ତାତିଲେ ଚାଷୀ : ଏମଡିଙ୍କୁ ମାରିଲେ ତାଲା, ଘେରିଲେ ଏଆରସିଏସଙ୍କୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଉଦଳା

ବିଲରେ ହଳ କରିବା ଦିନଠାରୁ ଧାନ ବିକିବା ପର୍ଯ୍ୟନ୍ତ ଚାଷୀଙ୍କ ପିଛା ଛାଡୁନି ସମସ୍ୟା । କେତେବେଳେ ଚାଷୀଙ୍କ ଉପରେ ପ୍ରକୃତି ଦାଉ ସାଧୁଛି ତ କେତେବେଳେ ମିଲର ଏବଂ ଏମଡିଙ୍କ ମଧୁଚନ୍ଦ୍ରିକାରେ ବଳି ପଡୁଛନ୍ତି ଚାଷୀ । ଏଭଳି ଘଟଣା ନିତିଦିନିଆ ହୋଇଗଲାଣି । ସେହିଭଳି ଏକ ଘଟଣାକୁ ନେଇ ଏବେ ତାତିଛନ୍ତି ଚାଷୀ । ଉତ୍ତ୍ୟକ୍ତ ଚାଷୀମାନେ ଏମଡିଙ୍କୁ ଲ୍ୟାମ୍ପ୍ସ କାର୍ଯ୍ୟାଳୟରେ ତାଲା ପକାଇବା ସହିତ ଏଆରସିଏସଙ୍କୁ କାର୍ଯ୍ୟାଳୟରେ ଘେରି ହୋହାଲ୍ଲା କରିଛନ୍ତି ।
ଉଦଳା ବ୍ଲକ ଅଧିନ ଖଲାଡି ଲ୍ୟାମ୍ପ୍ସ ଅଧିନରେ ଥିବା ଚାଷୀମାନଙ୍କ ଧାନ କିଣିବା ନିମନ୍ତେ ଗତ ୧୯ ତାରିଖ ଦିନ ଚାଷୀଙ୍କୁ ଟୋକନ ପ୍ରଦାନ କରାଯିବ ବୋଲି ଏମଡି ବିପ୍ଳବ ରାଉତ କହିଥିଲେ । ଯାହାକି ୧୯ ତାରିଖ ଦିନ ଏକ ହଜାର କୁଇଣ୍ଟାଲ ଧାନ କିଣିବା ନିମନ୍ତେ ଚାଷୀଙ୍କୁ ଟୋକନ ପ୍ରଦାନ କରାଯିବା କଥା । ଯାହାକୁ ନେଇ ଚାଷୀମାନେ ଉକ୍ତ ଅନୁସାରେ ପ୍ରସ୍ତୁତ ହୋଇ ବୁଧବାର ଦିନ ଲ୍ୟାମ୍ସ ପାଖରେ ପହଞ୍ଚôଥିଲେ ଚାଷୀ । ହେଲେ ସେଠାରେ ୬ଶହ କୁଇଣ୍ଟାଲ ଧାନ କିଣାଯିବା ନିମନ୍ତେ ଚାଷୀଙ୍କୁ ଟୋକନ ପ୍ରଦାନ କରାଯିବ ବୋଲି ଏମଡି କହିଥିଲେ । ଯାହାଫଳରେ ଚାଷୀମାନେ ବିକ୍ରୀ ନିମନ୍ତେ ଆଣିଥିବା ଧାନକୁ ବିକ୍ରୀ କରିପାରିବେ ନାହିଁ ବୋଲି ଜାଣିପାରିଥିଲେ । ଏହା ଜଣାପଡିବା ପରେ ତାତିଥିଲେ ଚାଷୀ । ଯାହାକୁ ନେଇ ଚାଷୀମାନେ ଏମଡି ବିପ୍ଳବ ରାଉତଙ୍କୁ ଲ୍ୟାମ୍ପ୍ସ କାର୍ଯ୍ୟାଳୟ ବନ୍ଦ କରିବା ସହିତ ତାଲା ପକାଇ ଦେଇଥିଲେ । ଏହା ପରେ ଚାଷୀମାନେ ଉଦଳା ସ୍ଥିତ ସହକାରୀ ନିବନ୍ଧକ ସମବାୟ ସମିତି କାର୍ଯ୍ୟାଳୟରେ ପହଞ୍ଚôଥିଲେ । ସେଠାରେ ଚାଷୀମାନେ ଧାନକିଣା ନିମନ୍ତେ ଟୋକନ ପ୍ରଦାନରେ ଅନିୟମିତତା ବାବଦରେ ଏଆରସିଏସ ଦୁଃଖିଆ ଟୁଡୁଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ । ଯାହାକୁ ନେଇ ଚାଷୀମାନେ ଏଆରସିଏସଙ୍କୁ ଘେରିବା ସହିତ ହୋହାଲ୍ଲା କରିଥିଲେ । ଏହା ସହିତ ଚାଷୀଙ୍କ ଧାନ ବିକ୍ରୀ ହୋଇପାରୁ ନ ଥିବା ବେଳେ ଏମଡି ଏବଂ ମିଲରଙ୍କ ମଧୁଚନ୍ଦ୍ରିକାରେ ଶହ ଶହ କୁଇଣ୍ଟାଲ ଧାନ କାଗଜପତ୍ରରେ ଅନ୍ୟତ୍ର ବିକ୍ରୀ ହେଉଥିବା ଚାଷୀମାନେ ଅଭିଯୋଗ କରିଥିଲେ । କେବଳ ସେତିକି ନୁହେଁ କଟନୀ ଛଟନୀରେ ମଧ୍ୟ ଅଧିକ ପରିମାଣର ଧାନ କଟନୀ ହେଉଥିବା ଚାଷୀମାନେ ଅଭିଯୋଗ କରିଥିଲେ । ଏହା ସହିତ ସଂପୃକ୍ତ ଏମଡିଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଥିଲେ । ଚାଷୀମାନେ ପାଖାପାଖି ଏକ ଘଣ୍ଟା କାଳ ଏଆରସିଏସଙ୍କୁ କାର୍ଯ୍ୟାଳୟରେ ଘେରିଥିବା ବେଳେ ଏଆରସିଏସ ଘଟଣାର ତୁରନ୍ତ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଶାନ୍ତ ପଡିଥିଲେ । ତେବେ ଏହି ଘଟଣା ବାବଦରେ ଉପଖନ୍ଦର ଏଆରସିଏସ ଦୁଃଖିଆ ଟୁଡୁଙ୍କୁ ପଚାରିବାରୁ ସେ ଏ ବାବଦରେ ମିଲରଙ୍କ ସହିତ ଆଲୋଚନା କରି ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ସହିତ ଚାଷୀଙ୍କ ଧାନ କିପରି କିଣାଯାଇପାରିବ ତାହା ଉପରେ ପଦକ୍ଷେପ ନେବେ ବୋଲି କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*