭ କରିଥିଲେ । ଏହାପରେ ସେ ‘ଜଗା ହାତରେ ପଘା’, ‘ଅଭୟ’, ‘ଲଭଷ୍ଟେସନ୍‌’, ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’, ‘ଝିଅଟା ବିଗିଡ଼ିଗଲା’, ‘ହାପି ଲକି’, ‘କାବୁଲା ବାରବୁଲା’, ‘ଫୋର୍‌ ଇଡ଼ିୟଟ୍ସ’, ‘ଟୋକାଟା ଫସିଗଲା’, ‘ମାଲ ମହୁ ଜୀବନ ମାଟି’ ଆଦି ଓଡ଼ିଆ ସିନେମାରେ ନାୟିକା ଭାବେ ନଜର ଆସିଛନ୍ତି । ସେ ଏହି ସମୟ ଭିତରେ କେତେଜଣ ନାୟକଙ୍କ ସହ ଅଭିନୟ କରିସାରିଲେଣି । ହେଲେ ଏମାନଙ୍କ ଭିତରୁ ଏଲିନା ତିନି ଜଣ ନାୟକଙ୍କ ସହ ଥରେ ମାତ୍ର କାମ କରିଛନ୍ତି । ଏମାନଙ୍କ ଭିତରୁ ଜଣେ ହେଲେ ଜ୍ୟୋତି । ସେ ଜ୍ୟୋତିଙ୍କ ସହ ସୁଧାଂଶୁ ମୋହନ ସାହୁଙ୍କ ନିଦେ୍ର୍ଦଶିତ ‘ହାପି ଲକି’ରେ ନଜର ଆସିଥିଲେ । ଏହାପରେ ଜ୍ୟୋତି-ଏଲିନାଙ୍କ ଯୋଡ଼ିକୁ ଅନ୍ୟ କୌଣସି ସିନେମାରେ ଦେଖିବାକୁ ମିଳିନାହିଁ । ଠିକ୍‌ ସେହିପରି ନବାଗତ ରଣବୀରଙ୍କ ସହ ଏଲିନା ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’ ସିନେମାରେ ଦେଖା ଦେଇଥିଲେ । ଠିକ୍‌ ସେହିପରି ଏଲିନା ନାୟକ ସ୍ୱରାଜଙ୍କ ସହ ବି ଥରେ ‘ଦିସ୍‌ ଇସ୍‌ ସବୁ ମାୟାରେ ବାୟା’ରେ ନଜର ଆସିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*