ତାଲିକା ପରେ ପଦ ଚିନ୍ତାରେ ମନ୍ତ୍ରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ୟା’ ଭିତରେ ଶଙ୍ଖ ଦଳର ପଦାଧିକାରୀ ତାଲିକା ପ୍ରକାଶ ପାଇଛି । ସଂଗଠନକୁ ସୁଦୃଢ କରିବା ପାଇଁ ଜୁନିୟର ଉପସଭାପତି ଓ ସିନିୟର ସାଧାରଣ ସମ୍ପାଦକଙ୍କୁ କିଛିକିଛି ଦାୟିତ୍ୱ ବାଣ୍ଟିକୁଣ୍ଟି ଦେଇଚନ୍ତି ମୁଖିଆ । ଯଉଁମାନେ କିଛି ନଥିଲେ, ଦଳରେ ଗୁରୁତ୍ୱ ହରାଇ ସାରିଥିଲେ, ସେମାନଙ୍କୁ କିଛି ପଦପଦବୀ ମିଳିଯାଇଥିବାରୁ ଭାରି ଖୁସି । ଆଉ ଆଗ ପରି ଗରଗର ହଉନାହାଁନ୍ତି । ଖୋଲା ସରକାରଙ୍କ ବିରୋଧରେ ଗପୁନାହାଁନ୍ତି । କିଛି ନକରିପାରନ୍ତୁ ପଛେ, ନା’ ତଳକୁ ଉପସଭାପତି ନହେଲେ ସାଧାରଣ ସମ୍ପାଦକ ପଦ ଲାଗିଯିବା କ’ଣ କମ୍‌ କଥା କି!
କିନ୍ତୁ ଆଉ କିଛି ନେତାଙ୍କର ନିଦ ହଜି ଯାଇଚି । ଯଉଁମାନେ ମନ୍ତ୍ରୀ ହେବ ବୋଲି ଭାବିଥିଲେ ସେମାନେ ପଦ ପାଇଯାଇଚନ୍ତି । ଯେମିତି ଭଦ୍ରକରୁ ପ୍ରଫୁଲ୍ଲ ସମାଲ, ନୟାଗଡ଼ରୁ ସୌମ୍ୟରଞ୍ଜନ ପଟନାୟକ, କଟକରୁ ଦେବୀ ପ୍ରସାଦ ମିଶ୍ର, କେଉଁଝରରୁ ବଦ୍ରି ପାତ୍ର ଏବଂ ବୌଦ୍ଧରୁ ପ୍ରଦୀପ ଅମାତ ।
ସେମିତି ସିନିୟର ସାଧାରଣ ସମ୍ପାଦକ ତାଲିକାରେ ସାମିଲ ହେଇଥିବା ଅତନୁ ସବ୍ୟସାଚୀ, ରାଜେନ୍ଦ୍ର ଢୋଲକିଆ ଏବଂ ନୃସିଂହଚରଣ ସାହୁ ମଧ୍ୟ ପଡ଼ିଚନ୍ତି ଚିନ୍ତାରେ । ସାଂଗଠନିକ ପଦ ପାଇବା ପରେ ଆଉ କ’ଣ ମନ୍ତ୍ରୀ ପଦ ମିଳିବ? ତେଣେ ଧୁମ୍‌ରେ ପ୍ରଚାର ଚାଲିଚି ଯେ ମୁଖିଆ ମନ୍ତ୍ରିମନ୍ଦଳ ଅଦଳବଦଳ କରିବାକୁ ଯାଉଚନ୍ତି । ଏଖବର ପାଇବା ପରେ ତାଲିକାରେ ଥିବା ମନ୍ତ୍ରୀ ଆଶାୟୀଙ୍କୁ ଆଉ ନିଦ ହବ ଟି?
ଇଏ ତ ଗଲା ଆଶାୟୀଙ୍କ ଚିନ୍ତା । କିନ୍ତୁ ଯଉଁ ମନ୍ତ୍ରୀମାନେ ସାଂଗଠନିକ ପଦବୀ ପାଇଚନ୍ତି, ସେମାନଙ୍କର ହୋସ୍‌ ଉଡ଼ିଯିବାକୁ ବସିଲାଣି । ଉପସଭାପତି ତାଲିକାରେ ଜଣିଏ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସ୍ଥାନ ପାଇଚନ୍ତି । ଡିଏଫ୍‌ଓ ବଦଳି ଦୁର୍ନୀତିରେ ତାଙ୍କ ହାତ ଥିବା ଅଭିଯୋଗ କୁଆଡେ ପହଞ୍ଚôଚି ତୃତୀୟ ମହଲାରେ ।
ସିନିୟର ସାଧାରଣ ସମ୍ପାଦକ ତାଲିକାରେ ଗୁଡ଼ାଏ ମନ୍ତ୍ରୀ ଭର୍ତ୍ତି ହେଇଚନ୍ତି । ସେମାନେ ହେଲେ ଅଶୋକ ପନ୍ଦା, ଅରୁଣ ସାହୁ, ପ୍ରତାପ ଜେନା ଓ ନବ ଦାସ । ନବ ତ ଚାକିରି ବଞ୍ଚେଇବା ପାଇଁ ପୂଜାପାଠ କରିସାରିଚନ୍ତି । ଅଶୋକଙ୍କ ଉପରେ ବହୁଦିନରୁ ରାଗ ଅଛି ତୃତୀୟ ମହଲାର । ଯେତେ ହେଲେ ପନ୍ଦାବାବୁ ନବୀନଙ୍କ ପାଖ ଲୋକ । ୟାଙ୍କ ଭିତରୁ ଅରୁଣ ଅଧିକ ସକ୍ରିୟ ଓ ଲକ୍‌ଡାଉନ୍‌ ପିରିୟଡ୍‌ରେ ବି ତାଙ୍କର ଦେଖାମିଳିଚି । କିନ୍ତୁ ଯଦି ଜଣେ ବ୍ୟକ୍ତି ଗୋଟିଏ ପଦବୀ ଫର୍ମୁଲା ଲଗେଇ ଦିଅନ୍ତି ମୁଖିଆ ତେବେ ତ ସମସ୍ତଙ୍କର କାମ ଫତେ! ଏହା ପରେ ମନ୍ତ୍ରୀ ଥାଇ ତାଲିକାରେ ନାଁ ଉଠିଥିବା ନେତାମାନଙ୍କୁ ଆଉ ଭଲ ନିଦ ହବଟି?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*