ଡେନମାର୍କ ପାରା ବ୍ୟାଡମିଣ୍ଟନ ଡବଲ ସେମିରେ ପ୍ରମୋଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

କୋପେନହେଗେନ ଠାରେ ଚାଲିଥିବା ଡେନମାର୍କ ଓପନ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଆ ଖେଳାଳି ପ୍ରମୋଦ ଭଗତ ଡବଲ ସେମିରେ ପ୍ରବେଶ କରିଛନ୍ତି । ସେ ଉଭୟ ସିଙ୍ଗଲ୍ସ ଓ ଡବଲ୍ସରେ ସେମି ଫାଇନାଲକୁ ପ୍ରବେଶ କରିଛନ୍ତି । ଫଳରେ ଅତି କମ୍‌ରେ ବ୍ରୋଞ୍ଜ ପଦକ ଜିତିବା ନିଜ ଲାଗି ସେ ନିଶ୍ଚିତ କରିଛନ୍ତି । ଶୁକ୍ରବାର ଦିନ କ୍ୱାର୍ଟର ଫାଇନାଲରେ ପ୍ରମୋଦ ପେରୁର ଖେଳାଳି ପେଡ୍ରୋଙ୍କ ବିପକ୍ଷରେ ଖେଳି ୨୧-୧୧ ଓ ୨୨-୨୦ରେ ଜିତିଥିଲେ ମ୍ୟାଚ୍‌ । ଶନିବାର ଦିନ ନିଜ ଡବଲ୍ସ ଯୋଡ଼ିଦାର ମନୋଜ ସରକାରଙ୍କ ବିପକ୍ଷରେ ସେ ସେମି ଫାଇନାଲ ମ୍ୟାଚ୍‌ ଖେଳିବେ । ଶୁକ୍ରବାର ଡବଲ୍‌ କ୍ୱାର୍ଟର ଫାଇନାଲରେ ପ୍ରମୋଦ ଓ ମନୋଜ ସ୍କଟଲାନ୍ଦର ଯୋଡ଼ି ରିଚାର୍ଡ ଏବଂ କଲିନଙ୍କୁ ୨୪-୨୨ ଓ ୨୧-୧୪ରେ ହରାଇଥିଲେ । ଶନିବାର ସେମିରେ ପ୍ରମୋଦ ଓ ମନୋଜ ଆଉ ଏକ ଭାରତୀୟ ଯୋଡ଼ି ବିକ୍ରମ ଏବଂ ସୁହାସଙ୍କ ବିପକ୍ଷରେ ଖେଳିବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*