ତରୁଣ କବିତାକୁ ଆବୃତି କରିଥିଲେ ଅଗ୍ରଜ କବି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର

ଅସୀମ ବସୁ ଫାଉନେ୍ଦସନ ଦ୍ୱାରା ଦିବଂଗତ ଚିତ୍ରଶିଳ୍ପୀ ଅସୀମ ବସୁଙ୍କ ଜନ୍ମଦିନ ଅବସରରେ ସ୍ୱରବର୍ଣ୍ଣ ତରଫରୁ ଏକ ବିଶେଷ ଅଧିବେସନ ସ୍ଥାନୀୟ ରେଡ଼କ୍ରସ୍ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡ଼ିଆ ସାହିତ୍ୟର ୧୧ ଜଣ ବରିଷ୍ଠ କବି ୧୧ ଜଣ କନିଷ୍ଠ କବିଙ୍କର କବିତା ଆବୃତି କରିଥିଲେ । କବିତା ଆସରକୁ ବରିଷ୍ଠ କବି ରାଜେନ୍ଦ୍ର କିଶୋର ପନ୍ଦା, ଦେବଦାସ ଛୋଟରାୟ, ଅଧ୍ୟାପକ ବିଶ୍ୱରଞ୍ଜନ ଓ ଅଜୟ ସ୍ୱାଇଁ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରିଥିଲେ । ଉଦ୍ଘାଟନ ଭାଷଣରେ କବି ଦେବଦାସ ଛୋଟରାୟ ଅସୀମ ବସୁଙ୍କ ସହିତ ବିତାଇଥିବା ସ୍ମୃତି ଉପରେ ଆଲୋକପାତ କରିଥିଲେ । ଏହା ପରେ କବି ରାଜେନ୍ଦ୍ର କିଶୋର ପନ୍ଦା କବିତାର କଳା ଓ କାରିଗରୀ ଉପରେ ବିସ୍ତୁତ ଭାବରେ ଆଲୋଚନା କରିବା ସହିତ ଅସୀମ ବସୁଙ୍କ ସହ ଏପରି ଅନେକ କବିତା ଆବୃତି ସମୟରେ ମୁକ ସାକ୍ଷୀ ବୋଲି ବର୍ଣ୍ଣନା କରିଥିଲେ । ଏହି ଅବସରରେ ତରୁଣ କବିମାନଙ୍କ କବିତାକୁ ଆବୃତି କରିଥିଲେ ଅଗ୍ରଜ କବି । ସେମାନେ ହେଲେ ପ୍ରତିଭା ଶତପଥୀ, ହୃଷିକେଶ ମଲ୍ଲିକ, ଦେବଦାସ ଛୋଟରାୟ, ରାଜେନ୍ଦ୍ର କିଶୋର ପଂଡା, ଅଧ୍ୟାପକ ବିଶ୍ୱ ରଞ୍ଜନ, ପ୍ରଦୀପ ବିଶ୍ୱାଳ, ପ୍ରକାଶ ମହାପାତ୍ର, ସନ୍ତୋଷ ତ୍ରିପାଠୀ, ମମତା ଦାଶ ଓ ପବିତ୍ର ମୋହନ ଦାସ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭାସ୍ୱତୀ ବସୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ କବି ଓ କଥାକାର ଅଜୟ କୁମାର ସ୍ୱାଇଁ ଏହି ଅଧିବେସନକୁ ପରିଚାଳନା କରିଥିଲେ । ଶେଷରେ ଅନୁଷ୍ଠାନର ସମ୍ପାଦକ ପବିତ୍ର ମୋହନ କର ଧନ୍ୟବାଦ ଅର୍ପଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*