ତଟବର୍ତ୍ତୀ ଅଞ୍ଚଳରେ ଆତଙ୍କୀ ହମଲାର ଆଶଙ୍କା ରହିଛି: ରାଜନାଥ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ମୁମ୍ବାଇ

ଆମ ପଡ଼ୋଶୀ ଦେଶ ବଦମାସି ଯୋଜନା କରିବାରେ ରହି ଘୃଣ୍ୟ ଷଡଯନ୍ତ୍ର କରୁଥିବାରୁ ଆମ ତଟବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଆତଙ୍କୀ ହମଲାର ଆଶଙ୍କା ବଳବତ୍ତର ରହିଛି ବୋଲି ରବିବାର କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଭାରତର ପଶ୍ଚିମ ତଟବର୍ତ୍ତୀ ଅଞ୍ଚଳରେ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ଉପରେ ସାମ୍ବାଦିକମାନଙ୍କ ସହ କଥା ହେଲା ବେଳେ ଏହି ଆଶଙ୍କା ବ୍ୟକ୍ତ କରିଛନ୍ତି ରାଜନାଥ । ଯେ କୌଣସି ଦେଶ ନିଜ ତଟ ସୁରକ୍ଷାକୁ ନେଇ ସବୁବେଳେ ସଜାଗ ରହିବା ଦରକାର । ଆମେ ମଧ୍ୟ ଯେ କୌଣସି ଅଘଟଣର ସମ୍ଭାବନାକୁ ଦୃଷ୍ଟିରେ ରଖି ସବୁ ଦୃଷ୍ଟିରୁ ସଜାଗ ରହିଛୁ । ଯେତେବେଳେ ଆମ ପଡୋଶୀ ଦେଶର କଥା ଆସୁଛି ସେତେବେଳେ ଆପଣମାନେ ଭଲ ଭାବରେ ଜାଣନ୍ତି ଭାରତରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ସେହି ଦେଶର ସବୁବେଳେ ଷଡଯନ୍ତ୍ର ରହିଛି ବୋଲି ରାଜନାଥ ପାକିସ୍ତାନ ଆଡକୁ ଇଙ୍ଗିତ କରି କହିଥିଲେ ।ଏୟାର କ୍ରାଫ୍ଟ କ୍ୟାରିଅର ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ରାତ୍ରୀଯାପନ କରିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରବିବାର ଦିନ ଏକାଧିକ ନୌସେନା ଅଭ୍ୟାସ ଦେଖିଥିଲେ । ବିଶେଷ କରି ଯୁଦ୍ଧ ସ୍ଥିତିରେ ଏହି ବିମାନବାହୀ ଜାହାଜରେ କ’ଣ ସବୁ ହୁଏ ତାହାକୁ ଅନୁଧ୍ୟାନ କରିଥିଲେ ରାଜନାଥ । ୨୦୦୮ ନଭେମ୍ବର ୨୬ ତାରିଖରେ ମୁମ୍ବାଇରେ ଯାହା ଘଟିଗଲା ତାହା ଆମେ ଦେଖିଛୁ । ତେଣୁ ଏକ ଛୋଟିଆ ତ୍ରୁଟି ବଡ଼ ଅଘଟଣ ସୃଷ୍ଟି କରିଦିଏ । ସେଇଥିପାଇଁ ଭାରତୀୟ ନୌସେନା ଏବଂ ଭାରତୀୟ ତଟରକ୍ଷୀ ବାହିନୀକୁ ସବୁ ସମୟରେ ସଜାଗ ରହିବାକୁ ପଡ଼ିବ । ସାମୁଦ୍ରିକ ସୁରକ୍ଷାରେ ଭାରତୀୟ ନୌସେନା ରହିଛି ଅତୁଟ ଶକ୍ତି ବୋଲି କହିଥିଲେ ରାଜନାଥ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*