ତିନିଗୋଡ଼ ଥିବା ଶିଶୁର ଚିକିତ୍ସା ନିମନ୍ତେ ସହାୟତା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ସ୍ଥାନୀୟ ନବୋଦୟ ଯୁବକ ସଂଘଠାରେ ଚନ୍ଦିପ୍ରସାଦ ଫାଉନେ୍ଦସନ ତରଫରୁ ତିନିଟି ଗୋଡ଼ ଥିବା ବାଳକ ସୁଦାମର ଚିକିତ୍ସା ପାଇଁ ସହାୟତା ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଜିଲ୍ଲାର ଔପଦା ବ୍ଲକ ବଡ଼ପୋଖରୀ ଗ୍ରାମର ମଧୁସୂଦନ ବେହେରା ଓ ସୁକୁରି ବେହେରାଙ୍କ ପୁଅ ସୁଦାମ । ଭାଗ୍ୟର ବିଡମ୍ବନା ଜନ୍ମରୁ ଦୁଇଟି ଗୋଡ଼ ପରିବର୍ତ୍ତେ ତିନୋଟି ଗୋଡ଼ ସହ ଜନ୍ମ ହୋଇଛି । ନା ଦେଖିପାରୁଛି, ନା କଥା କହିପାରୁଛି ନା ଠିକ୍ ସେ ଶୁଣିପାରୁଛି । ଚାଲିବା ପାଇଁ ସମ୍ପୂର୍ଣ୍ଣ ଅସମର୍ଥ । ପିତା ଦିନ ମଜୁରୀ କରି ପରିବାର ପୋଷଣ କରନ୍ତି । ପୁଅର ଚିକିତ୍ସା ନିମନ୍ତେ ଅର୍ଥ ବାଧକ ସାଜିବାରୁ ଭାଗ୍ୟକୁ ଆଦରି ଘରେ ପଡ଼ି ରହିଥିଲା ସୁଦାମ । ବାଲେଶ୍ୱରର କେତେକ ସ୍ୱେଚ୍ଛାସେବୀଙ୍କ ସହାୟତାରେ ସୁଦାମକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଏବଂ ପରବର୍ତ୍ତୀ ସମୟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସହାୟତା ଏବଂ ସୁପାରିଶ କ୍ରମେ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ସୁଯୋଗ ମିଳିଛି । ସୌଭାଗ୍ୟକ୍ରମେ ଚନ୍ଦିପ୍ରସାଦ ଫାଉନେ୍ଦସନ ଟ୍ରଷ୍ଟକୁ ସୁଦାମର ସେବା କରିବା ନିମନ୍ତେ ସୁଯୋଗ ମିଳିଛି । ସମସ୍ତ ପାରିପାଶ୍ୱର୍ିକ ପରିସ୍ଥିତିକୁ ଅନୁଧ୍ୟାନ କରି ସୁଦାମର ସୁସ୍ଥ ଜୀବନ ନିମନ୍ତେ ଟ୍ରଷ୍ଟ ତରଫରୁ ସରକାରଙ୍କ ନିକଟରେ ଅନୁରୋଧ କରାଯାଇଛି । କାଳ ବିଳମ୍ବ ନ କରି ସୁଦାମର ଚିକିତ୍ସା ଅଗ୍ରାଧିକାର ଭିତ୍ତିରେ କରାଯିବା, ଜଗା ବଳିଆଙ୍କୁ ନୂତନ ଜୀବନ ଦେଇ ରାଜ୍ୟ ସରକାର ଚିକିତ୍ସା କ୍ଷେତ୍ରରେ ଯେପରି ସଫଳତା ହାସଲ କରିଛନ୍ତି ଠିକ୍ ସେହିପରି ସୁଦାମ କ୍ଷେତ୍ରରେ ମଧ୍ୟ ଉପଯୁକ୍ତ ପଦକ୍ଷେପ ଗ୍ରହଣ, ଆବଶ୍ୟକସ୍ଥଳେ ରାଜ୍ୟ ବାହାରର ଡାକ୍ତରଙ୍କ ସହ ପରାମର୍ଶ କରି ସୁଦାମର ଚିକିତ୍ସାକୁ ତ୍ୱରାନ୍ୱିତ କରାଯିବା, ସୁଦାମର ପିତା ଜଣେ ଦିନମଜୁରିଆ ଓ ଘରର ଏକମାତ୍ର ଅର୍ଥ ଉପାର୍ଜନକାରୀ ବ୍ୟକ୍ତି ଅଟନ୍ତି ତେଣୁ ତାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବାକୁ ଦାବି ହୋଇଥିଲା । ଏକ ୫ ଜଣିଆ ପ୍ରତିନିଧି ଦଳ ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାର ଯୋଜନା ରହିଛି ବୋଲି ସଭାପତି ଅମିୟବାଳା ପରିଡ଼ା ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତି ଅମିୟବାଳା ପରିଡ଼ା, ଉପଦେଷ୍ଟା ଶୁଭଶ୍ରୀ ଦାସ, ନିଦେ୍ର୍ଦଶକ ଅଭିଷେକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*