ଡେଭିସ୍‌ କପ୍‌ : ଦଳକୁ ଫେରିଲେ ଭେଟେରାନ ପେସ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଗୁରୁବାର ଦିନ ଭାରତୀୟ ଟେନିସ୍‌ ସଂଘ ପାକିସ୍ତାନ ବିପକ୍ଷ ଡେଭିସ୍‌ କପ୍‌ ମ୍ୟାଚ୍‌ ସକାଶେ ୮ଜଣିଆ ଭାରତୀୟ ଦଳ ଚୟନ କରିଛି । ବହୁ ଟପ୍‌ ଖେଳାଳି ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିବେ ନାହିଁ ବୋଲି କହିଥିବା ଅବସ୍ଥାରେ ଯେଉଁ ଖେଳାଳିମାନେ ସହମତି ଦେଇଥିଲେ ସେମାନଙ୍କୁ ବାଛି ପୁରସ୍କୃତ କରାଯାଇଛି । ତେବେ ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି ଭେଟେରାନ ଷ୍ଟାର୍‌ ଲିଆନ୍ଦର ପେସ୍‌ ପ୍ରାୟ ବର୍ଷକ ପରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ପେସ୍‌ଙ୍କ ବ୍ୟତିତ ସୁମିତ ନାଗଲ, ରାମକୁମାର ରାମନଥନ, ଶଶିକୁମାର ମୁକୁନ୍ଦ ଏବଂ ସାକେତ ମାଇନେନିଙ୍କୁ ମିଳିଛି ସୁଯୋଗ । ଏମାନଙ୍କ ସହ ଜୀବନ ଏବଂ ସିର୍ଦ୍ଧାଥ ରାୱତଙ୍କୁ ମଧ୍ୟ ଭାରତୀୟ ଦଳରେ ନିଆଯାଇଛି । ପ୍ରଞ୍ଜେସ୍‌ ଗୁଣେଶ୍ୱରନ ଏହି ମ୍ୟାଚ୍‌ ଖେଳିବାକୁ ଅରାଜ ହୋଇଥିବା କାରଣରୁ ଏବେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସିଙ୍ଗିଲ୍ସ୍‌ ଦାୟିତ୍ୱ ୪ଜଣ ଖେଳାଳିଙ୍କ ପାଖରେ ରହିବ । ବିଶ୍ୱର ୧୨୭ତମ ଖେଳାଳି ନାଗଲ, ୧୯୦ତମ ଖେଳାଳି ରାମକୁମାର, ୨୫୦ତମ ସ୍ଥାନରେ ଥିବା ମୁକୁନ୍ଦ ଏବଂ ୨୬୭ ସ୍ଥାନରେ ଥିବା ମାଇନେନିଙ୍କ ମଧ୍ୟରୁ ସିଙ୍ଗିଲ୍ସ ସକାଶେ ବଛାଯିବ । ଏହି ଦଳରେ ୩ ଜଣ ଡବଲ୍ସ ସ୍ପେଶାଲିଷ୍ଟ ସ୍ଥାନ ପାଇଛନ୍ତି । ସେମାନେ ହେଲେ ରୋହନ ବୋପାନ୍ନା, ଲିଆନ୍ଦର ଏବଂ ଜୀବନ । ଏମାସ ୨୯ ତାରିଖରେ ପାକିସ୍ତାନ ବିପକ୍ଷ ଡେଭିସ୍‌ କପ୍‌ ଆରମ୍ଭ ହେବାକୁଯାଉଛି । ଦିଭିଜ ଶରଣ ତାଙ୍କ ବିବାହ ଉତ୍ସବ ପରେ ଦୁଇ ସପ୍ତାହର ବ୍ରେକ୍‌ ନେଉଥିବାରୁ ସେ ଏହି ମ୍ୟାଚ୍‌ରେ ଖେଳିବେ ନାହିଁ । ସେହିପରି ପ୍ରଞ୍ଜେସ୍‌ ଠିକ୍‌ ମ୍ୟାଚ୍‌ ପୂର୍ବଦିନ ବିବାହ କରୁଥିବାରୁ ସେ ମଧ୍ୟ ଭାରତୀୟ ଦଳରେ ସାମିଲ ହୋଇପାରିନାହାଁନ୍ତି । ୨୦୧୮ ଏପି୍ରଲ ପରେ ଭାରତୀୟ ଡେଭିସ୍‌ କପ୍‌ ଦଳକୁ ଫେରିଛନ୍ତି ପେସ୍‌ । ଶେଷ ମ୍ୟାଚ୍‌ରେ ସେ ଚୀନ ବିପକ୍ଷରେ ଡବଲ୍ସ ଖେଳି ବିଜୟଲାଭ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*