ଡିସେମ୍ବର ୨୮ରୁ ଚନ୍ଦ୍ରଭାଗା ଉତ୍ସବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ବାଲେଶ୍ୱର

ଆସନ୍ତା ଡିସେମ୍ବର ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ୩୦ତମ ଚନ୍ଦ୍ରଭଗା ଉତ୍ସବ ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ହୋଟେଲ କଳିଙ୍ଗ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବ କମିଟିର ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର କର୍ମକର୍ତ୍ତା ଧୀରେନ୍ଦ୍ର ନାରାୟଣ ଦାସ, ଶିକ୍ଷାବିତ୍ ଡକ୍ଟର ଭାଗବତ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗିରୀଶ ଦାଶ, ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଚନ୍ଦ୍ରଭଗା ଉତ୍ସବର ରୂପରେଖ ଓ କାର୍ଯ୍ୟସୂଚୀ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ବିଶେଷ କରି ଏହି ବାର୍ଷିକ ଉତ୍ସବରେ ଆୟୋଜିତ ହେବାକୁ ଥିବା ୧୪ ବର୍ଷର ବହିମେଳା ଓ ମହାବିଦ୍ୟାଳୟ ସ୍ତରୀୟ ବହୁଭାଷୀ ନାଟକ ପ୍ରତିଯୋଗିତା ସମ୍ପର୍କରେ ଉପସ୍ଥିତ ବ୍ୟକ୍ତିମାନେ ମତାମତ ପ୍ରଦାନ କରିଥିଲେ । ୩୦ତମ ଚନ୍ଦ୍ରଭାଗା ଉତ୍ସବ ଅବସରରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜନ ଓ ପ୍ରଥମ ସନ୍ଧ୍ୟାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ନାଟକ ମଞ୍ଚସ୍ଥ ପାଇଁ ଏହି ବୈଠକରେ ନିଷ୍ପତି ନିଆଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*