ଡେନମାର୍କ ଓପନ ୧୭ ବର୍ଷିଆଙ୍କ ପାଖରୁ ହାରିଲେ ସିନ୍ଧୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : କୋପେନହାଗେନ

ଏଠାରେ ଚାଲିଥିବା ଡେନମାର୍କ ଓପନ ସୁପର-୭୫୦ ବ୍ୟାଡମିଣ୍ଟନ ସିରିଜ୍‌ ପ୍ରତିଯୋଗିତାରେ ଗୁରୁବାର ଭାରତ ଲାଗି ବଡ଼ ଖରାପ ଦିନ ହୋଇଛି । ନିକଟରେ ବିଶ୍ୱ ଚମ୍ପିଆନ୍‌ ହୋଇଥିବା ପିଭି ସିନ୍ଧୁ ପ୍ରିି କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରୁ ବିଦା ହୋଇଯାଇଛନ୍ତି । ଦକ୍ଷିଣ କୋରିଆର ୧୭ ବର୍ଷ ବୟସ୍କ ଆନ ସେ ୟଙ୍ଗ ସିନ୍ଧୁଙ୍କୁ କେବଳ ୪୦ ମିନିଟର ସମୟ ନେଇ ହରାଇ ଦେଇଛନ୍ତି । ସିନ୍ଧୁ ୧୪-୨୧ ଓ ୧୭-୨୧ରେ ହାରି ଯାଇଛନ୍ତି ମ୍ୟାଚ୍‌ । ଏହି ଫଳାଫଳ ସମସ୍ତଙ୍କୁ ବଡ଼ ଚକିତ କରିଛି । ପୁରୁଷ ବର୍ଗର ସିଙ୍ଗଲ୍ସରେ ଭାରତର ସମିର ବର୍ମା ମଧ୍ୟ ଗୁରୁବାର ଦିନ ହାରି ଯାଇଛନ୍ତି । ଅଲିମ୍ପିକ୍‌ ଚମ୍ପିଆନ୍‌ ଚେନ୍‌ ଲଙ୍ଗଙ୍କ ପାଖରୁ ସେ ୧୨-୨୧ ଓ ୧୦-୨୧ରେ ହାରିଛନ୍ତି । ପୁରୁଷ ଡବଲ୍ସରେ ଭାରତୀୟ ଯୋଡ଼ି ସାତ୍ୱିକ୍‌ସାଇରାଜ୍‌ ଓ ଚିରାଗ ସେଠୀ ଚୀନ୍‌ର ଯୋଡ଼ିଙ୍କ ପାଖରୁ ୧୬-୨୧ ଓ ୧୫-୨୧ରେ ହାରିଛନ୍ତି । ପୁରୁଷ ସିଙ୍ଗଲ୍ସରେ ଭାରତର ସାଇ ପ୍ରଣୀତ ମଧ୍ୟ ବିଦା ହୋଇଯାଇଛନ୍ତି । ଜାପାନର କେନ୍ତୋ ମୋମତା ସାଇଙ୍କୁ ୨୧-୬ ଓ ୨୧-୧୪ରେ ପରାଜିତ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*