ତାସକେଣ୍ଟ ଇଣ୍ଟରନ୍ୟାସନାଲ କପ୍‌ରେ ଭାରତକୁ ରୌପ୍ୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଉଜ୍‌ବେକିସ୍ତାନର ରାଜଧାନୀ ତାସକେଣ୍ଟ ଠାରେ ଭାରତୀୟ ଦଳରେ ସାମିଲ ଥିବା ୩ ଓଡ଼ିଆ ଖେଳାଳିଙ୍କ ପାଇଁ ଆସିଛି ବିଶେଷ ସମ୍ମାନ । ବୁଧବାର ଦିନ ସମାପିତ ହୋଇଥିବା ତାସକେଣ୍ଟ ଇନ୍ଦିପେନେ୍ଦସ ଇଣ୍ଟରନ୍ୟାସନାଲ ହ୍ୟାନ୍ଦ ବଲ୍‌ ପ୍ରତିଯୋଗିତାରେ ୩ ଓଡ଼ିଆ ଖେଳାଳି ସାମିଲ ଥିବା ଭାରତୀୟ ଦଳ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ପାଇବାକୁ ଯୋଗ୍ୟତା ଅର୍ଜନ କରିଛି । ଭାରତୀୟ ଦଳରେ ଆର୍ଯ୍ୟାନ ବ୍ରାହ୍ମିନ, ଆକାଶ ପଟ୍ଟନାୟକ ଏବଂ ରଞ୍ଜିତ ମହାନ୍ତି ସାମିଲ ଥିଲେ । ୧୦ଟି ଦେଶଙ୍କୁ ନେଇ ଗତ ୧୮ ତାରିଖରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ପ୍ରଥମ ମ୍ୟାଚ୍‌ରେ ଭାରତ ଆୟୋଜକ ଦେଶକୁ ୧-୦ ଏବଂ ଦ୍ୱିତୀୟ ମ୍ୟାଚ୍‌ରେ କାଜାକସ୍ତାନକୁ ୨-୦ରେ ପରାଜିତ କରିଥିଲା । ଫାଇନାଲ ମ୍ୟାଚ୍‌ରେ ଭାରତର ମୁକାବିଲା ପୁଣି ଥରେ ଉଜ୍‌ବେକିସ୍ତାନ ସହ ହୋଇଥିଲା । ଭାରତ ସେହି ମ୍ୟାଚ୍‌ରେ ୨୦-୩୦ରେ ହାରି ରୌପ୍ୟ ପଦକ ପାଇଛି । ପ୍ରଥମ ଥର ପାଇଁ ଭାରତୀୟ ସିନିୟର ହ୍ୟାନ୍ଦବଲ୍‌ ଦଳରେ ୩ ଜଣ ଓଡ଼ିଆ ସାମିଲ ହେବାର ସୁଯୋଗ ପାଇଥିଲେ । ଏହି ସଫଳତା ପରେ ଓଡ଼ିଶା ହ୍ୟାନ୍ଦବଲ ସଂଘର ସଭାପତି ସୟଦ ମକବୁଲ୍‌ ଅଲ୍ଲି ଏବଂ ସମ୍ପାଦକ ବିରେନ ବେହେରା ଓଡ଼ିଆ ଖେଳାଳିମାନଙ୍କ ସହ ପୂରା ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*