ତାଇୱାନ୍‌ ରାଷ୍ଟ୍ରପତିଙ୍କ ପସନ୍ଦ ହେଉଛି ନାନ୍‌, ଚଣାମସଲା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଭାରତ ଏବଂ ତାଇୱାନ୍‌ ମଧ୍ୟରେ ବଢୁଥିବା ସମ୍ପର୍କକୁ ନେଇ ଚୀନ କ୍ଷୁବ୍ଧ । ହେଲେ ତାଇୱାନ୍‌ ଭାରତ ସହ ତା’ର ସମ୍ପର୍କ ମଜବୁତ ନେଇ ଉଦ୍ୟମ ଜାରି ରଖିଛି । ଏହି କ୍ରମରେ ତାଇୱାନ୍‌ ରାଷ୍ଟ୍ରପତି ସାଇ ଇଙ୍ଗ୍‌ -ବେନ ଟୁଇଟରେ ଏକ ଫଟୋ ଛାଡିଛନ୍ତି ।
ଫଟୋରେ ରାଷ୍ଟ୍ରପତି ଭାରତୀୟ ଖାଦ୍ୟକୁ ପସନ୍ଦ କରି ଏକ ଫଟୋ ମଧ୍ୟ ଛାଡିଛନ୍ତି । ସେ କହିଛନ୍ତି ଯେ, ଖାଲି ମୁଁ ନୁହେଁ ତାଇୱାନ୍‌ର ଲୋକେ ମଧ୍ୟ ଭାରତୀୟ ବ୍ୟଞ୍ଜନକୁ ବଡ଼ ପସନ୍ଦ କରନ୍ତି । ସେ ଲେଖିଛନ୍ତି ଯେ, ମୋତେ ଚଣାମସଲା ଏବଂ ନାନ୍‌ ବେଶ ଭଲ ଲାଗେ । ସେହିପରି ଭାରତୀୟ ଚା’ ମୋର ପସନ୍ଦ । ପ୍ରତିଟି ସମୟରେ ଏହା ମୋତେ ଭାରତ ଗସ୍ତ ବିଷୟକୁ ମନେପକାଉଛି । ତାଇୱାନ୍‌ରେ ଅନେକ ଭାରତୀୟ ରେଷ୍ଟୁରାଣ୍ଟ ରହିଥିବାରୁ ମୁଁ ଭାରତୀୟଙ୍କୁ ଧନ୍ୟବାଦ ଜଣାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*