ତମନ୍ନା ଏବେ ତାନିଆ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଓଲିଉଡର ଜଣାଶୁଣା ନାୟିକା ତମନ୍ନା ଏବେ ତାନିଆ । ହଁ, ସେ ଏବେ ଏହି ନାମରେ ଆସୁଛନ୍ତି ଏକ ନୂଆ ଓଡ଼ିଆ ସିନେମାରେ । ଏଠାରେ ଯେଉଁ ଓଡ଼ିଆ ସିନେମା କଥା କୁହାଯାଉଛି ତାର ଟାଇଟଲ ହେଲା ‘ସୁପରବୟ’ । ତାନିଆ ଜଣେ ସୁଇଟ ଆଉ ଇନୋସେଣ୍ଟ ଗର୍ଲ । ନିଜ ମନର ମଣିଷକୁ ଖୋଜୁ ଖୋଜୁ ସେ ପ୍ରେମ୍‌ ନାମକ ଜଣେ ଯୁବକ ସଂସ୍ପର୍ଶରେ ଆସିଛି ଯାହା ପାଖରେ ରହିଛି ଏକ ସୁପରପାୱର୍‌ । ଏହା ଜରିଆରେ କିପରି ଉଭୟଙ୍କ ପ୍ରେମ କାହାଣୀ ଅଗ୍ରସର ହେଉଛି ତାହା ଦେଖିବାକୁ ମିଳିବ ‘ସୁପରବୟ’ରେ । ତମନ୍ନା ଜ୍ୟୋତିଙ୍କ ସହ ‘ସୁପରବୟ’ରେ ଆସୁଛନ୍ତି । ଏହି ଫିଲ୍ମର ନିଦେ୍ର୍ଦଶନା ଦେଇଛନ୍ତି ନବାଗତ କେ. ଅନୀଶ୍‌ । ଏହାର ପ୍ରଯୋଜନା ଦାୟିତ୍ୱ ବହନ କରିଛନ୍ତି ରବୀନ୍ଦ୍ର ନାଥ ପନ୍ଦା ଓ ସି କେ ଅନୀଶ । ଫିଲ୍ମର ସଂଳାପ ଲେଖିଛନ୍ତି ଡଃ ଦୀପକ ଜେନା । ଏହାର ସଙ୍ଗୀତ ନିଦେ୍ର୍ଦଶକ ହେଲେ ବୈଦନାଥ ଦାସ ।
ତମନ୍ନା ସଞ୍ଜୟ ନାୟକଙ୍କ ନିଦେ୍ର୍ଦଶନାରେ ନିର୍ମିତ ଓଡ଼ିଆ ଫିଲ୍ମ ‘ଜୋକର’ରୁ କ୍ୟାରିଅର ଆରମ୍ଭ କରିଥିଲେ । ଏଥିରେ ପପୁ ପମ୍‌ପମ୍‌ଙ୍କ ଅପୋଜିଟ୍‌ରେ ଆସିଥାନ୍ତେ ତମନ୍ନା । କିନ୍ତୁ ଏହି ଫିଲ୍ମଟି ଅଧାରେ ଅଟକି ରହିଛି । ତେବେ ତମନ୍ନାଙ୍କ ପ୍ରଥମ ମୁକ୍ତିପ୍ରାପ୍ତ ସିନେମା ହେଲା ସଞ୍ଜୟ ନାୟକଙ୍କ ନିଦେ୍ର୍ଦଶିତ ‘ଭାଇନା କ’ଣ କଲା ସେ’ । ଏଥିରେ ନବାଗତ ବାଳକୃଷ୍ଣଙ୍କ ବିପକ୍ଷରେ ନଜର ଆସିଥିଲେ ସେ । ତା’ପରେ ତମନ୍ନାଙ୍କୁ ‘ନିଝୁମ୍‌ ରାତିର ସାଥୀ’ ସିନେମାରେ ଦେଖିବାକୁ ପାଇଛନ୍ତି ସିନେପ୍ରେମୀ । ଏହି ଫିଲ୍ମରେ ବି ଜ୍ୟୋତିଙ୍କ ସହ ନଜର ଆସିଥିଲେ ତମନ୍ନା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*