ଡ୍ରଗ୍ସ କେଳେଙ୍କାରୀ : ଦୀପିକା, ସାରା ଓ ଶ୍ରଦ୍ଧାଙ୍କୁ ସମନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ମୁମ୍ବାଇ

ଆଳୁ ଖୋଳୁଖୋଳୁ ବାହାରିଲେ ମହାଦେବ । କହିବାର ଅର୍ଥ ହେଲା ବି-ଟାଉନର ଅଭିନେତା ସୁଶାନ୍ତ ସିଂହଙ୍କ ମୃତୁ୍ୟ ମାମଲାର ପ୍ରକୃତ ଦୋଷୀ ଲାଗି ତଦନ୍ତ ଚାଲିଥିବାବେଳେ ଏହାର ଚେର ବଲିଉଡ ଡ୍ରଗ୍ସ କନେକ୍ସନ ପାଖକୁ ଲମ୍ବିଚାଲିଛି । ଯାହାଫଳରେ ବଡ଼ ପରଦାର ପ୍ରମୁଖ ଚେହେରା ଏବେ ନାକ୍ରୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋ (ଏନ୍‌ସିବି) ନଜରରେ । ବୁଧବାର ଏନ୍‌ସିବି ଏହି ଡ୍ରଗ୍ସ କନେକ୍ସନ ବିଷୟରେ ଅଧିକ ତଦନ୍ତ କରିବା ଲାଗି ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର, ରାକୁଲ ପ୍ରୀତ ସିଂହ, କରିସ୍ମା ପ୍ରକାଶ ଏବଂ ସିମନ ଖମ୍ବାଟାଙ୍କ ବୟାନ ରେକର୍ଡ କରାଯିବା ଲାଗି ସେମାନଙ୍କୁ ନୋଟିସ ପଠାଇଛି ।
ଏନ୍‌ସିବି ସୂତ୍ରରୁ ପ୍ରକାଶ, ରାକୁଲ ୨୪, ୨୫ ସେପ୍ଟେମ୍ବରରେ ଦୀପିକା, ଶ୍ରଦ୍ଧା କପୁର ଏବଂ ସାରାଙ୍କୁ ୨୬ ସେପ୍ଟେମ୍ବରରେ ଉପସ୍ଥିତ ରହିବାକୁ କୁହାଯାଇଛି । ଏହାପୂର୍ବରୁ ଏନ୍‌ସିବି ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ କ୍ୱାନର ସିଇଓ ଧ୍ରୁବ ଚିତଗୋପେକର, ଟ୍ୟାଲେଣ୍ଟ ମ୍ୟାନେଜର ଜୟା ସାହା ଏବଂ ସୁଶାନ୍ତ ମ୍ୟାନେଜର ଶ୍ରୁତି ମୋଦିଙ୍କୁ ପାଖାପାଖି ୬ ଘଣ୍ଟା ଜେରା କରିଥିଲା ।
ସୂଚନାଯାୟୀ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ସୁଶାନ୍ତଙ୍କ ବାନ୍ଧବୀ ରିୟାଙ୍କ ଜେରାରୁ ବଲିଉଡ଼ର ୮୦ ପ୍ରତିଶତ ଏହି ନିଶା କାରବାରରେ ସାମିଲ ଥିବାବେଳେ ଏହି ତାଲିକାରେ ପ୍ରାୟ ୨୫ଜଣ ତାରକାଙ୍କ ନାଁ ତଦନ୍ତକାରୀଙ୍କୁ ସେ କହିଥିଲେ । ଏହାକୁ ଆଧାର କରି ଏନ୍‌ସିବି ନିଜର ତଦନ୍ତ ପ୍ରକ୍ରିୟାକୁ ଅଧିକ ମଜଭୁତ୍‌ କରିବା ସହ ଗୋଆ ଓ ମୁମ୍ବାଇ ସମେତ ଅନେକ ସ୍ଥାନରେ ତନାଘନା ଆରମ୍ଭ କରିଥିଲେ । ଯାହାଫଳରେ ଡ୍ରଗ୍ସ କନେକ୍ସନ ଲାଗି ଏନ୍‌ସିବି ବର୍ତ୍ତମାନ ସୁଦ୍ଧା ରିୟାଙ୍କ ସମେତ ୧୯ଜଣଙ୍କୁ ଗିରଫ କରିଛି । ତେବେ ଏକ ହ୍ୱାଟସଅପ୍‌ ଚାର୍ଟରେ ଡ୍ରଗ୍ସ ମାମଲାକୁ ନେଇ ଦୀପିକା ନିଜର ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସହ ‘ଡି’ ନାମରେ କଥାହୋଇଥିବା ସୂଚନା ରହିଛି । ଏନେଇ କରିସ୍ମାଙ୍କୁ ମଙ୍ଗଳବାର ଜେରା କରାଯିବା ଲାଗି ନୋଟିସ ରହିଥିଲେ ହେଁ ସେ ନିଜର ଅସୁସ୍ଥ କାରଣରୁ ଶୁକ୍ରବାର ପୂର୍ବରୁ ହାଜର ହେବେ ବୋଲି ଜଣାଇଥିଲେ । ଡ୍ରଗ୍ସ ମାମଲାରେ ମଙ୍ଗଳବାର ସୁଶାନ୍ତଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହାଙ୍କୁ ଜେରା କରାଯାଇଥିଲେ ହେଁ ପୁନର୍ବାର ତାଙ୍କୁ ବୁଧବାର ଡକାଯାଇଥିଲା ।

ବଲିଉଡ଼ ନାୟିକାଙ୍କୁ ସମନ ପଠାଯିବା ପରେ ପରେ ଏନ୍‌ସିବି ଏହି ମାମଲାରେ ଜଣାଶୁଣା ପ୍ରଯୋଜକଙ୍କୁ କ‡ା ନଜର ରଖିଛି । ଯାହାକୁ ନେଇ କିଛି ପୁରୁଷ କଳାକାର ମଧ୍ୟ ଭୟରେ ଛାନିଆ ହୋଇ ଓକିଲ ବନେ୍ଦାବସ୍ତ କରିବାରେ ବ୍ୟସ୍ତ ରହିଛନ୍ତି । ଏହାପୂର୍ବରୁ କ୍ୱାନର ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହାଙ୍କ ହ୍ୱାଟସଅପ୍‌ ଚାର୍ଟ ତଦନ୍ତକୁ ଅଧିକ ମଜବୁତ କରିଥିଲା । ଯାହାଫଳରେ ଏହି କମ୍ପାନୀ ସହିତ ଅନେକ କଳାକାର ସମ୍ପର୍କରେ ରହିଛନ୍ତି ।
ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀ ମଙ୍ଗଳବାର ଜାମିନ ଲାଗି ହାଇକୋର୍ଟରେ ଆବେଦନ କରିଥିଲେ । ଏହାର ଶୁଣାଣି ବୁଧବାର ଲାଗି ଥିବାବେଳେ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁ ହାଇକୋର୍ଟ ଛୁଟି ଘୋଷଣା କରିବା ସହ ଏହି ଶୁଣାଣି ଗୁରୁବାରକୁ ରହିଛି ବୋଲି ରିୟାଙ୍କ ଓକିଲ ସତୀଶ ମାନସିନେ୍ଧ କହିଥିଲେ । ୧୬ଦିନ ଜେଲରେ ବନ୍ଦ ରହିଥିବା ରିୟାଙ୍କ ଜାମିନ ଏନ୍‌ଡିପିଏସ୍‌ ପକ୍ଷରୁ ୨ଥର ଖାରଜ ହୋଇଥିଲେ ହେଁ ବାଇକୁଲା ଜେଲରୁ ରିୟା ଭିଡିଓ କନଫେରେନସିଂ ମାଧ୍ୟମରେ ରିୟା ଶୁଣାଣି ସମୟରେ ଉପସ୍ଥିତ ଥିଲେ । ତେବେ ଅକ୍ଟୋବର ୬ ଯାଏ ରିୟାଙ୍କୁ ବିଚାର ବିଭାଗୀୟ ହେପାଜତରେ ରହିବାକୁ ପଡିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*