ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଠିକାଦାରଙ୍କ ବିକ୍ଷୋଭ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଉଦଳା

ନିଖିଳ ଓଡ଼ିଶା ଠିକାଦାର ମହାସଂଘ ୧୦ ଦଫା ଦାବି ନେଇ ସାରା ରାଜ୍ୟରେ ଆନେ୍ଦାଳନ ଜାରି ରଖିଛି । ଏହାକୁ କପ୍ତିପଦା ଉପଖନ୍ଦ ଠିକାଦାର ସଂଘ ସମର୍ଥନ ଜଣାଇଛି । ଯାହା ଦ୍ୱାରା ସଂଘ ପକ୍ଷରୁ ଉଦଳା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିବା ସହିତ ଶତାଧିକ ଠିକାଦାର କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଠିକାଦାରମାନେ ବ୍ୟବହାର କରୁଥିବା ଡମ୍ଫର, ଟ୍ରାକ୍ଟର ଏବଂ ଟ୍ରକକୁ ମଧ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଛିଡା କରାଇଥିଲେ । ଫଳରେ ଦିନତମାମ ତହସିଲ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ପ୍ରକାଶ ଯେ, ସରକାରୀ ଠିକା କାର୍ଯ୍ୟରେ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାର ନିର୍ମାଣ ସାମଗ୍ରୀର ଖଣି ଚିହ୍ନଟ କରିବା ସହିତ ଟ୍ରାନଜିଟ୍ ପାସ୍ ପ୍ରଦାନ, ନିର୍ମାଣ ସାମଗ୍ରୀ ଖଣି ସ୍ଥାନରେ ମୂଲ୍ୟ ଫଳକ ସ୍ଥାପନ, ସରକାରୀ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ପରିବହନ ସମୟରେ ଜାରିମାନା ଉଚ୍ଛେଦ ଭଳି ଦାବିକୁ ନେଇ ସଂଘ ପକ୍ଷରୁ ଏହି ଧାରଣା ଦିଆଯାଇଥିବା ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ କହିଥିଲେ । ସଂଘର ସମ୍ପାଦକ ନନ୍ଦକିଶୋର ବିନ୍ଧାଣୀ, ପ୍ରଭାତ ସାହୁଙ୍କ ସମେତ ଶତାଧିକ ଠିକାଦାର ଏହି ଆନେ୍ଦାଳନରେ ସାମିଲ ଥିବା ଜଣାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*