ଡିସ୍‌ର ନାମ ‘ହାଓଜ୍‌ ଦି ଜୋସ୍‌’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଦମ୍‌ଦାର ଅଭିନୟ ଜରିଆରେ ଖୁବ୍‌ କମ୍‌ ସମୟ ମଧ୍ୟରେ ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଭିକ୍କି କୌଶାଲ ଆଜିକାଲି ସୋଶିଆଲ ମିଡ଼ିଆରେ ବହୁତ୍‌ ଆକ୍ଟିଭ୍‌ ରୁହନ୍ତି । ଭିକ୍କି କୌଶାଲ ଏବେ ନିଜର ଫେମସ୍‌ ଡାଇଲଗ୍‌କୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏନେଇ ସେ ସୋଶିଆଲ ମିଡିଆରେ ସେୟାର କରିଛନ୍ତି ନିଜ ଫେମସ୍‌ ଡାଇଲଗ୍‌ରୁ ତିଆରି ହୋଇଥିବା ଡିସ୍‌ର ନାମକୁ । ଭିକ୍କିଙ୍କ ଅଭିନୀତ ଫିଲ୍ମ ‘ଉରୀ- ଦି ସର୍ଜିକାଲ ଷ୍ଟ୍ରାଇକ୍‌’ର ବହୁ ଚର୍ଚ୍ଚିତ ଡାଇଲଗ୍‌ ‘ହାଓଜ୍‌ ଦି ଜୋସ୍‌’କୁ ଏବେ ଡିସ୍‌ର ନାମ ଦିଆଯାଇଛି । ଭିକ୍କି ଏଇ ନିକଟରେ ନିଜର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏବିଷୟରେ ଏକ ଫଟୋ ସେୟାର କରିଛନ୍ତି । ଭିକ୍କି ସେୟାର କରିଥିବା ଫଟୋଟିରେ ‘ହାଓଜ୍‌ ଦି ଜୋସ୍‌’ ନାମରେ ମଟନ୍‌ର ଡିସ୍‌ ପରଷା ଯାଉଥିବା ସେ ସୂଚନା ଦେଇଛନ୍ତି ।
ଫିଲ୍ମ ଅପେକ୍ଷା ଏହାର ‘ହାଓଜ୍‌ ଦି ଜୋସ୍‌’ ଡାଇଲଗ୍‌ଟି ବେଶ୍‌ ଚର୍ଚ୍ଚା ସାଉଁଟିଥିଲା । ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁହଁରେ ମଧ୍ୟ ଏହି ଡାଇଲଗ୍‌ ଶୁଣିବାକୁ ମିଳିଥିଲା । ଏହି ଡାଇଲଗ୍‌ ବିଷୟରେ ଫିଲ୍ମଟିର ନିଦେ୍ର୍ଦଶକ ଆଦିତ୍ୟ ଧର ଏକ ରୋଚକ କାହାଣୀ କହିଛନ୍ତି । ଏହି ଡାଇଲଗ୍‌ଟି କିଭଳି ତାଙ୍କ ମୁନ୍ଦକୁ ଜୁଟିଥିଲା ସେ ସମ୍ପର୍କରେ ସେ କହିଛନ୍ତି ଯେ, ତାଙ୍କର କିଛି ସାଙ୍ଗ ଡିଫେନ୍ସ ବ୍ୟାଗ୍‌ରାଉନ୍ଦରୁ ଆସିଥିବାରୁ ସେ ପ୍ରାୟତଃ ଦିଲ୍ଲୀସ୍ଥିତ ଏକ ଆର୍ମି କ୍ଳବ୍‌କୁ ଯାଉଥିଲେ ।
ଏହି ସ୍ଥାନରେ ସେମାନେ କ୍ରିସ୍‌ମାସ ପାଳନ କରିବା ସମୟରେ ସମସ୍ତେ ଏକାଠି ହୁଅନ୍ତି । ସେଠାରେ ଜଣେ ଅବସରପ୍ରାପ୍ତ ବ୍ରିଗେଡିଅର୍‌ ଏହି ଫେମସ୍‌ ଲାଇନ୍‌କୁ କହୁଥିଲେ ଏବଂ ଏହାର ପ୍ରତିଜବାବରେ ସେଠାରେ ଉପସ୍ଥିତ ଯୁବକମାନେ ‘ହାଇ ସର୍‌’ କହୁଥିଲେ । ଯାହାର ସ୍ୱର ଖୁବ୍‌ ଜୋର୍‌ରେ ଶୁଣାଯାଉଥିଲା, ତାଙ୍କୁ ଉପହାରସ୍ୱରୂପ ଏକ ଚକ୍‌ଲେଟ୍‌ ଦିଆଯାଉଥିଲା । ଖୁବ୍‌ ଜୋର୍‌ରେ ଉତ୍ତର ଦେଉଥିବାରୁ ନିଦେ୍ର୍ଦଶକ ଆଦିତ୍ୟଙ୍କୁ ହିଁ ଚକ୍‌ଲେଟ୍‌ ମିଳୁଥିଲା । ଏହି ଡାଇଲଗ୍‌କୁ ଏତେ ବଡ଼ ସଫଳତା ମିଳିବ ବୋଲି କେବେ ଅନୁମାନ ମଧ୍ୟ କରିନଥିବା ସେ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*