ତାମିଲ ତୁଳନାରେ ହିନ୍ଦୀ ଡାଏପରରେ ଛୋଟ ଶିଶୁ ଭଳି: କମଲ ହାସନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଚେନ୍ନାଇ

ହିନ୍ଦୀ ଭାଷାକୁ ନେଇ ଆରମ୍ଭ ହୋଇଥିବା ବିବାଦ ପରିପ୍ରେକ୍ଷୀରେ ପୁଣିଥରେ ମୁହଁ ଖୋଲିଛନ୍ତି ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ । ଏମଏନଏମର ମୁଖିଆ କମଲ ହାସନ ତାମିଲ ଏବଂ ସଂସ୍କୃତ ଭଳି ପୁରୁଣା ଭାଷାର ତୁଳନାରେ ହିନ୍ଦୀ ଭାଷାକୁ ଡାଏପର ପିନ୍ଧିଥିବା ଏକ ଛୋଟ ଶିଶୁ ତୁଳନା କରିଛନ୍ତି ।
ଚେନ୍ନାଇର ଲୋୟୋଲା କଲେଜରେ ଭାଷାକୁ ନେଇ ଚାଲିଥିବା ରାଜନୀତି ଉପରେ ଏକ ପ୍ରଶ୍ନାତ୍ତୋରରେ କହିଥିଲେ ଯେ, ଭାଷାର ପରିବାର ଭିତରେ ସବୁଠୁ ଛୋଟ ଭାଷା ହେଉଛି ହିନ୍ଦୀ । ହିନ୍ଦୀ ଡାଏପର ପିନ୍ଧିଥିବା ଏକ ଛୋଟ ଶିଶୁ । ତେଣୁ ଆମ ସମସ୍ତଙ୍କୁ ଏହା ଉପରେ ଧ୍ୟାନ ଦେବାକୁ ପଡିବ । ସେ ଆହୁରି କହିଛନ୍ତି ଯେ, ହିନ୍ଦୀ ଏକ ଭଲ ଭାଷା । ହେଲେ ଏହାକୁ ଆମ ଉପରେ ଲଦାଯାଇପାରିବ ନାହିଁ । ମୁଁ ହିନ୍ଦୀର ଅପମାନ କରୁନାହିଁ, ହେଲେ ଏହାକୁ ଆମ ଗଳାରେ ବାନ୍ଧିବାକୁ ବାଧ୍ୟ କରାନଯାଉ । ଉଲ୍ଲେଖଯୋଗ୍ୟ ଯେ, ଭାଷାକୁ ନେଇ ରାଜନୀତିର ଏହି ଖେଳ ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କ ସେହି ବୟାନରୁ ଆରମ୍ଭ ହୋଇଥିଲା, ଯେଉଁ ବୟାନରେ ସେ ଗୋଟିଏ ଦେଶ ଓ ଗୋଟିଏ ଭାଷା ସଂପର୍କରେ ଯୁକ୍ତି ବାଢିଥିଲେ । ଏହା ପୂର୍ବରୁ କମଲ୍‌ ହାସନ ଅମିତ୍‌ଙ୍କୁ ଆକ୍ଷେପ କରି କହିଥିଲେ ଯେ, କୌଣସି ଶାହା, ସୁଲତାନ କିମ୍ବା ସମ୍ରାଟ ଆମ ଉପରେ ହିନ୍ଦୀ ଭାଷା ଲଦିପାରିବେ ନାହିଁ । ସେହିପରି ପ୍ରତିଷ୍ଠିତ ଅଭିନେତା ରଜନୀକାନ୍ତ ମଧ୍ୟ ହିନ୍ଦୀ ଭାଷା ବୟାନକୁ ନେଇ ବିରୋଧ କରିଥିଲେ ଓ କହିଥିଲେ, ଦକ୍ଷିଣ ଭାରତ ରାଜ୍ୟମାନେ ହିନ୍ଦୀ ଭାଷାକୁ ଗ୍ରହଣ କରିବେ ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*