ତିନି ତଲାକ ପୀଡିତାଙ୍କୁ ବାର୍ଷିକ ୬ହଜାର : ଯୋଗୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଲକ୍ଷ୍ନୌ

ନିର୍ବାଚନୀ ଋତୁରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତିନି ତଲାକ୍‌ ପିଡିତ ମହିଳାଙ୍କୁ ଭେଟିବା ସହ ବଡ଼ ଘୋଷଣା କରିଛନ୍ତି । ବୁଧବାର ସେ କହିଛନ୍ତି ଯେ, ତିନି ତଲାକ୍‌ ଦ୍ୱାରା ପ୍ରଭାବିତ ମହିଳାଙ୍କୁ ପ୍ରତିବର୍ଷ ୬ହଜାର ଟଙ୍କା ପ୍ରଦାନ କରାଯିବ । ଏଥିସହ ରାଜ୍ୟ ସରକାର ଗରିବ ଏବଂ ପ୍ରତାଡିତ ତିନି ତଲାକ୍‌ ପିଡିତାଙ୍କ ମାମଲା ଲଢିବା ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିବ । ଏହି ଅବସରରେ ଯୋଗୀ ହିନ୍ଦୁ ମହିଳାଙ୍କ ଅଧିକାରକୁ ନେଇ ମଧ୍ୟ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ବିବାହ ପରେ ଅନ୍ୟ କୌଣସି ମହିଳାଙ୍କ ସହ ସମ୍ପର୍କ ରଖୁଥିବା ହିନ୍ଦୁ ପୁରୁଷଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ କରାଯିବ । ସେହିପରି ହିନ୍ଦୁ ପରିତ୍ୟକ୍ତା ମହିଳାଙ୍କୁ ମଧ୍ୟ ସଠିକ୍‌ ନ୍ୟାୟ ମିଳିବ ।
ଯୋଗୀ କହିଛନ୍ତି ଯେ, ତିନି ତଲାକ୍‌ ଦ୍ୱାରା ପିଡିତ ମହିଳା ଏବଂ ଯେଉଁ ମହିଳାଙ୍କୁ ସେମାନଙ୍କ ସ୍ୱାମୀ ଛାଡି ଦେଇଛନ୍ତି ସେମାନଙ୍କ ପାଇଁ ବିଶେଷ ଯୋଜନା ବନାଯିବ । ଏହି ମହିଳାମାନଙ୍କୁ ଯେପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସେପର୍ଯ୍ୟନ୍ତ ସେମାନଙ୍କୁ ସରକାରଙ୍କ ପକ୍ଷରୁ ବାର୍ଷିକ ୬ହଜାର ଟଙ୍କା ପ୍ରଦାନ କରାଯିବ । ରାଜ୍ୟ ସରକାର ମହିଳା ସଶକ୍ତିକରଣ ନେଇ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି । ସମାଜର କୌଣସି ମହିଳା ଯେପରି ନିଜକୁ ଉପେକ୍ଷିତ ଏବଂ ଅପମାନିତ ଅନୁଭବ ନକରନ୍ତି ସେଥିପ୍ରତି ମଧ୍ୟ ବିଶେଷ ଦୃଷ୍ଟି ଦିଆଯାଉଛି ଏବଂ ଏଥିପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*