ଡ. ବିମଳେନ୍ଦୁ ମହାନ୍ତିଙ୍କ ୮୩ତମ ଜନ୍ମୋତ୍ସବ ପାଳିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ବିଶିଷ୍ଟ ଐତିହାସିକ, ସ୍ତମ୍ଭକାର, ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ତଥା ଆର୍ନ୍ତଜାତିକ ମହାବୋଧି ସମିତିର ଓଡିଶା ଶାଖାର ସଭାପତି ଡ. ବିମଳେନ୍ଦୁ ମହାନ୍ତିଙ୍କ ୮୩ ତମ ଜନ୍ମୋତ୍ସବ ତାଙ୍କ ନୂଆପଲ୍ଲୀସ୍ଥିତ ବାସଭବନରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ, ସମ୍ବାଦର ସମ୍ପାଦକ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ବିଶିଷ୍ଟ ଶିକ୍ଷାବିତ୍ ପ୍ରଫୁଲ୍ଲ ଚନ୍ଦ୍ର ରଥ ଓ ଡ. କମଳା ପ୍ରସାଦ ମହାପାତ୍ର ଶୁଭେଚ୍ଛା ଜଣାଇବା ସହ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ, ବରିଷ୍ଠ କଂଗ୍ରେସ ନେତା ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ବିଶିଷ୍ଟ ଶିକ୍ଷାବିତ୍ ଡ. ବଦି୍ରନାଥ ପଟ୍ଟନାୟକ, ମହାବୋଧି ସମିତିର ଟ୍ରଷ୍ଟି ଡ. ସୌରେନ୍ଦ୍ର କୁମାର ମହାପାତ୍ର, ଶିକ୍ଷାବିତ୍ ଅଶୋକ ପାନେ୍ଦ ପ୍ରମୁଖ ଡ. ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଭଗବାନ ତଥାଗତ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ପ୍ରଦାନ କରି ତାଙ୍କର ଦୀର୍ଘ ନିରାମୟ କର୍ମମୟ ଜୀବନ କାମନା କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*