ଡେଭିସ୍‌ କପ୍‌ : ପାକିସ୍ତାନ ବିପକ୍ଷରେ ଭାରତର ପଲା ଭାରି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂର-ସୁଲତାନ

ଭାରତୀୟ ଉପମହାଦେଶର ଟେନିସ୍‌ ଲଢେଇ କାଜକସ୍ଥାନ ରାଜଧାନୀରେ ଶୁକ୍ରବାରରୁ ଆରମ୍ଭ ହେବ । ପାକିସ୍ତାନକୁ ଯାଇ ମ୍ୟାଚ୍‌ ଖେଳିବାରେ ଲଗାତାର ଭାରତର ଅମଙ୍ଗ ହେବା ପରେ ଏହି ମ୍ୟାଚ୍‌ ତୃତୀୟ ରାଷ୍ଟ୍ରରେ ଖେଳାଯିବା ପାଇଁ ବିଶ୍ୱ ଟେନିସ୍‌ ସଂଘ ନିଦେ୍ର୍ଦଶ ଦେଇଥିଲା । ମଙ୍ଗଳବାର ଠାରୁ ଡେଭିସ୍‌ କପ୍‌ରେ ଭାରତ ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ଖେଳିବାକୁ ଯାଉଥିବା ଅବସ୍ଥାରେ ଏହାର ପଲା ଭାରି ଥିବା ମନେହୁଏ । ଏକାଧିକ ସିନିୟର ପାକିସ୍ତାନୀ ଖେଳାଳି ଏହି ମ୍ୟାଚ୍‌ କାଜକସ୍ଥାନକୁ ସ୍ଥାନାନ୍ତରିତ ହେବା ବିରୋଧରେ ଏଥିରେ ସାମିଲ ହେବାକୁ ରାଜି ହୋଇନାହାଁନ୍ତି । ଫଳରେ ଯୁବ ଖେଳାଳିମାନଙ୍କୁ ନେଇ ଏଠାକୁ ଆସିଛି ପାକିସ୍ତାନ । ତେଣୁ ଅଭିଜ୍ଞ ଭାରତୀୟ ଦଳ ସେମାନଙ୍କ ଉପରେ ବିଜୟଲାଭ କରିବେ ବୋଲି ସାଧାରଣରେ ବିଶ୍ୱାସ କରାଯାଉଛି । ସୁମିତ ନାଗଲ, ରାମକୁମାର ରାମନାଥନ ଏବଂ ଭେଟେରାନ ଖେଳାଳି ଲିଆନ୍ଦର ପେସ୍‌ ଏହି ମ୍ୟାଚ୍‌ ଖେଳିବାକୁ ଏଠାକୁ ଆସିଥିବାରୁ ଭାରତର ବିଜୟ ନିଶ୍ଚିତ ବୋଲି ଧରାଯାଉଛି । କାରଣ ପାକିସ୍ତାନର ଦୁଇ ଟପ୍‌ ଖେଳାଳି ଏସାମଉଲ୍‌ ହକ୍‌ ଏବଂ ଅକିଲ ଖାଁ ଆସିନାହାଁନ୍ତି ଦଳ ସହ । ଭାରତ ପାଇଁ ଖେଳିବାକୁ ଆସିଥିବା ସବୁ ଖେଳାଳି ଗ୍ରାନ୍ଦ ସ୍ଲାମର ଅନୁଭବ ରଖୁଥିଲା ବେଳେ ପାକିସ୍ତାନୀ ଖେଳାଳିମାନେ ଆଇଟିଏଫ୍‌ ପ୍ରତିଯୋଗିତା ଭିତରେ ସୀମିତ ଅଛନ୍ତି । ପାକିସ୍ତାନର ଏହି ଜୁନିୟର ଖେଳାଳିଙ୍କ ଲାଗି ଏହା ଭଲ ଅଭିଜ୍ଞତା ହୋଇପାରେ । ୪୬ବର୍ଷିୟ ପେସ୍‌୍‌ଙ୍କ ଲାଗି ଡେଭିସ୍‌ କପ୍‌ରେ ନିଜ ଡବଲ୍ସ ରେକର୍ଡକୁ ଆହୁରି ସୁଦୃଢ କରିବାର ଏହି ମ୍ୟାଚ୍‌ ସୁଯୋଗ ଦେଇଛି । ୪୩ ବିଜୟ ସହ ସେ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି । ତାଙ୍କ ସହ ଏଠାରେ ଯୋଡିଦାର ବନିବେ ଜୀବନ । ନାଗାଲଙ୍କ ଲାଗି ଡେଭିସ୍‌ କପ୍‌ରେ ନିଜ ପ୍ରଥମ ବିଜୟ ପାଇବାର ସୁଯୋଗ ଆଣିଦେଇଛି ଏହି ମ୍ୟାଚ୍‌ । ଶୁକ୍ରବାର ରାମକୁମାର ସୋଏବଙ୍କ ବିପକ୍ଷରେ ଖେଳି ଟାଇ ଆରମ୍ଭ କରାଇବେ । ୧୭ ବର୍ଷିୟ ପାକିସ୍ତାନୀ ଖେଳାଳି ପୂରା ୨୦୧୯ ସିଜିନରେ ଗୋଟିଏ ବି ସିଙ୍ଗିଲ୍ସ ମ୍ୟାଚ୍‌ ଖେଳିନାହାଁନ୍ତି । ଶୁକ୍ରବାରର ଦ୍ୱିତୀୟ ସିଙ୍ଗିଲ୍ସରେ ନାଗାଲଙ୍କ ମୁକାବିଲା ରେହେମାନଙ୍କ ସହ ହେବ । ଭାରତର ନନ୍‌ ପ୍ଲେଇଂ ଅଧିନାୟକ ରୋହିତ ରାଜପାଲ କହିଛନ୍ତି ଯେ, ସେ ସବୁ ମ୍ୟାଚ୍‌ରେ ଭାରତୀୟ ଖେଳାଳିଙ୍କ ବିଜୟ ଲାଭ ହିଁ ଦେଖିଛନ୍ତି । ଏଠାରେ ପ୍ରଚନ୍ଦ ଶୀତ ପଡୁଥିବାରୁ ମ୍ୟାଚ୍‌ ଇନେ୍ଦାର ଷ୍ଟାଡିୟମର ହାର୍ଡକୋର୍ଟରେ ଖେଳାଯିବ । ଟାଇର ଦ୍ୱିତୀୟ ଦିନ ଶନିବାର ପେସ୍‌ ଓ ଜୀବନ ଡବଲ୍ସ ମ୍ୟାଚ୍‌ ଖେଳିବେ ସୋଏବ ଓ ରହମାନଙ୍କ ବିପକ୍ଷରେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*